Posted inଫୁରସତ

ପ୍ରଥମ ଦରମା ଟଙ୍କା ନେଇ ବାପାଙ୍କ ହାତରେ ଦେଇଥିଲି: ସାହିତି୍ୟକ ତଥା ପ୍ରଶାସନିକ ଅଧିକାରୀ ଧନଞ୍ଜୟ ସ୍ବାଇଁ

୧୯୯୦ ମସିହାର କଥା। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲା ପରେ ଅବିଭକ୍ତ କୋରାପୁଟ ଜିଲାରେ ପ୍ରଶିକ୍ଷଣ ନେବା ପାଇଁ ସଚିବାଳୟରୁ ଡାକରା ଆସିଲା। ମୁଁ ଆଗରୁ କୋରାପୁଟ ଦେଖି ନଥାଏ। ମୋର ଯାହା ମନେ ପଡୁଛି ମେ’ ମାସ ୨୩ ତାରିଖର ଏକ ମନୋରମ ସକାଳେ କାର୍ଯ୍ୟକ୍ଷେତ୍ରରେ ଯୋଗଦେଲି। ମୋ ପାଇଁ ସମ୍ପୂର୍ଣ୍ଣ ଅପରିଚିତ ଥିବା ସେ ସ୍ଥାନରେ ପ୍ରଥମ କେତେ ମାସ ଅଣନିଃଶ୍ୱାସୀ ଅନୁଭବ କଲି। କାରଣ ସେଠାକାର ଜଳବାୟୁ, ପାଣିପାଗ, ଚାଲିଚଳଣ, ଭାଷା, ସଂସ୍କୃତି, ପରମ୍ପରା ସହିତ ମୁଁ ସମ୍ପୂର୍ଣ୍ଣ ଅଜ୍ଞ ଥିଲି। ତଥାପି ସେହି ଜିଲାରେ ଦୀର୍ଘ ୧୨ ବର୍ଷ କାଳ ରହି ବିଭିନ୍ନ ପଦପଦବୀ ଯଥା ଅତିରିକ୍ତ ତହସିଲଦାର, ତହସିଲଦାର, ବିଡ଼ିଓ ପଦବୀରେ ଏହାର ବିଭିନ୍ନ ଅଗମ୍ୟ ଅଞ୍ଚଳ ବୁଲି ଅନେକ ଅଭିଜ୍ଞତା ସାଉଁଟିଥିଲି। କାହିଁ ଗୁଣୁପୁରର କେଉଁ ଅଖ୍ୟାତ ସଉରାପଲ୍ଲୀ ହେଉ ତ କାହିଁ ମାଲକାନଗିରିର ବଣ୍ଡା ଜନଜାତିଙ୍କ ଗାଁ ମୁଦୁଲିପଡ଼ା ହେଉ ଅବା ଉମରକୋଟର ବଙ୍ଗୀୟ ଶରଣାର୍ଥୀଙ୍କ ଗାଁ ସିଲାଟି, ଶଙ୍କରଡ଼ା ହେଉ ସବୁଆଡ଼େ ବୁଲିବାର ସୂଯୋଗ ପାଇଥିଲି।

ମାଲକାନଗିରିରେ ଅବସ୍ଥାନ କାଳରେ ତା’ର ଶ୍ୟାମଳ ସବୁଜ ରୂପରେ ଆତ୍ମହରା ହେଉଥିଲି ତ କେତେବେଳେ ଭାଲୁ ଓ ବାଘର ପାହୁଲ ଦେଖି ସଙ୍କିତ ହୋଇଯାଉଥିଲି। ପୁଣି କେତେବେଳେ ପାହାଡ ଢାଲୁରେ ଅଳସି କ୍ଷେତର ସୁନାଖରାକୁ ଦେଖି ମୋହିତ ହେଉଥିଲି। ଏଠାକାର ଝରଣା, କାଠହଣା ଚଢେଇର ଗୀତ, ଆଦିବାସୀ କିଶୋରୀର ଫାଳିକିଆ ଖୋସା, ଧୁଙ୍ଗିଆ କ୍ଷେତର ଶୀତ ଇତ୍ୟାଦି ମୋ କବିତ୍ୱକୁ ପ୍ରଭାବିତ କରୁଥିଲା। ଜିଲା କାର୍ଯ୍ୟାଳୟର ବିଭିନ୍ନ ଉପବିଭାଗ, ବ୍ଲକ, ତହସିଲ କାର୍ଯ୍ୟାଳୟ ଇତ୍ୟାଦିରେ ତାଲିମ ନେବାର ଦେଢମାସ ଅତିବାହିତ ହେଲା ପରେ ଜିଲାପାଳଙ୍କ କାର୍ଯ୍ୟାଳୟର ନିଜାରତ ସେକ୍ସନରୁ ଦରମା ପାଇଲି, ତା’ପୁଣି ବର୍ଦ୍ଧିତ ହାରରେ। ମୋର ଯାହା ମନେଅଛି, ୧୯୯୦ ମସିହାରେ ଜଣେ ଓ.ଏ.ଏସ୍‌ ଅଧିକାରୀ ସର୍ବାଧିକ ପ୍ରାୟ ୧୩୨୫ ଟଙ୍କା ମାସିକ ଦରମା ପାଉଥିଲେ। କିନ୍ତୁ ମୁଁ ଆରମ୍ଭକାଳରୁ ହିଁ ବର୍ଦ୍ଧିତ ହାରରେ ମାସିକ ପ୍ରାୟ ୨୦୦୦ ଟଙ୍କା ପାଉଥିଲି। ମୋ ଅନୁଭବରେ ସେତେବେଳେ ଏହି ଟଙ୍କା ଯେତିକି ଖୁସି ଦେଇଥିଲା ତାହା ତୁଳନାରେ ଏବେର ଦୁଇ ଲକ୍ଷ ଟଙ୍କାର ଖୁସି ବି କମ୍‌ ପଡିଯିବ। କାରଣ ଗୋଟିଏ ଯୌଥ ପରିବାର ଭିତରେ ମୁଁ ବଡ଼ ହୋଇଥିଲି। ପାଞ୍ଚ ପାଞ୍ଚ ଜଣ ପିଲାଙ୍କୁ କଲେଜ ଶିକ୍ଷା ଦେଇ, ମତେ ଉଚ୍ଚ ଶିକ୍ଷା ପାଇଁ ଦିଲ୍ଲୀ ପଠେଇବା ସହ ପରିବାରର ସମସ୍ତ ଦାୟିତ୍ୱ ତୁଲାଇବାରେ ବାପାଙ୍କୁ ଯେ କେତେ କଷ୍ଟ କରିବାକୁ ପଡୁଥିଲା ତାହା ମୁଁ ଅନୁଭବ କରିଥିଲି। ତେଣୁ ଯେତେବେଳେ ପ୍ରଥମ ଦରମା ପାଇଲି, ସବୁଯାକ ଟଙ୍କା ନେଇ ବାପାଙ୍କ ହାତରେ ଦେଇ ଦେବାକୁ ମନେମନେ ଚିନ୍ତା କଲି। କାଳେ ସିଏ ଗ୍ରହଣ ନ କରିବେ, ସେଥିପାଇଁ ଡରୁ ବି ଥିଲି।

ଅତି ସନ୍ତର୍ପଣରେ ବାପାଙ୍କ ହାତକୁ ଦରମା ଟଙ୍କା ବଢାଇଦେଲା ବେଳେ ତାଙ୍କ ମୁହଁରେ ଯେଉଁ ସ୍ମିତ ଔଜଲ୍ୟ ଦେଖିଥିଲି, ତାହା ମୋ ଆଖିରେ ଲୁହ ଆଣି ଦେଇଥିଲା। କାରଣ ବାପାଙ୍କର ସେଦିନର ହସ ଥିଲା ଏକ ପୂର୍ଣ୍ଣତାର ହସ, ଏକ ପରିତୃପ୍ତିର ହସ; ଯାହା ମୋ ସ୍ମୃତି ପଟରେ ସବୁଦିନ ପାଇଁ ଅଭୁଲା ହୋଇ ରହିଛି ଓ ରହିବ। ଦୁଃଖ କେବଳ ଏତିକି, ଏବେ ବାପା ଆଉ ମୋ ପାଖରେ ନାହାନ୍ତି। ସେ ଏବେ ଦୂର ଆକାଶର ତାରା। ହେଲେ ତାଙ୍କ ଆଶୀର୍ବାଦ ଯୋଗୁ କର୍ମକ୍ଷେତ୍ର ସହିତ ସାହିତ୍ୟ ଜଗତରେ ବି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଗଢିପାରିଛି। ୟା’ଭିତରେ ମୋ ଲିଖିତ ପ୍ରାୟ ୧୨ଟି କବିତା ସଂଳକନ ପ୍ରକାଶିତ ହୋଇସାରିଛି। ଯେମିତିକି ‘ଗାଁ ଗୀତ’, ‘କୁରେଇ ଫୁଲର ଖୋସା’, ‘ମିଠା ଜହ୍ନରାତି’, ‘ଚଇତି ଚିଠି’ ଇତ୍ୟାଦି ଅନ୍ୟତମ। ଏହାବାଦ୍‌ ମୋ ଲିଖିତ ଅନେକ ଶିଶୁ କବିତା ଓ ସ୍ତମ୍ଭ ବିଭିନ୍ନ ଖବରକାଗଜ ତଥା ପତ୍ରପତ୍ରିକାରେ ପ୍ରକାଶ ପାଇ ପାଠକାଦୃତ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ବିନା ଖାଇବା-ପିଇବାରେ କେତେଦିନ ବଞ୍ଚିପାରିବ ମଣିଷ? ଜାଣନ୍ତୁ ହ୍ୟୁମାନ ବଡ଼ିର କାପାସିଟି…

ମଣିଷ ଶରୀର ଆଶ୍ଚର୍ଯ୍ୟଜନକ ଭାବରେ ସ୍ଥିର, କିନ୍ତୁ ଏହାର କିଛି ବାୟୋଲଜିକାଲ ସୀମା ମଧ୍ୟ ଅଛି। ଖାଦ୍ୟ ଏବଂ ପାଣି ବିନା ବଞ୍ଚିବା ଶରୀର ମସ୍ତିଷ୍କ, ହୃଦୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri