Posted inଫୁରସତ

‘ମୁଁ ଦୁନିଆ ଛାଡ଼ିଦେବି’

ଚପଳ ଶିଶୁ। ସେମାନଙ୍କର ମନ ସର୍ବଦା ଖେଳିବା, ବୁଲିବାରେ ବ୍ୟସ୍ତ। କିନ୍ତୁ ଆଜିର ପିଲାମାନେ ଟିଭି, ମୋବାଇଲ ଦେଖି ଏତେ ବଡ଼ ବଡ଼ କଥା ଶିଖୁଛନ୍ତି, ସେମାନଙ୍କ କଥା ଶୁଣି ବଡ଼ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ସୋସିଆଲ ମିଡିଆରେ ଏହିପରି ଏକ ଶିଶୁର ଭିଡିଓ ଭାଇରାଲ ହେଉଛି। ଯେଉଁଠି ପାଠପଢ଼ାରେ ଅସନ୍ତୋଷ ପ୍ରକାଶ କରି ନିଜ ମା’ଙ୍କୁ କିଛି କହୁଛି। ଯାହା ଶୁଣି ମା’ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭିଡିଓରେ, ପାଠପଢ଼ାରେ ଅସୁବିଧାରେ ପଡ଼ିଥିବା ଶିଶୁଟି ମା’ଙ୍କ ସହ ଘର କିମ୍ବା ବିଦ୍ୟାଳୟ ନୁହେଁ ପୂରା ଦୁନିଆ ଛାଡ଼ିବା ବିଷୟରେ କଥାବାର୍ତ୍ତା କରୁଛି। ପିଲାଟି ଏପରି ଜ୍ଞାନ କେଉଁଠୁ ଶିଖିଲା, ତାହା ଜଣା ନାହିଁ, କିନ୍ତୁ ଏ ଚପଳ ବୟସରେ ତା’ ପାଟିରୁ ଏପରି କଥା ଶୁଣିବା ଯେତିକି ହାସ୍ୟାସ୍ପଦ ସେତିକି ଅଜବ ମଧ୍ୟ।

ଭାଇରାଲ ଭିଡିଓରେ ପିଲାଟି ମା’ଙ୍କ ସହିତ ବସି ପାଠ ପଢୁଛି। ମଝିରେ ମଝିରେ ମା’ଙ୍କ ସହ କଥା ହେବା ବନ୍ଦ କରିଦେଉଛି। ତା’ ଚେହେରା ଦେଖିଲେ ଲାଗୁଛି ପିଲାଟିର ମନ ଆଦୌ ପାଠପଢ଼ା ପ୍ରତି ନାହିଁ। ସେ କହୁଛି, ‘ମା’ ମୁଁ ବ୍ୟସ୍ତ ମୋତେ କାହିଁକି ଏହି ଦୁନିଆକୁ ଅଣାଯାଇଛି? ମୁଁ ଏହି ଦୁନିଆ ଛାଡ଼ି ଚାଲିଯିବି। ମା’ ମଧ୍ୟ ତାଙ୍କୁ ପଚାରୁଛନ୍ତି, ତୁମେ କାହିଁକି ଛାଡ଼ିବ? ତେଣୁ ପିଲାଟି କହୁଛି, ମୁଁ ଏହି ଦୁନିଆରେ କିଛି ଅନୁଭବ କରେ ନାହିଁ। ତା’ପରେ ମାଆ ପଚାରିଛନ୍ତି କାହିଁକି, ସେ କହୁଛି ତୁମେ ଭଲ ନୁହଁ। ମୋତେ ପଢ଼ିବାକୁ ଭଲ ଲାଗୁନି।

ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ୟୁଜରମାନେ ପିଲାଟିର କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏତେ ଛୋଟ ପିଲା ମୁଣ୍ଡରେ ଏମିତି ବୁଦ୍ଧି କେଉଁଠୁ ଆସିଲା। ଭିଡିଓଟି daiviksharma28 ନାମକ ଏକ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଶେୟାର କରାଯାଇଛି। ଏହାକୁ ୪.୬ ମିଲିୟନରୁ ଅଧିକ ଅର୍ଥାତ୍‌ ୪୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ୪ ଲକ୍ଷ ଲୋକ ଏହାକୁ ପସନ୍ଦ କରିଛନ୍ତି। ୟୁଜରମାନେ କହିଛନ୍ତି, ପାଠପଢ଼ା ତାକୁ ବହୁତ କଷ୍ଟ। ଏଥିପ୍ରତି ତା’ର ଆଦୌ ଆଗ୍ରହ ନାହିଁ। ଯେଉଁଥିପାଇଁ ଶିଶୁଟି ଏପରି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri