Posted inଜାତୀୟ

 ମୁଁ ଚେତାବନୀ ଦେଇଥିଲି, ମାତ୍ର ସେ ମଜା ଉଡ଼ାଇଥିଲେ: ରାହୁଲ

ନୂଆଦିଲ୍ଲୀ,୨।୫: ଦେଶରେ କରୋନା ସଂକ୍ରମଣ ବଢୁଥିବା ନେଇ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଚେତାବନୀ ଦେଇଥିଲେ। ମାତ୍ର ସେ ଏହାର ମଜା ଉଡ଼ାଇଥିଲେ ବୋଲି ଏକ ସାକ୍ଷାତକାରରେ ରାହୁଲ କହିଛନ୍ତି। ସେ କହିଛନ୍ତି, ମୋଦି ସରକାର ବୈଜ୍ଞାନିକମାନଙ୍କ ଚେତାବନୀକୁ ହେୟଜ୍ଞାନ କରିଛନ୍ତି।

ରାହୁଲ କହିଛନ୍ତି, ଭାରତରେ ଯେଉଁଭଳି କରୋନା ନିଜର ପ୍ରକୋପ ଦେଖାଇଛି ଏଥିରେ ସାରା ଦୁନିଆ ଆଶ୍ଚର୍ଯ୍ୟ ହୋଇଛି। ଦେଶରେ କେଉଁଠି ଅକ୍ସିଜେନ ପାଇଁ ଲାଇନ୍‌ ଲାଗୁଛି ତ ଆଉ କେଉଁଠି ଔଷଧ ପାଇଁ, କେଉଁଠି ବେଡ୍‌ ପାଇଁ ତ ଆଉ କେଉଁଠି ଶବଦାହ ପାଇଁ। ରାହୁଲ ମହାମାରୀକୁ ନେଇ ପ୍ରଥମରୁ ଚେତାବନୀ ଦେଇଥିଲେ କିନ୍ତୁ ସରକାର ଏହାକୁ ଏଡ଼ାଇ ଦେଇଥଲେ।

କରୋନାର ଦ୍ୱିତୀୟ ଲହରକୁ ନେଇ ରାହୁଲ କହିଥିଲେ, ଏହା ଲହଡ଼ି ନୁହେଁ; ଏହା ସୁନାମୀ। ସେ କହିଛନ୍ତି, କରୋନା ସହ ମୁକାବିଲା କରିବା ପାଇଁ ଆମ ପାଖରେ ପ୍ରତ୍ୟେକ ଜିନିଷର ଅଭାବ ରହିଛି। ରାଜଧାନୀର ସବୁଠୁ ଭଲ ହସ୍ପିଟାଲରେ ବେଡ୍‌ ପୂରଣ ହୋଇସାରିଲାଣି। ଦେଶରେ ଡାକ୍ତରମାନେ ଅକ୍ସିଜେନ ଦେବାକୁ ଦାବି କରୁଛନ୍ତି। ଆମର ସ୍ବାସ୍ଥ୍ୟକର୍ମୀଙ୍କ ଆଖି ସାମ୍ନାରେ ଶହ ଶହ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି। ସେମାନେ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଏପ୍ରକାର ଅସମର୍ଥ। ବର୍ତ୍ତମାନ ଭାରତ କରୋନା ଭୂତାଣୁର ପେଣ୍ଠ ପାଲଟିଗଲାଣି। ଭାରତର ଏପରି ଅବସ୍ଥା ଦେଖି ସାରା ଦୁନିଆ ଦୋହଲି ଗଲାଣି।

ସେ କହିଛନ୍ତି, ଏମିତି ହେବ ବୋଲି ଆମେ କେବେ ଚାହୁଁ ନ ଥିଲୁ। ସେଥିପାଇଁ ଅନେକ ଥର ମୁଁ ଚେତାବନୀ ଦେଇଛି। ବୈଜ୍ଞାନିକମାନେ ମଧ୍ୟ ସରକାରଙ୍କୁ ବହୁବାର ଚେତାବନୀ ଦେଇଥିଲେ। ମାତ୍ର ସରକାର ଏହାକୁ ମାନିବାକୁ ନାରାଜ। ଯେଉଁଥିପାଇଁ ଦେଶ ଆଜି ଏମିତି ଏକ ଦୁଃସମୟର ସାମ୍ନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri