୨୦୨୪ ପରୀକ୍ଷା ପାଇଁ ସମ୍ଭାବ୍ୟ କ୍ୟାଲେଣ୍ଡର ପ୍ରକାଶ କଲା ଆଇବିପିଏସ, ଜାଣନ୍ତୁ ରେଜିଷ୍ଟ୍ରେସନ ତାରିଖ

ନୂଆଦିଲ୍ଲୀ,୧୭।୧: ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ୨୦୨୪ ରେ ବିଭିନ୍ନ ପରୀକ୍ଷା ପାଇଁ ଏକ କ୍ୟାଲେଣ୍ଡର ପ୍ରକାଶ କରିଛି। ବ୍ୟାଙ୍କିଙ୍ଗ ଚାକିରି ପାଇଁ ଆଶାୟୀମାନେ ଆଇବିପିଏସର ଅଫିସିଆଲ୍ ୱେବସାଇଟ୍ ibps.in ଯାଇ ସବିଶେଷ ସୂଚନା ପାଇ ପାରିବେ।

ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡିକରେ ଅଫିସ୍ ଆସିଷ୍ଟାଣ୍ଟ ଏବଂ ଅଫିସର ସ୍କେଲ୍ ୧(ଆଇବିପିଏସ, ଆରଆରବି କ୍ଲର୍କ ଏବଂ ଆରଆରବି ପିଓ) ପାଇଁ ପ୍ରାଥମିକ ପରୀକ୍ଷା ଅଗଷ୍ଟ ୩, ୫, ୧୦, ୧୭, ଏବଂ ୧୮ରେ ହେବା ପାଇଁ ସ୍ଥିର ହୋଇଛି।

ଅଫିସର୍ ସ୍କେଲ୍ ୨ ଏବଂ ୩ ପାଇଁ ଏକକ ପରୀକ୍ଷା ସେପ୍ଟେମ୍ବର ୨୯ ପାଇଁ ଧାର୍ଯ୍ୟ ହୋଇଥିବାବେଳେ ସେହି ଦିନ ଅଫିସର୍ ସ୍କେଲ୍ ୧ ପାଇଁ ମେନ୍ ପରୀକ୍ଷା ହେବା ନେଇ ଆଶା କରାଯାଉଛି। ଅଫିସ୍ ଆସିଷ୍ଟାଣ୍ଟ ପଦବୀ ପାଇଁ ଅକ୍ଟୋବର ୬ ରେ ମେନ୍ ପରୀକ୍ଷା ହେବ।

ଆଇବିପିଏସ୍ ପିଓ ପ୍ରିଲିମ ପରୀକ୍ଷା ଅକ୍ଟୋବର ୧୯ ଏବଂ ୨୦ ରେ ହେବାର ସମ୍ଭାବନା ରହିଛି, ମେନ୍ ପରୀକ୍ଷା ନଭେମ୍ବର ୩୦ ରେ ହୋଇପାରେ।

ଆଇବିପିଏସ୍ କ୍ଲର୍କ ପ୍ରିଲିମସ୍ ପରୀକ୍ଷା ଅଗଷ୍ଟ ୨୪, ୨୫, ଏବଂ ୩୧ ପାଇଁ ଧାର୍ଯ୍ୟ ହୋଇଛି, ମେନ୍ ପରୀକ୍ଷା ଅକ୍ଟୋବର ୧୩ ପାଇଁ ସ୍ଥିର ହୋଇଛି। ଏହି ସମସ୍ତ ପରୀକ୍ଷା ପାଇଁ ସବିଶେଷ ବିଜ୍ଞପ୍ତି ibps.in ରେ ଧାର୍ଯ୍ୟ ସମୟରେ ପ୍ରକାଶ ପାଇବ।

ଅନଲାଇନରେ ପଞ୍ଜୀକରଣ ପ୍ରକ୍ରିୟା କରାଯିବ ଏବଂ ଗୋଟିଏ ପଞ୍ଜୀକରଣରେ ଉଭୟ ପ୍ରିଲିମିନାରୀ ଏବଂ ମେନ୍ ପରୀକ୍ଷାକୁ ସାମିଲ ରହିବ ଯେଉଁଠାରେ ପ୍ରଯୁଜ୍ୟ ହେବ ବୋଲି ଆଇବିପିଏସ କହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ, ଏହିଦିନ ମିଳିବ ନୂଆ ବହି

ଭୁବନେଶ୍ୱର,୫।୧୨: ରାଜ୍ୟର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯୋଜନା...

୧୦୦ ମାର୍କରୁ ମାତ୍ର ୧ ରଖି ପାଇଲେ LTR ହିନ୍ଦୀ ଶିକ୍ଷକ ଚାକିରି; ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର,୩।୧୨: ଲିଭ୍ ଟ୍ରେନିଂ ରିଜର୍ଭ (ଏଲଟିଆର) ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶିତ ପ୍ରିଲିମିନାରୀ ପରୀକ୍ଷା ଫଳରେ ବିଭିନ୍ନ ବର୍ଗ ପାଇଁ ଧାର୍ଯ୍ୟ ହୋଇଥିବା କଟ୍-ଅଫ୍...

ରେଲଓ୍ବେରେ ବାହାରିଲା ୪୦୦୦ ପଦବୀ ପାଇଁ ବମ୍ଫର ନିଯୁକ୍ତି: ହେବନି ପରୀକ୍ଷା, କେବଳ ଦଶମ ପାସ କରିଥିଲେ…

ନୂଆଦିଲ୍ଲୀ,୨୧।୧୧: ରେଳବାଇରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ଏକ ବଡ଼ ଖବର। ଉତ୍ତର ରେଳବାଇ ନୂତନ ଅଧିବେଶନ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର, ୧୩।୧୧: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (OAVET) ୨୦୨୬ ଏବଂ ଓଡ଼ିଶା ଖଣି ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (OMAVET) ୨୦୨୬ ପାଇଁ...

ଡିସେମ୍ବର ମାସରେ OTET ପରୀକ୍ଷା, ଏହି ଦିନରୁ ଆରମ୍ଭ ଆବେଦନ

ଭୁବନେଶ୍ୱର,୧୧।୧୧: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଡିସେମ୍ବର ୧୭...

ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି: ୨.୮ ଲକ୍ଷ ଟଙ୍କା ଦରମା ପାଇଁ ତୁରନ୍ତ କରନ୍ତୁ ଆବେଦନ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧୦।୧୧: ଯଦି ସରକାରୀ ଚାକିରି ଖୋଜୁଛନ୍ତି, ତେବେ ଖୁବ୍‌ଶୀଘ୍ର ଅପେକ୍ଷାର ଅନ୍ତ ହୋଇପାରେ। ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ (DMRC) ଜେନେରାଲ ମ୍ୟାନେଜର ପଦବୀ...

ଆଜିଠୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫର୍ମ ପୂରଣ: ଜାଣନ୍ତୁ କେମିତି କରିବେ ଆବେଦନ

କଟକ,୮।୧୧(କାର୍ତ୍ତିକ ସାହୁ):୨୦୨୬ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ (ରେଗୁଲାର ଓ ଏକ୍ସରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ ନଭେମ୍ବର ୮ରୁ ଆରମ୍ଭ ହେବ। ମାଧ୍ୟମିକ ଶିକ୍ଷା ପରିଷଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri