Posted inଜାତୀୟ

ଗୋଡ଼ ଧରି ଚିତ୍କାର କରିଥିଲି, କିନ୍ତୁ ମୋତେ କ୍ଲାସ୍‌ରୁମ୍‌କୁ ନେଇ…ଲୋମଟାଙ୍କୁରା କାହାଣୀ ବଖାଣିଲେ ଗଣବଳାତ୍କାର ପୀଡ଼ିତା

କୋଲକାତା,୨୭।୬: ପଶ୍ଚିମବଙ୍ଗରେ ଜଣେ ଆଇନ ଛାତ୍ରୀଙ୍କ ସହ ଗଣବଳାତ୍କାର ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ପୋଲିସ ଏହି ବର୍ବରତାରେ ସମ୍ପୃକ୍ତ ଦୁଇ ଜଣ ବର୍ତ୍ତମାନର ଛାତ୍ର ଏବଂ ଜଣେ ପୂର୍ବତନ ଛାତ୍ର ସମେତ ତିନି ଜଣଙ୍କୁ ଗିରଫ କରିଛି। ଏହି ଘଟଣା ଜୁନ ୨୫ ତାରିଖ ସନ୍ଧ୍ୟା ୭.୩୦ ରୁ ରାତି ୧୦.୫୦ ମଧ୍ୟରେ ଘଟିଥିବା କୁହାଯାଉଛି।

ପୀଡିତାଙ୍କ ଅଭିଯୋଗ ଉପରେ ରୁଜୁ ହୋଇଥିବା ଏଫଆଇଆର ଅନୁଯାୟୀ, ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର। ସେ କଲେଜର ପୂର୍ବତନ ଛାତ୍ର ଏବଂ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ (TMCP)ର ୟୁନିଟର ସଭାପତି ରହିସାରିଛନ୍ତି। ଏହା ବ୍ୟତୀତ, ଏଫଆଇଆରରେ ଆଉ ଦୁଇ ଅଭିଯୁକ୍ତ ଜାଇବ ଅହମ୍ମଦ ଏବଂ ପ୍ରମିତ ମୁଖାର୍ଜୀଙ୍କ ନାମ ମଧ୍ୟ ରହିଛି।

ମହିଳା ତାଙ୍କ ଅଭିଯୋଗରେ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ତାଙ୍କ ଉପରେ ବିବାହ ପାଇଁ ଚାପ ପକାଇଥିଲେ। ପୀଡିତା କହିଥିଲେ ଯେ, ତାଙ୍କର ଜଣେ ପ୍ରେମିକ ଅଛନ୍ତି, ଅଭିଯୁକ୍ତ ତାଙ୍କୁ ମଧ୍ୟ କ୍ଷତି ପହଞ୍ଚାଇବା ଏବଂ ତାଙ୍କ ମାତାପିତାଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବାକୁ ଧମକ ଦେଇଥିଲେ। ଅଭିଯୁକ୍ତ ପୀଡିତାଙ୍କ ପ୍ରେମିକକୁ କଲେଜ ଭିତରେ ବନ୍ଦ କରି ପିଟିଥିଲେ।

ପୀଡିତାଙ୍କ ଅଭିଯୋଗରେ କୁହାଯାଇଛି, ଅଭିଯୁକ୍ତ ମୋତେ ତାଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିବାକୁ ଚେଷ୍ଟା କରିଥିଲେ। ମୁଁ ମନା କରିଥିଲି ଏବଂ ତାଙ୍କୁ ପଛକୁ ଠେଲି ଦେଇଥିଲି। ମୁଁ କାନ୍ଦି କାନ୍ଦି ତାଙ୍କୁ ମୋତେ ଛାଡିବାକୁ ଅନୁରୋଧ କରିଥିଲି। ମୁଁ ତାଙ୍କୁ କହିଥିଲି ଯେ ମୋର ଜଣେ ପ୍ରେମିକ ଅଛି ଏବଂ ମୁଁ ତାଙ୍କୁ ବହୁତ ଭଲ ପାଏ, କିନ୍ତୁ ସେ ମୋ କଥା ଶୁଣି ନ ଥିଲେ। ମୋତେ ଛାଡିଦେବା ପାଇଁ ସେମାନଙ୍କ ଗୋଡ଼ ଧରିଥିଲି, କିନ୍ତୁ ସେମାନେ ଶୁଣି ନ ଥିଲେ। ମୁଁ ଭୟଭୀତ ହୋଇଯାଇଥିଲି ଏବଂ ନିଶ୍ୱାସ ନେବାରେ କଷ୍ଟ ହେଉଥିଲା। ମୁଁ ସେମାନଙ୍କୁ ମୋତେ ହସ୍ପିଟାଲ ନେଇଯିବାକୁ ଅନୁରୋଧ କରିଥିଲି, କିନ୍ତୁ ସେମାନେ ମୋ କଥା ଶୁଣି ନଥିଲେ। ସେମାନେ ମୋତେ ବଳପୂର୍ବକ କ୍ଲାସ୍‌ରୁମକୁ ନେଇ ଗଣବଳାତ୍କାର କରିଥିଲେ।

ପୀଡିତା ଅଭିଯୋଗରେ କହିଛନ୍ତି, ଅଭିଯୁକ୍ତ ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ମଧ୍ୟ ରେକର୍ଡ କରିଥିଲେ। ସେ ମୋତେ ଧମକ ଦେଇଥିଲେ ଯେ ଯଦି ମୁଁ ବାହାରେ କିଛି କରେ, ତେବେ ସେ ଏହି ଭିଡିଓ ସମସ୍ତଙ୍କୁ ଦେଖାଇବେ। ଯେତେବେଳେ ମୁଁ


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri