ଆଳି ବ୍ରାହ୍ମଣୀ ନଦୀରେ ଭାସୁଛି ବିରାଟକାୟ କୁମ୍ଭୀର, ଆତଙ୍କିତ ସ୍ଥାନୀୟ ଲୋକେ

ପଟ୍ଟାମୁଣ୍ଡାଇ,୭।୭(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳି ଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀର ପତ୍ରପୁର ସେତୁ ନିକଟରେ ଏକ ବିରାଟକାୟ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି । ନଦୀକୂଳରେ ଥିବା ଲୋକମାନେ କୁମ୍ଭୀରଟିକୁ ଦେଖି ଭୟଭୀତ ହୋଇପଡ଼ିଥିଲେ । ଖବର ପ୍ରଚାର ପାଇବା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା।
ସ୍ଥାନୀୟ ବାସୀଙ୍କ କହିବା ଅନୁଯାୟୀ, ପତ୍ରପୁର ସେତୁ ଆଖପାଖ ଅଂଚଳରେ କୁମ୍ଭୀରଟି ବହୁବାର ଚଳପ୍ରଚଳ କରୁଥିବାର ଦେଖାଯାଏ । ଏଠିକାର ଲୋକମାନଙ୍କ ଦୈନନ୍ଦିନ କାର୍ଯ୍ୟ ପାଇଁ ବ୍ରାହ୍ମଣୀ ନଦୀ ଏକ ପ୍ରକାର ଭରସା । ମଙ୍ଗଳବାର କୁମ୍ଭୀରଟି କିଛି ସମୟ ଧରି ନଦୀରେ ଭାସୁଥିବା ଦେଖାଯାଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ଭୟଭିତ ହୋଇଯାଇଛନ୍ତି । ତୁରନ୍ତ ବନ ବିଭାଗ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

 

Dharitri – Odisha’s No.1 Odia Daily

Share