Posted inଜାତୀୟ

ଗୋଡ଼ ଧରି ଚିତ୍କାର କରିଥିଲି, କିନ୍ତୁ ମୋତେ କ୍ଲାସ୍‌ରୁମ୍‌କୁ ନେଇ…ଲୋମଟାଙ୍କୁରା କାହାଣୀ ବଖାଣିଲେ ଗଣବଳାତ୍କାର ପୀଡ଼ିତା

କୋଲକାତା,୨୭।୬: ପଶ୍ଚିମବଙ୍ଗରେ ଜଣେ ଆଇନ ଛାତ୍ରୀଙ୍କ ସହ ଗଣବଳାତ୍କାର ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ପୋଲିସ ଏହି ବର୍ବରତାରେ ସମ୍ପୃକ୍ତ ଦୁଇ ଜଣ ବର୍ତ୍ତମାନର ଛାତ୍ର ଏବଂ ଜଣେ ପୂର୍ବତନ ଛାତ୍ର ସମେତ ତିନି ଜଣଙ୍କୁ ଗିରଫ କରିଛି। ଏହି ଘଟଣା ଜୁନ ୨୫ ତାରିଖ ସନ୍ଧ୍ୟା ୭.୩୦ ରୁ ରାତି ୧୦.୫୦ ମଧ୍ୟରେ ଘଟିଥିବା କୁହାଯାଉଛି।

ପୀଡିତାଙ୍କ ଅଭିଯୋଗ ଉପରେ ରୁଜୁ ହୋଇଥିବା ଏଫଆଇଆର ଅନୁଯାୟୀ, ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର। ସେ କଲେଜର ପୂର୍ବତନ ଛାତ୍ର ଏବଂ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ (TMCP)ର ୟୁନିଟର ସଭାପତି ରହିସାରିଛନ୍ତି। ଏହା ବ୍ୟତୀତ, ଏଫଆଇଆରରେ ଆଉ ଦୁଇ ଅଭିଯୁକ୍ତ ଜାଇବ ଅହମ୍ମଦ ଏବଂ ପ୍ରମିତ ମୁଖାର୍ଜୀଙ୍କ ନାମ ମଧ୍ୟ ରହିଛି।

ମହିଳା ତାଙ୍କ ଅଭିଯୋଗରେ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ତାଙ୍କ ଉପରେ ବିବାହ ପାଇଁ ଚାପ ପକାଇଥିଲେ। ପୀଡିତା କହିଥିଲେ ଯେ, ତାଙ୍କର ଜଣେ ପ୍ରେମିକ ଅଛନ୍ତି, ଅଭିଯୁକ୍ତ ତାଙ୍କୁ ମଧ୍ୟ କ୍ଷତି ପହଞ୍ଚାଇବା ଏବଂ ତାଙ୍କ ମାତାପିତାଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବାକୁ ଧମକ ଦେଇଥିଲେ। ଅଭିଯୁକ୍ତ ପୀଡିତାଙ୍କ ପ୍ରେମିକକୁ କଲେଜ ଭିତରେ ବନ୍ଦ କରି ପିଟିଥିଲେ।

ପୀଡିତାଙ୍କ ଅଭିଯୋଗରେ କୁହାଯାଇଛି, ଅଭିଯୁକ୍ତ ମୋତେ ତାଙ୍କ ସହିତ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିବାକୁ ଚେଷ୍ଟା କରିଥିଲେ। ମୁଁ ମନା କରିଥିଲି ଏବଂ ତାଙ୍କୁ ପଛକୁ ଠେଲି ଦେଇଥିଲି। ମୁଁ କାନ୍ଦି କାନ୍ଦି ତାଙ୍କୁ ମୋତେ ଛାଡିବାକୁ ଅନୁରୋଧ କରିଥିଲି। ମୁଁ ତାଙ୍କୁ କହିଥିଲି ଯେ ମୋର ଜଣେ ପ୍ରେମିକ ଅଛି ଏବଂ ମୁଁ ତାଙ୍କୁ ବହୁତ ଭଲ ପାଏ, କିନ୍ତୁ ସେ ମୋ କଥା ଶୁଣି ନ ଥିଲେ। ମୋତେ ଛାଡିଦେବା ପାଇଁ ସେମାନଙ୍କ ଗୋଡ଼ ଧରିଥିଲି, କିନ୍ତୁ ସେମାନେ ଶୁଣି ନ ଥିଲେ। ମୁଁ ଭୟଭୀତ ହୋଇଯାଇଥିଲି ଏବଂ ନିଶ୍ୱାସ ନେବାରେ କଷ୍ଟ ହେଉଥିଲା। ମୁଁ ସେମାନଙ୍କୁ ମୋତେ ହସ୍ପିଟାଲ ନେଇଯିବାକୁ ଅନୁରୋଧ କରିଥିଲି, କିନ୍ତୁ ସେମାନେ ମୋ କଥା ଶୁଣି ନଥିଲେ। ସେମାନେ ମୋତେ ବଳପୂର୍ବକ କ୍ଲାସ୍‌ରୁମକୁ ନେଇ ଗଣବଳାତ୍କାର କରିଥିଲେ।

ପୀଡିତା ଅଭିଯୋଗରେ କହିଛନ୍ତି, ଅଭିଯୁକ୍ତ ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ମଧ୍ୟ ରେକର୍ଡ କରିଥିଲେ। ସେ ମୋତେ ଧମକ ଦେଇଥିଲେ ଯେ ଯଦି ମୁଁ ବାହାରେ କିଛି କରେ, ତେବେ ସେ ଏହି ଭିଡିଓ ସମସ୍ତଙ୍କୁ ଦେଖାଇବେ। ଯେତେବେଳେ ମୁଁ


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ବେହାଲ ବରଗଡ଼ ସହର, ତଳି ଅଞ୍ଚଳ ଜଳମଗ୍ନ

ବରଗଡ଼,୬।୭,(ପ୍ରେମାନନ୍ଦ ଖମାରୀ): ବିିକଶିତ ବରଗଡ଼ ଲକ୍ଷ୍ୟ ନେଇ ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହୋଇଛି। ସେଠାରେ ଡ୍ରେନ ନିର୍ମାଣ କରାଯାଇଛି। କେଉଁଠି ଡ୍ରେନ ନିର୍ମାଣ ସରିଛି ତ ଆଉ…

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର ଲୋକେ ବହୁତ ଭଲ।…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri