‘ଲୋକଙ୍କ ହୃଦୟ ଜିତିବି’

ମୁମ୍ବାଇ: ଟେଲି ଅଭିନେତ୍ରୀ ହୀନା ଖାନ୍‌ଙ୍କୁ କିଏ ନ ଜାଣେ। କିଛିଦିନ ହେବ ସେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଲକ୍‌ଡାଉନ୍‌ରେ ହୀନା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ମଧ୍ୟ ଅଛନ୍ତି। ସେ ତାଙ୍କ ଭିନ୍ନ ଶୈଳୀରେ ଫ୍ୟାନ୍‌ମାନଙ୍କ ଏଣ୍ଟରଟେନମେଣ୍ଟ କରୁଥିବା ଦେଖିବାକୁ ମିଳିଛି। ସେ କେତେବେଳେ ନିଜର ଫିଟ୍‌ନେସ୍‌ ଭିଡିଓ ତ ଆଉ କେତେବେଳେ ନିଜର ଡେଲି ଲାଇଫ୍‌ରେ ମସ୍ତି କରୁଥିବା ଭିଡିଓ ଶେୟାର କରୁଛନ୍ତି। ତେବେ କଲର୍ସରେ ପ୍ରସାରିତ ହେଉଥିବା ‘ନାଗୀନ -୫’ରେ ତାଙ୍କୁ ଦେଖିବାକୁ ମିଳିବ।
ନିକଟରେ ହୀନା ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି, ଯାହାକୁ ଦେଖିଲେ ଜଣେ ପ୍ରଶଂସା ନ କରି ରହିପାରିବନି। ଫଟୋଗୁଡ଼ିକ ବୋଲ୍ଡ ଏବଂ କାତିଲାନା ଅନ୍ଦାଜ୍‌ର। ଏହି ଫଟୋକୁ ଶେୟାର କରି ସେ ଲେଖିଛନ୍ତି ଯେ, ‘କାଲି ନାଗୀନ କେ ଜୈସି ଜୁଲ୍‌ଫେ ମେରି କାଲୀ କାଲୀ’ ନିଜକୁ ଏପରି ଗଢ଼ିବାକୁ ହେଲେ ନିଜ ଉପରେ ଭରସା ରଖିବାକୁ ପଡ଼ିବ। ଟିଭି ଏବଂ ବଲିଉଡ୍‌ରେ ହୀନା ଖାନ୍‌ ବେଶ୍‌ ସଫଳ। ତାଙ୍କର ଫ୍ୟାନ୍‌ ଫଲୋଇଙ୍ଗ୍‌ ମଧ୍ୟ ବହୁତ ଅଧିକ। କିଛିଦିନ ହେଲା ସେ ବଲିଉଡ୍‌ରେ ମଧ୍ୟ ଏଣ୍ଟ୍ରି କରିଛନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସେତେଟା ସଫଳତା ମିଳିନି। ସେ ନେପୋଟିଜିମ୍‌ ବିରୋଧରେ ମୁହଁ ଖୋଲି କହିଛନ୍ତି ଯେ, ବଲିଉଡ୍‌ରେ ଷ୍ଟାର କିଡ୍ସଙ୍କୁ ବେଶୀ ପ୍ରାଧାନ୍ୟ ଦିଆଯାଇଥାଏ। ଟେଲି ଦୁନିଆରୁ ଗଲେ କେହି ସେତିକି ସପୋର୍ଟ କରି ନ ଥାନ୍ତି। ମୋର ଫିଲ୍ମ ଫ୍ଲପ୍‌ ହୋଇଛି ସତ କିନ୍ତୁ ମୁଁ ହାରିଯାଇନି। ଆଗକୁ ଯିବା ପାଇଁ ଚେଷ୍ଟା ଜାରି ରଖିଛି। ଲୋକଙ୍କ ହୃଦୟ ନିଶ୍ଚିତ ଜିତିବି। ଟ୍ୟାଲେଣ୍ଟ ନ ଥିଲେ ମଣିଷ କେବେ ଆଗକୁ ଯାଇପାରେ ନାହିଁ। ଶେଷରେ ସେ ବଲିଉଡ୍‌ର ମୋଷ୍ଟ ଟ୍ୟାଲେଣ୍ଡେଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ମୁଭି ‘ଦିଲ ବେଚାରା’ ଦେଖିବା ପାଇଁ ଇନ୍‌ଷ୍ଟାଗ୍ରାମରେ ଅପିଲ କରିଛନ୍ତି। ଏହି ମୁଭି ଗତ ୨୪ ତାରିଖରେ ଡିଜନୀ ହଟ୍‌ଷ୍ଟାରରେ ରିଲିଜ୍‌ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାହାକୁ ବେଶି ଭୟ କରନ୍ତି ଅଭିଷେକ; ସ୍ତ୍ରୀ ନା ମା’

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୨୦୦୭ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବିବାହ କରିଥିଲେ। ସେହି ଦିନଠାରୁ ଏହି ଯୋଡି ପ୍ରଶଂସକଙ୍କ ପ୍ରିୟ ଯୋଡି ଆଖ୍ୟା ପାଇଛନ୍ତି।...

ବେଳାଏ ଖାଇବାକୁ ମିଳୁ ନ ଥିଲା, ଚା’ ଦୋକାନରେ କରୁଥିଲେ କାମ; ଆଜି ୭ ଷ୍ଟାର ହୋଟେଲ ଭଳି ଘର କରିଛନ୍ତି ଏହି କମେଡିଆନ୍‌

ବମ୍ବେ: ମନୋରଞ୍ଜନଜଗତରେ ହାସ୍ୟ ଅଭିନେତା ଭାବେ ସୁଦେଶ ଲେହରି ବେଶ୍‌ ଲୋକପ୍ରିୟ। ପଞ୍ଜାବର ଜଲନ୍ଧରରେ ତାଙ୍କର ଜନ୍ମ। ହେଲେ ଅମୃତସରରେ ତାଙ୍କର ପିଲାଦିନ କଟିଥିଲା। ଆଜି...

ବିଗ୍‌ ବସ୍‌ ଜିତିଲେ ତେଜସ୍ବୀ ପ୍ରକାଶ

ମୁମ୍ବାଇ: ଅଭିନେତ୍ରୀ ତେଜସ୍ବୀ ପ୍ରକାଶ ବିଗ୍‌ ବସ୍‌-୧୫ ସିଜିନ ବିଜୟିନୀ ହୋଇଛନ୍ତି। ୪ ମାସ ଧରି ଦର୍ଶକଙ୍କ ମନୋରଞ୍ଜନ କରିଥିବା ସଲମାନ୍‌ ଖାନ୍‌ଙ୍କ ରିଅଲିଟି ଶୋ’...

ପାକିସ୍ତାନବାସୀ ଏବଂ ସୋଏବଙ୍କ ପ୍ରଶଂସା କଲେ ସ୍ବରା; କହିଲେ‘ ବିଶାଳ ହୃଦୟ ପାଇଁ…’

ବମ୍ବେ: ଦିନକୁ ଦିନ ନୂଆ ରେକର୍ଡ କରୁଛି କରୋନାର ଦ୍ୱିତୀୟ ଲହର। ସାରା ଦେଶରେ ପ୍ରତ୍ୟେହ ତିନି ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସେହିଭଳି...

ଚରିତ୍ର ଲାଗି ଲଣ୍ଡା

ବମ୍ବେ: କଳାକାରଟିଏ ନିଜକୁ ଚରିତ୍ରରେ ଢ଼ାଳିବା ପାଇଁ କିଛି ବି କରିପାରେ। ଏପରି ଅନେକ ଦୃଷ୍ଟାନ୍ତ ବଲିଉଡ୍‌ରେ ଦେଖିବାକୁ ମିଳିଛି। ଅନେକ ଅଭିନେତ୍ରୀ ନିଜର ଚରିତ୍ର...

ଫେବୃଆରୀ ୬ରେ ନୁହେଁ, ଏହି ଦିନ ହେବ କିଆରା-ସିଦ୍ଧାର୍ଥଙ୍କ ବିବାହ

ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ଆଜିକାଲି ନିଜ ବିବାହକୁ ନେଇ ଚର୍ଚ୍ଚା ଅଛନ୍ତି। ଉଭୟଙ୍କ ବିବାହ ଫେବୃଆରୀ ୬ ହେବ ବୋଲି ଆଲୋଚନା...

ବୋଲ୍ଡ ଲୁକ୍‌ରେ ନଜର ଆସିଲେ ଏହି ଅଭିନେତ୍ରୀ

ମୁମ୍ବାଇ: କରୋନା ସମୟରେ ସେଲିବ୍ରିଟିଙ୍କ ପାଇଁ ମାଳଦ୍ୱୀପ ସବୁଠୁ ଉତ୍ତମ ସ୍ଥାନ ପାଲଟିଛି। ଗତ ବର୍ଷକ ମଧ୍ୟରେ ଅନେକ ଅଭିନେତ୍ରୀ, ଅଭିନେତା ମାଳଦ୍ୱୀପରେ ଛୁଟି ମନାଇ...

ମାସକୁ କେତେ ରୋଜଗାର କରନ୍ତି ଶାହରୁଖ, ଦେଲେ ମଜାଳିଆ ଉତ୍ତର

ସୁପରଷ୍ଟାର ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏବେ କିଙ୍ଗ୍‌ ଖଶନ୍‌ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଗତ...

Advertisement
Archives

Model This Week