Posted inଜାତୀୟ

ଭାରତୀୟ ବିମାନ ହାଇଜ୍ୟାକର ଇବ୍ରାହିମଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୮।୩: ଭାରତୀୟ ଏୟାରଲାଇନ୍‌ ଫ୍ଲାଇଟ୍‌ ଆଇସି-୮୧୪କୁ ୧୯୯୯ରେ ଅପହରଣ କରି ନେଇଥିଲେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ(ଜେଇଏମ୍‌)ର ୫ ସଦସ୍ୟ। ଅପହରଣକାରୀଙ୍କ ମଧ୍ୟରେ ଥିବା ମିସ୍ତ୍ରି ଜାହୁର ଇବ୍ରାହିମ ଆକା ଜାମାଲିଙ୍କୁ କରାଚିରେ ଗୁଳି କରି ଜଣେ ବନ୍ଧୁକଧାରୀ ହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ଯୋଗୁ ପାକିସ୍ତାନରେ ଲୁଚିଥିବା ଫ୍ଲାଇଟ୍‌ ଆଇସି-୮୧୪ ଅପହରଣକାରୀଙ୍କ ସଂଖ୍ୟା ଦୁଇକୁ ଖସି ଆସିଛି।

ଆତଙ୍କବାଦୀ ନିରୋଧୀ ବିଶେଷଜ୍ଞଙ୍କ ଅନୁଯାୟୀ, ଜାହୁର ମିସ୍ତ୍ରିଙ୍କ ଅନ୍ତିମ ସଂସ୍କାରରେ ଜେଇଏମ୍‌ର ସିନିୟର ଲିଡର ଯୋଗଦେଇଥିଲେ। ଅପହରଣକାରୀଙ୍କ ମଧ୍ୟରୁ ଏବେ କେବଳ ଇବ୍ରାହିମ ଆଝାର ଓ ଶାହିଦ ଆଖତର ପାକିସ୍ତାନରେ ଲୁଚିଛନ୍ତି। ସେମାନେ ପାକିସ୍ତାନର ଖାଇବର ଫାକତୁନଖ୍ବା ଅଞ୍ଚଳରେ ସୁରକ୍ଷାରେ ରହୁଛନ୍ତି। ହାଇଜ୍ୟାକରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ସ୍ବାଭାବିକ ଥିଲା। ଅନ୍ୟ ଜଣେ ୨୦୦୧, ଡିସେମ୍ବର ୧୩ରେ ସଂସଦ ଆକ୍ରମଣ ବେଳେ ଭାରତୀୟ ସୁରକ୍ଷା ବଳ ଗୁଳିରେ ପ୍ରାଣ ହରାଇଥିଲେ।

୧୯୯୯ ଡିସେମ୍ବର ୩୧ ତାରିଖରେ ଫ୍ଲାଇଟ୍‌ ଆଇସି-୮୧୪କୁ ଜେଇଏମ୍‌ ସଦସ୍ୟ ଅପହରଣ କରି ଆଫଗାନିସ୍ତାନର କାନ୍ଧର ନେଇଯାଇଥିଲେ। ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଭାରତ ସରକାରଙ୍କୁ ମାସୁଦ ଆଝାର ଏବଂ ଓମାର ସଇଦ ଶେଖଙ୍କୁ ଛାଡ଼ିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓପିଏସସି କାର୍ଯ୍ୟାଳୟ ଆଗରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଧାରଣା

କଟକ,୬।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। ନିଯୁକ୍ତି ପାଇ ନ ଥିବା ଶତାଧିକ ଏମ୍‌ବିବିଏସ୍‌ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ…

ଆମେରିକା-ଇରାନ ବିବାଦ ଶେଷ ହେବ, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ? ପାକିସ୍ତାନ ପ୍ରସ୍ତୁତ କଲାଣି ଡ୍ରାପ୍ଟ – ସର୍ତ୍ତାବଳୀ କ’ଣ ଜାଣନ୍ତୁ

ତେହରାନ,୬।୪: ଆମେରିକା ଏବଂ ଇରାନ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ଶେଷ ହେବାକୁ ଯାଉଛି ଏବଂ ହର୍ମୁଜ ପ୍ରଣାଳୀ ଖୁବ ଶୀଘ୍ର…

ପୁଣି ସରଣ୍ଡାରେ ବିସ୍ଫୋରଣ: କୋବ୍ରା ୨୦୫ ବାଟାଲିୟନର ଯବାନ ଆହତ

ବଣାଇଁ,୬।୪(ପ୍ରଦୀପ ତ୍ରିପାଠୀ): ଓଡ଼ିଶା-ଝାଡଖଣ୍ଡ ସୀମା ସଂଲଗ୍ନ ସରଣ୍ଡା ଜଙ୍ଗଲରେ ସୋମବାର ପୁଣି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ଯାହା ସୁରକ୍ଷା ବ୍ୟବସ୍ଥା ଏବଂ ନକ୍ସଲ କାର୍ଯ୍ୟକଳାପକୁ ନେଇ…

ଯୁଦ୍ଧ ମଧ୍ୟରେ ଇରାନକୁ ଶକ୍ତ ଝଟକା: ଆମେରିକା-ଇସ୍ରାଏଲ ଆକ୍ରମଣରେ IRGC ଗୁପ୍ତଚର ମୁଖ୍ୟଙ୍କ ମୃତ୍ୟୁ

ତେହରାନ,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇରାନକୁ ଏକ ଶକ୍ତ ଧକ୍କା ଲାଗିଛି। ସୋମବାର (ଏପ୍ରିଲ ୬) ସକାଳେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ IRGCର ଗୁପ୍ତଚର ମୁଖ୍ୟ…

କଲେଜରୁ ଫେରୁଥବା ବେଳେ ଯୁବତୀଙ୍କୁ ଅପହରଣ: କାର ଭିତରକୁ ନେଇ..

ପାଟକୁରା,୬।୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ଅଧୀନ କୁଳତୁଠୀ ଅରକ୍ଷିତ ଦାସଙ୍କ ମନ୍ଦିର ନିକଟ ନଦୀ ବନ୍ଧଗଡା ନିକଟର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଛି।…

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ପୁରୁଣା ଗାଡ଼ି

କଟକ,୨।୪(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri