୨୦୨୪ ପରୀକ୍ଷା ପାଇଁ ସମ୍ଭାବ୍ୟ କ୍ୟାଲେଣ୍ଡର ପ୍ରକାଶ କଲା ଆଇବିପିଏସ, ଜାଣନ୍ତୁ ରେଜିଷ୍ଟ୍ରେସନ ତାରିଖ

ନୂଆଦିଲ୍ଲୀ,୧୭।୧: ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ୨୦୨୪ ରେ ବିଭିନ୍ନ ପରୀକ୍ଷା ପାଇଁ ଏକ କ୍ୟାଲେଣ୍ଡର ପ୍ରକାଶ କରିଛି। ବ୍ୟାଙ୍କିଙ୍ଗ ଚାକିରି ପାଇଁ ଆଶାୟୀମାନେ ଆଇବିପିଏସର ଅଫିସିଆଲ୍ ୱେବସାଇଟ୍ ibps.in ଯାଇ ସବିଶେଷ ସୂଚନା ପାଇ ପାରିବେ।

ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡିକରେ ଅଫିସ୍ ଆସିଷ୍ଟାଣ୍ଟ ଏବଂ ଅଫିସର ସ୍କେଲ୍ ୧(ଆଇବିପିଏସ, ଆରଆରବି କ୍ଲର୍କ ଏବଂ ଆରଆରବି ପିଓ) ପାଇଁ ପ୍ରାଥମିକ ପରୀକ୍ଷା ଅଗଷ୍ଟ ୩, ୫, ୧୦, ୧୭, ଏବଂ ୧୮ରେ ହେବା ପାଇଁ ସ୍ଥିର ହୋଇଛି।

ଅଫିସର୍ ସ୍କେଲ୍ ୨ ଏବଂ ୩ ପାଇଁ ଏକକ ପରୀକ୍ଷା ସେପ୍ଟେମ୍ବର ୨୯ ପାଇଁ ଧାର୍ଯ୍ୟ ହୋଇଥିବାବେଳେ ସେହି ଦିନ ଅଫିସର୍ ସ୍କେଲ୍ ୧ ପାଇଁ ମେନ୍ ପରୀକ୍ଷା ହେବା ନେଇ ଆଶା କରାଯାଉଛି। ଅଫିସ୍ ଆସିଷ୍ଟାଣ୍ଟ ପଦବୀ ପାଇଁ ଅକ୍ଟୋବର ୬ ରେ ମେନ୍ ପରୀକ୍ଷା ହେବ।

ଆଇବିପିଏସ୍ ପିଓ ପ୍ରିଲିମ ପରୀକ୍ଷା ଅକ୍ଟୋବର ୧୯ ଏବଂ ୨୦ ରେ ହେବାର ସମ୍ଭାବନା ରହିଛି, ମେନ୍ ପରୀକ୍ଷା ନଭେମ୍ବର ୩୦ ରେ ହୋଇପାରେ।

ଆଇବିପିଏସ୍ କ୍ଲର୍କ ପ୍ରିଲିମସ୍ ପରୀକ୍ଷା ଅଗଷ୍ଟ ୨୪, ୨୫, ଏବଂ ୩୧ ପାଇଁ ଧାର୍ଯ୍ୟ ହୋଇଛି, ମେନ୍ ପରୀକ୍ଷା ଅକ୍ଟୋବର ୧୩ ପାଇଁ ସ୍ଥିର ହୋଇଛି। ଏହି ସମସ୍ତ ପରୀକ୍ଷା ପାଇଁ ସବିଶେଷ ବିଜ୍ଞପ୍ତି ibps.in ରେ ଧାର୍ଯ୍ୟ ସମୟରେ ପ୍ରକାଶ ପାଇବ।

ଅନଲାଇନରେ ପଞ୍ଜୀକରଣ ପ୍ରକ୍ରିୟା କରାଯିବ ଏବଂ ଗୋଟିଏ ପଞ୍ଜୀକରଣରେ ଉଭୟ ପ୍ରିଲିମିନାରୀ ଏବଂ ମେନ୍ ପରୀକ୍ଷାକୁ ସାମିଲ ରହିବ ଯେଉଁଠାରେ ପ୍ରଯୁଜ୍ୟ ହେବ ବୋଲି ଆଇବିପିଏସ କହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ଅନଲାଇନ କୋଚିଂ: SC, OBC ଆଦି ବର୍ଗଙ୍କୁ ମିଳିବ ସୁବିଧା

ନୂଆଦିଲ୍ଲୀ,୪ା୨: ଦେଶର ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କୁ ମାଗଣା ଅନଲାଇନ କୋଚିଂ ଦେବେ ସରକାର। ଅନୁସୂଚିତ ଜାତି, ପଛୁଆ ବର୍ଗ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ମେଧାବୀଙ୍କୁ ଶିକ୍ଷା…

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

UGC ନୂଆ ନିୟମ ୨୦୨୬: କ’ଣ ଏହି ସମାନତା ନିୟମାବଳୀ ଏବଂ କାହିଁକି ହେଉଛି ବିରୋଧ?

ନୂଆଦିଲ୍ଲୀ,୨୭।୧: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ନୂତନ ‘ସମାନତା ନିୟମାବଳୀ ୨୦୨୬’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ହେଉଥିବା ଜାତିଭିତ୍ତିକ…

ଗୁଗୁଲରେ ଇଣ୍ଟର୍ନସିପ କରିବାର ସୁଯୋଗ, UG-PG ଛାତ୍ରୀଛାତ୍ର କରିପାରିବେ ଆବେଦନ, ଷ୍ଟାଇପେଣ୍ଡ ମିଳିବ…

ଯଦି ଆପଣ Google ସହିତ କାମ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ରହିଛି। Google 2026 ପାଇଁ ଏହାର ବିଭିନ୍ନ ଇଣ୍ଟର୍ନସିପ…

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ ପ୍ରାୟ…

ଦରମାରୁ PF କଟୁଥିଲେ ପାଇବେ ୭ ଲକ୍ଷ ଟଙ୍କାର ବୀମା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୧୧ା୧: ଭାରତରେ ଲକ୍ଷଲକ୍ଷ ଲୋକ ଚାକିରି କରୁଛନ୍ତି, ପ୍ରତି ମାସରେ ସେମାନଙ୍କ ଦରମାରୁ PF କଟାଯାଉଛି। ଅଧିକାଂଶ କର୍ମଚାରୀଙ୍କ ଦରମା ଜମା ହେବା ମାତ୍ରେ ସ୍ବୟଂଚାଳିତ ଭାବରେ…

Railway Jobs: ରେଲଓ୍ବେରେ ବମ୍ଫର ନିଯୁକ୍ତି, ୪୪ ହଜାର ପର୍ଯ୍ୟନ୍ତ ଦରମା, ଏମାନେ କରିପାରିବେ ଆବେଦନ

ନୂଆଦିଲ୍ଲୀ,୯।୧: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ରେଳବାଇ ଏକ ମହାନ ସୁଯୋଗ ପ୍ରଦାନ କରିଛି। ରେଳବାଇ ନିଯୁକ୍ତି ବୋର୍ଡ ପୃଥକ ବର୍ଗ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri