ଆଇଏପି ଅନିୟମିତତାର ତଦନ୍ତ ନିର୍ଦ୍ଦେଶ

ଯାଜପୁର ଅଫିସ,୧୬।୭: ମାଓବାଦୀ ଉପଦ୍ରୁତ ଆଦିବାସୀ ତଥା ପଛୁଆ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ସମନ୍ବିତ କାର୍ଯ୍ୟକ୍ରମ ଯୋଜନା ବା ଇଣ୍ଟିଗ୍ରେଟେଡ ଆକ୍ସନ ପ୍ଲାନ (ଆଇଏପି) ଇତିମଧ୍ୟରେ ବନ୍ଦ ହୋଇଯାଇଛି। ତେବେ ଏହି ଯୋଜନାରେ ଯାଜପୁର ଜିଲାରେ ଆବଣ୍ଟିତ ବିପୁଳ ପରିମାଣ ଅର୍ଥର ଅନିୟମିତତା ଅଭିଯୋଗର ୫ ବର୍ଷ ପରେ ତଦନ୍ତ ନିର୍ଦ୍ଦେଶ ହୋଇଛି। ବୁଧବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ଅକ୍ଷୟ କୁମାର ତ୍ରିପାଠୀଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁଯାୟୀ, ୨୦୧୬ ଜୁଲାଇ ୨୭ରେ ଆଇନଜୀବୀ ଉଦୟନାଥ ସାହୁ ଆଇଏପି ପାଣ୍ଠିର ଦୁରୁପଯୋଗ ହୋଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ଗୃହ, ଅର୍ଥ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ, ଆଇଏପି ପାଣ୍ଠିର ଯଦି ଠିକ୍‌ ବିନିଯୋଗ କରାଯାଇଥାନ୍ତା, ତେବେ ନଗଡ଼ା ପରି ଅଞ୍ଚଳ ଅବହେଳିତ ହୋଇ ପଡ଼ି ରହି ନ ଥାଆନ୍ତା। ସେଠାକାର ଜୁଆଙ୍ଗମାନଙ୍କ କରୁଣ ଓ ବିକଳ ଚିତ୍ର ହୁଏତ ଦେଖିବାକୁ ମିଳି ନ ଥାଆନ୍ତା। ସେତେବେଳେ ୪ ଆର୍ଥିକ ବର୍ଷରେ ଯାଜପୁର ଜିଲାକୁ ଆଇଏପିରେ ୧୧୭ କୋଟି ୨୮ ଲକ୍ଷ ୨୩ ହଜାର ଟଙ୍କାର ଅନୁଦାନ ଆସିଥିଲା। ଏହି ଅନୁଦାନର ୬୫% ଅର୍ଥ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବ୍ୟୟ କରିବାକୁ ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଦେଶ ରହିଥିଲା। ମାତ୍ର ଜିଲା ପ୍ରଶାସନ ତାହାକୁ ଅମାନ୍ୟ କରି ଯୋଜନାର ଅର୍ଥକୁ ଅଣବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବ୍ୟୟ କରି ଦିଆଯାଇଥିଲା। ସେତେବେଳେ ଜିଲାର କେବଳ ସୁକିନ୍ଦା ଓ ଦାନଗଦୀ ବ୍ଲକ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରହିଥିଲା । କିନ୍ତୁ ଏହି ଅନୁଦାନରୁ ସୁକିନ୍ଦା ବ୍ଲକରେ ମାତ୍ର ୨୬ କୋଟି ୪ ଲକ୍ଷ ୫ ହଜାର ଟଙ୍କା ଏବଂ ଦାନଗଦୀ ବ୍ଲକରେ ମାତ୍ର ୧୯ କୋଟି ୪ ଲକ୍ଷ ୨୧ ହଜାର ଟଙ୍କା ବ୍ୟୟ କରି ଅବଶିଷ୍ଟ ୬୧.୫୪% ଅର୍ଥ ଜିଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ମନଇଚ୍ଛା ଖର୍ଚ୍ଚ ହୋଇଥିଲା।
କେନ୍ଦ୍ରୀୟ ଅନୁଦାନର ଦୁରୁପଯୋଗ ହୋଇଥିବା ଦୃଷ୍ଟିରୁ ଏହାର ତଦନ୍ତ ସିବିଆଇ ପରି କୌଣସି ଏକ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା କରାଇବାକୁ ଆଇନଜୀବୀ ସାହୁ ଦରଖାସ୍ତ ମାଧ୍ୟମରେ ଦାବି କରିଥିଲେ। ଅନ୍ୟପକ୍ଷେ ସେହି ଅଭିଯୋଗର ଏକକିତା ନକଲ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଥିଲେ। ସେ ସଂକ୍ରାନ୍ତରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି, ଏଯାଏଁ ତାଙ୍କୁ କୌଣସି ସୂଚନା ମିଳି ନ ଥିବା ଆଇନଜୀବୀ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri