Posted inଫୁରସତ

ପ୍ରଥମ ଦରମା ଟଙ୍କା ନେଇ ବାପାଙ୍କ ହାତରେ ଦେଇଥିଲି: ସାହିତି୍ୟକ ତଥା ପ୍ରଶାସନିକ ଅଧିକାରୀ ଧନଞ୍ଜୟ ସ୍ବାଇଁ

୧୯୯୦ ମସିହାର କଥା। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲା ପରେ ଅବିଭକ୍ତ କୋରାପୁଟ ଜିଲାରେ ପ୍ରଶିକ୍ଷଣ ନେବା ପାଇଁ ସଚିବାଳୟରୁ ଡାକରା ଆସିଲା। ମୁଁ ଆଗରୁ କୋରାପୁଟ ଦେଖି ନଥାଏ। ମୋର ଯାହା ମନେ ପଡୁଛି ମେ’ ମାସ ୨୩ ତାରିଖର ଏକ ମନୋରମ ସକାଳେ କାର୍ଯ୍ୟକ୍ଷେତ୍ରରେ ଯୋଗଦେଲି। ମୋ ପାଇଁ ସମ୍ପୂର୍ଣ୍ଣ ଅପରିଚିତ ଥିବା ସେ ସ୍ଥାନରେ ପ୍ରଥମ କେତେ ମାସ ଅଣନିଃଶ୍ୱାସୀ ଅନୁଭବ କଲି। କାରଣ ସେଠାକାର ଜଳବାୟୁ, ପାଣିପାଗ, ଚାଲିଚଳଣ, ଭାଷା, ସଂସ୍କୃତି, ପରମ୍ପରା ସହିତ ମୁଁ ସମ୍ପୂର୍ଣ୍ଣ ଅଜ୍ଞ ଥିଲି। ତଥାପି ସେହି ଜିଲାରେ ଦୀର୍ଘ ୧୨ ବର୍ଷ କାଳ ରହି ବିଭିନ୍ନ ପଦପଦବୀ ଯଥା ଅତିରିକ୍ତ ତହସିଲଦାର, ତହସିଲଦାର, ବିଡ଼ିଓ ପଦବୀରେ ଏହାର ବିଭିନ୍ନ ଅଗମ୍ୟ ଅଞ୍ଚଳ ବୁଲି ଅନେକ ଅଭିଜ୍ଞତା ସାଉଁଟିଥିଲି। କାହିଁ ଗୁଣୁପୁରର କେଉଁ ଅଖ୍ୟାତ ସଉରାପଲ୍ଲୀ ହେଉ ତ କାହିଁ ମାଲକାନଗିରିର ବଣ୍ଡା ଜନଜାତିଙ୍କ ଗାଁ ମୁଦୁଲିପଡ଼ା ହେଉ ଅବା ଉମରକୋଟର ବଙ୍ଗୀୟ ଶରଣାର୍ଥୀଙ୍କ ଗାଁ ସିଲାଟି, ଶଙ୍କରଡ଼ା ହେଉ ସବୁଆଡ଼େ ବୁଲିବାର ସୂଯୋଗ ପାଇଥିଲି।

ମାଲକାନଗିରିରେ ଅବସ୍ଥାନ କାଳରେ ତା’ର ଶ୍ୟାମଳ ସବୁଜ ରୂପରେ ଆତ୍ମହରା ହେଉଥିଲି ତ କେତେବେଳେ ଭାଲୁ ଓ ବାଘର ପାହୁଲ ଦେଖି ସଙ୍କିତ ହୋଇଯାଉଥିଲି। ପୁଣି କେତେବେଳେ ପାହାଡ ଢାଲୁରେ ଅଳସି କ୍ଷେତର ସୁନାଖରାକୁ ଦେଖି ମୋହିତ ହେଉଥିଲି। ଏଠାକାର ଝରଣା, କାଠହଣା ଚଢେଇର ଗୀତ, ଆଦିବାସୀ କିଶୋରୀର ଫାଳିକିଆ ଖୋସା, ଧୁଙ୍ଗିଆ କ୍ଷେତର ଶୀତ ଇତ୍ୟାଦି ମୋ କବିତ୍ୱକୁ ପ୍ରଭାବିତ କରୁଥିଲା। ଜିଲା କାର୍ଯ୍ୟାଳୟର ବିଭିନ୍ନ ଉପବିଭାଗ, ବ୍ଲକ, ତହସିଲ କାର୍ଯ୍ୟାଳୟ ଇତ୍ୟାଦିରେ ତାଲିମ ନେବାର ଦେଢମାସ ଅତିବାହିତ ହେଲା ପରେ ଜିଲାପାଳଙ୍କ କାର୍ଯ୍ୟାଳୟର ନିଜାରତ ସେକ୍ସନରୁ ଦରମା ପାଇଲି, ତା’ପୁଣି ବର୍ଦ୍ଧିତ ହାରରେ। ମୋର ଯାହା ମନେଅଛି, ୧୯୯୦ ମସିହାରେ ଜଣେ ଓ.ଏ.ଏସ୍‌ ଅଧିକାରୀ ସର୍ବାଧିକ ପ୍ରାୟ ୧୩୨୫ ଟଙ୍କା ମାସିକ ଦରମା ପାଉଥିଲେ। କିନ୍ତୁ ମୁଁ ଆରମ୍ଭକାଳରୁ ହିଁ ବର୍ଦ୍ଧିତ ହାରରେ ମାସିକ ପ୍ରାୟ ୨୦୦୦ ଟଙ୍କା ପାଉଥିଲି। ମୋ ଅନୁଭବରେ ସେତେବେଳେ ଏହି ଟଙ୍କା ଯେତିକି ଖୁସି ଦେଇଥିଲା ତାହା ତୁଳନାରେ ଏବେର ଦୁଇ ଲକ୍ଷ ଟଙ୍କାର ଖୁସି ବି କମ୍‌ ପଡିଯିବ। କାରଣ ଗୋଟିଏ ଯୌଥ ପରିବାର ଭିତରେ ମୁଁ ବଡ଼ ହୋଇଥିଲି। ପାଞ୍ଚ ପାଞ୍ଚ ଜଣ ପିଲାଙ୍କୁ କଲେଜ ଶିକ୍ଷା ଦେଇ, ମତେ ଉଚ୍ଚ ଶିକ୍ଷା ପାଇଁ ଦିଲ୍ଲୀ ପଠେଇବା ସହ ପରିବାରର ସମସ୍ତ ଦାୟିତ୍ୱ ତୁଲାଇବାରେ ବାପାଙ୍କୁ ଯେ କେତେ କଷ୍ଟ କରିବାକୁ ପଡୁଥିଲା ତାହା ମୁଁ ଅନୁଭବ କରିଥିଲି। ତେଣୁ ଯେତେବେଳେ ପ୍ରଥମ ଦରମା ପାଇଲି, ସବୁଯାକ ଟଙ୍କା ନେଇ ବାପାଙ୍କ ହାତରେ ଦେଇ ଦେବାକୁ ମନେମନେ ଚିନ୍ତା କଲି। କାଳେ ସିଏ ଗ୍ରହଣ ନ କରିବେ, ସେଥିପାଇଁ ଡରୁ ବି ଥିଲି।

ଅତି ସନ୍ତର୍ପଣରେ ବାପାଙ୍କ ହାତକୁ ଦରମା ଟଙ୍କା ବଢାଇଦେଲା ବେଳେ ତାଙ୍କ ମୁହଁରେ ଯେଉଁ ସ୍ମିତ ଔଜଲ୍ୟ ଦେଖିଥିଲି, ତାହା ମୋ ଆଖିରେ ଲୁହ ଆଣି ଦେଇଥିଲା। କାରଣ ବାପାଙ୍କର ସେଦିନର ହସ ଥିଲା ଏକ ପୂର୍ଣ୍ଣତାର ହସ, ଏକ ପରିତୃପ୍ତିର ହସ; ଯାହା ମୋ ସ୍ମୃତି ପଟରେ ସବୁଦିନ ପାଇଁ ଅଭୁଲା ହୋଇ ରହିଛି ଓ ରହିବ। ଦୁଃଖ କେବଳ ଏତିକି, ଏବେ ବାପା ଆଉ ମୋ ପାଖରେ ନାହାନ୍ତି। ସେ ଏବେ ଦୂର ଆକାଶର ତାରା। ହେଲେ ତାଙ୍କ ଆଶୀର୍ବାଦ ଯୋଗୁ କର୍ମକ୍ଷେତ୍ର ସହିତ ସାହିତ୍ୟ ଜଗତରେ ବି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଗଢିପାରିଛି। ୟା’ଭିତରେ ମୋ ଲିଖିତ ପ୍ରାୟ ୧୨ଟି କବିତା ସଂଳକନ ପ୍ରକାଶିତ ହୋଇସାରିଛି। ଯେମିତିକି ‘ଗାଁ ଗୀତ’, ‘କୁରେଇ ଫୁଲର ଖୋସା’, ‘ମିଠା ଜହ୍ନରାତି’, ‘ଚଇତି ଚିଠି’ ଇତ୍ୟାଦି ଅନ୍ୟତମ। ଏହାବାଦ୍‌ ମୋ ଲିଖିତ ଅନେକ ଶିଶୁ କବିତା ଓ ସ୍ତମ୍ଭ ବିଭିନ୍ନ ଖବରକାଗଜ ତଥା ପତ୍ରପତ୍ରିକାରେ ପ୍ରକାଶ ପାଇ ପାଠକାଦୃତ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଏହି ଦେଶରେ ପୁରୁଷଙ୍କ ଅଭାବ; ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା

ନୂଆଦିଲ୍ଲୀ,୫ା୧୨: ୟୁରୋପୀୟ ଦେଶ ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ଅଭାବନୀୟ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର...

ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌, ଦାମ୍‌ ଜାଣିଲେ…

ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।...

ବାହା ହେଉ ହେଉ ଭାଙ୍ଗିଲା ସମ୍ପର୍କ, ଚତୁର୍ଥୀ ରାତିରେ ଛାଡ଼ପତ୍ର ପେପରରେ ସାଇନ୍‌ କଲେ କନ୍ୟା

ଲକ୍ଷ୍ନୌ,୪ା୧୨: ଉତ୍ତରପ୍ରଦେଶର ଦେଓରିଆରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଚତୁର୍ଥୀରେ ଜଣେ ନବବିବାହିତା କନ୍ୟା ସମ୍ପର୍କ ଭାଙ୍ଗି ତାଙ୍କ...

ବିଶ୍ୱର ସବୁଠୁ ମହଙ୍ଗା ଅଣ୍ଡା: ଏହା ମୂଲ୍ୟରେ କିଣିହୋଇଯିବ ୧୦୦ ହେଲିକପ୍ଟର

ଗୋଟିଏ ଅଣ୍ଡାର ମୂଲ୍ୟ କେତେ ହୋଇପାରେ? ୮ ଟଙ୍କା, ୧୦ ଟଙ୍କା, କିମ୍ବା ସର୍ବାଧିକ ୨୫ ଟଙ୍କା। କିନ୍ତୁ ବିଶ୍ୱରେ ଏମିତି ଏକ ଅଣ୍ଡା ଅଛି,...

ଗାଁର ନାଁ କିଡ୍‌ନୀ ଭ୍ୟାଲି, ଏହା ପଛର କାରଣ ଜାଣିଲେ ନିଶ୍ଚିତ ହେବେ ଚକିତ

ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ଅନନ୍ୟତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଏହି କାରଣରୁ ଦେଶ ଏବଂ ବିଶ୍ୱର ସବୁଠି ଚର୍ଚ୍ଚା। ଆଜି...

ରହସ୍ୟମୟ ଜାଙ୍ଗବେଟୋ ନୃତ୍ୟ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ପ୍ରତ୍ୟେକ ଦେଶର କିଛି ନା କିଛି ଇତିହାସ ଥାଏ, ଯାହା ଏହାକୁ ସ୍ବତନ୍ତ୍ର କରିଥାଏ। ଆଫ୍ରିକା ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର ଏବଂ ଏହାକୁ ମାନବ...

ଭାରତରେ ମଦ୍ୟପାନବେଳେ ଅଧିକ ଖିଆଯାଏ ଏହି ଚାଖାଣା, ନାଁ ଜାଣିଲେ ହସି ଉଠିବେ…

ନୂଆଦିଲ୍ଲୀ,୨।୧୨: ଭାରତରେ, ଚାଖାଣା ବିନା ମଦ୍ୟପାନ ଅସମ୍ପୂର୍ଣ୍ଣ। ଲୁଣିଆ ଏବଂ ମସଲାଯୁକ୍ତ ଖାଇବା ବିନା ମଦ୍ୟପାନ ଆସର ଅସମ୍ପୂର୍ଣ୍ଣ। ଫ୍ୟାନ୍ସି ବାର୍‌ ହେଉ କିମ୍ୱା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri