‘ଲୋକଙ୍କ ହୃଦୟ ଜିତିବି’

ମୁମ୍ବାଇ: ଟେଲି ଅଭିନେତ୍ରୀ ହୀନା ଖାନ୍‌ଙ୍କୁ କିଏ ନ ଜାଣେ। କିଛିଦିନ ହେବ ସେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଲକ୍‌ଡାଉନ୍‌ରେ ହୀନା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ମଧ୍ୟ ଅଛନ୍ତି। ସେ ତାଙ୍କ ଭିନ୍ନ ଶୈଳୀରେ ଫ୍ୟାନ୍‌ମାନଙ୍କ ଏଣ୍ଟରଟେନମେଣ୍ଟ କରୁଥିବା ଦେଖିବାକୁ ମିଳିଛି। ସେ କେତେବେଳେ ନିଜର ଫିଟ୍‌ନେସ୍‌ ଭିଡିଓ ତ ଆଉ କେତେବେଳେ ନିଜର ଡେଲି ଲାଇଫ୍‌ରେ ମସ୍ତି କରୁଥିବା ଭିଡିଓ ଶେୟାର କରୁଛନ୍ତି। ତେବେ କଲର୍ସରେ ପ୍ରସାରିତ ହେଉଥିବା ‘ନାଗୀନ -୫’ରେ ତାଙ୍କୁ ଦେଖିବାକୁ ମିଳିବ।
ନିକଟରେ ହୀନା ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି, ଯାହାକୁ ଦେଖିଲେ ଜଣେ ପ୍ରଶଂସା ନ କରି ରହିପାରିବନି। ଫଟୋଗୁଡ଼ିକ ବୋଲ୍ଡ ଏବଂ କାତିଲାନା ଅନ୍ଦାଜ୍‌ର। ଏହି ଫଟୋକୁ ଶେୟାର କରି ସେ ଲେଖିଛନ୍ତି ଯେ, ‘କାଲି ନାଗୀନ କେ ଜୈସି ଜୁଲ୍‌ଫେ ମେରି କାଲୀ କାଲୀ’ ନିଜକୁ ଏପରି ଗଢ଼ିବାକୁ ହେଲେ ନିଜ ଉପରେ ଭରସା ରଖିବାକୁ ପଡ଼ିବ। ଟିଭି ଏବଂ ବଲିଉଡ୍‌ରେ ହୀନା ଖାନ୍‌ ବେଶ୍‌ ସଫଳ। ତାଙ୍କର ଫ୍ୟାନ୍‌ ଫଲୋଇଙ୍ଗ୍‌ ମଧ୍ୟ ବହୁତ ଅଧିକ। କିଛିଦିନ ହେଲା ସେ ବଲିଉଡ୍‌ରେ ମଧ୍ୟ ଏଣ୍ଟ୍ରି କରିଛନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସେତେଟା ସଫଳତା ମିଳିନି। ସେ ନେପୋଟିଜିମ୍‌ ବିରୋଧରେ ମୁହଁ ଖୋଲି କହିଛନ୍ତି ଯେ, ବଲିଉଡ୍‌ରେ ଷ୍ଟାର କିଡ୍ସଙ୍କୁ ବେଶୀ ପ୍ରାଧାନ୍ୟ ଦିଆଯାଇଥାଏ। ଟେଲି ଦୁନିଆରୁ ଗଲେ କେହି ସେତିକି ସପୋର୍ଟ କରି ନ ଥାନ୍ତି। ମୋର ଫିଲ୍ମ ଫ୍ଲପ୍‌ ହୋଇଛି ସତ କିନ୍ତୁ ମୁଁ ହାରିଯାଇନି। ଆଗକୁ ଯିବା ପାଇଁ ଚେଷ୍ଟା ଜାରି ରଖିଛି। ଲୋକଙ୍କ ହୃଦୟ ନିଶ୍ଚିତ ଜିତିବି। ଟ୍ୟାଲେଣ୍ଟ ନ ଥିଲେ ମଣିଷ କେବେ ଆଗକୁ ଯାଇପାରେ ନାହିଁ। ଶେଷରେ ସେ ବଲିଉଡ୍‌ର ମୋଷ୍ଟ ଟ୍ୟାଲେଣ୍ଡେଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ମୁଭି ‘ଦିଲ ବେଚାରା’ ଦେଖିବା ପାଇଁ ଇନ୍‌ଷ୍ଟାଗ୍ରାମରେ ଅପିଲ କରିଛନ୍ତି। ଏହି ମୁଭି ଗତ ୨୪ ତାରିଖରେ ଡିଜନୀ ହଟ୍‌ଷ୍ଟାରରେ ରିଲିଜ୍‌ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା…

ବିଜେଡିର ବଡ଼ ଚେତାବନୀ: MMDR ପ୍ରତ୍ୟାହାର ନ ହେଲେ ଧାରଣା

ଭୁବନେଶ୍ୱର,୩୧।୮:ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୬(MMDR) ପ୍ରତ୍ୟାହାର ନ ହେବା ଯାଏ ରାଜଭବନ ଆଗରେ ଧାରଣା ଦିଆଯିବ ବୋଲି ସୋମବାର ଅନୁଷ୍ଠିତ…

ନେପାଳ ବନ୍ୟାରେ ଭାସିଗଲା କୋଟି କୋଟି ଟଙ୍କା ଗଚ୍ଛିତ ଥିବା ବ୍ୟାଙ୍କ, ୩୫ କର୍ମଚାରୀ ନିଖୋଜ, ଏବେ ବଢୁଛି ଲୁଟ୍‌ ମାମଲା

କାଠମାଣ୍ଡୁ,୩୧।୮: ପାର୍ବତ୍ୟ ଦେଶ ନେପାଳରେ, ପ୍ରକୃତିର ଭୟଙ୍କର ଶକ୍ତି କେବଳ ଦୈନନ୍ଦିନ ଜୀବନକୁ ନୁହେଁ ବରଂ ସମଗ୍ର ଅର୍ଥନୈତିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଭୋଟେ କୋଶି ନଦୀରେ…

Video: ନେପାଳ ବନ୍ୟା ପରେ ମିଳିଲା କୋଟି କୋଟି ଟଙ୍କାର ସୁନା; ୮ ଘଣ୍ଟାର ଅପରେଶନରେ ବିପୁଳ ସମ୍ପତ୍ତି ଉଦ୍ଧାର

କାଠମାଣ୍ଡୁ,୩୧।୮: ଭୋଟେ କୋଶି ନଦୀରେ ଭୟଙ୍କର ବନ୍ୟା ନେପାଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବନ୍ୟାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା 903 ରେ ପହଞ୍ଚିଛି। ନୁୱାକୋଟ ଜିଲାର ତ୍ରିଶୁଳି…

ଚାଷଜମିରୁ ଆଠ ଫୁଟର ଅଜଗରକୁ ଉଦ୍ଧାର କଲେ ଗ୍ରାମବାସୀ, ସରପଞ୍ଚ..

ବଡ଼ଗାଁ,୩୧।୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଅଞ୍ଚଳରେ ବର୍ଷା ଋତୁରେ ଅଜଗର ସାପ ଗାଁ ସହ ଚାଷଜମିରେ ଦେଖାଯାଇଥାନ୍ତି। ଚଳିତବର୍ଷ ବଡ଼ଗାଁର ସାପ ଧରାଳି ମହେନ୍ଦ୍ର ନାଏକ…

ନେପାଳ ବନ୍ୟା ପରେ କନ୍ଦାଉଛି ଜମି ଯାଇଥିବା ପାଣି କାଦୁଅ, ISRO ଫଟୋ ଦେଲା ବଡ଼ ତଥ୍ୟ, ଭାରତ ଉପରେ ରହିଛି ବିପଦ!

କାଠମାଣ୍ଡୁ,୩୧।୮: ନେପାଳରେ ହୋଇଥିବା ବିନାଶକାରୀ ବନ୍ୟା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଚିତ୍ର ପ୍ରକାଶ ପାଇଛି। ପ୍ରଥମେ ପ୍ରବଳ ବର୍ଷା ଏବଂ ହିମସ୍ଖଳନକୁ ପ୍ରାଥମିକ କାରଣ ଭାବରେ ବିବେଚନା…

ପାର୍ବଣ ଋତୁ ପୂର୍ବରୁ ବଡ଼ ଖୁସି ଖବର; କମିବ ଚିନି ଦର! ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୩୧।୮: ଆଗାମୀ ପାର୍ବଣ ଋତୁ ପୂର୍ବରୁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ବଜାରରେ ଚିନିର ଦର ନିୟନ୍ତ୍ରଣ କରିବା ସହ କଳାବଜାରୀ ରୋକିବା ପାଇଁ କେନ୍ଦ୍ର…

୫ ଓ ୬ରେ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ: ପଞ୍ଚାୟତ ନିର୍ବାଚନ ପାଇଁ ହେବ ରୋଡ୍‌ମ୍ୟାପ୍‌

ଭୁବନେଶ୍ବର,୩୧।୮: ସେପ୍ଟେମ୍ବର ୫ ଓ ୬ ତାରିଖରେ ରାଜ୍ୟ ଭାଜପାର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଚଳିତଥର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଢେଙ୍କାନାଳରେ ହେବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri