ବହି କିଣିବା ସହ ବାପାଙ୍କ କରଜ ଶୁଝିଥିଲି: ଲେଖକ ନିରାକାର ଦାସ

ପିଲାଦିନେ ମୁଁ ଥିଲି ଅତ୍ୟନ୍ତ ଗରିବ। ସେତେବେଳେ ପ୍ୟାଣ୍ଟ ଶାର୍ଟ କିଣିବା ତ ଦୂରର କଥା ସକାଳୁ ଉଠିଲେ ଆମର ଚିନ୍ତା ଥିଲା ଆଜି କ’ଣ ଖାଇବୁ। ତଥାପି ସେଇ ଦରିଦ୍ରତା ଭିତରେ ମୁଁ ଥିଲି ଦେଶ ପାଇଁ ସମର୍ପିତ। କେମିତି ଦେଶରେ ସମାଜବାଦ ଆସିବ, ସାରା ଦୁନିଆରୁ ଦାରିଦ୍ର୍ୟ ଦୂର ହୋଇଯିବ, ଶାଷଣକଷଣ ଆଉ ମଣିଷର ରହିବନି ଏମିତି ବହୁ ସ୍ବପ୍ନ ନେଇ ଏସ୍‌ୟୁସିଆଇ କମ୍ୟୁନିଷ୍ଟ ଦଳର ଡିଏସ୍‌ଓ ଛାତ୍ର ସଂଗଠନରେ ଦିନରାତି ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲି। ସେହି ସମୟରେ ଅର୍ଥାତ୍‌ ୧୯୮୯ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ପଢିବାର ସୁଯୋଗ ପାଇଲି। ତା’ପରେ ଇଂରାଜୀରେ ଏମ୍‌.ଏ. କଲି। ଠିକ୍‌ ସେତିକିବେଳେ ହିଁ ମୋ ପାଖକୁ ଭାରତୀୟ ରେଳପଥର ଦକ୍ଷିଣ-ପୂର୍ବ ରେଳପଥ ଜୋନାଲ୍‌ ମୁଖ୍ୟ କାର୍ଯ୍ୟାଳୟ କଲିକତାସ୍ଥ ଗାର୍ଡେନ ରିଚ୍‌ରେ ବରିଷ୍ଠ ପ୍ରସାର ନିରୀକ୍ଷକ ଚାକିରିର ସୁଯୋଗ ଆସିଲା। ଯେହେତୁ ଚାକିରି କରିବାର ଆଗ୍ରହ ନ ଥିଲା, ତେଣୁ କୌଣସି କମ୍ପିଟିଟିଭ୍‌ ପାଇଁ ପ୍ରସ୍ତୁତି ହେଉ ନ ଥିଲି କି ପରୀକ୍ଷା ଦେଉ ନ ଥିଲି। ସାରା ଜୀବନ ଦେଶ ସେବାରେ ନିଜକୁ ସମର୍ପିତ କରିବାକୁ ମନସ୍ଥ କରିଥିଲି। କିନ୍ତୁ ଯେତେବେଳେ ଏସ୍‌ୟୁସିଆଇରୁ ବହୁ ଶୀର୍ଷ ନେତୃତ୍ୱମାନେ ଦଳ ତ୍ୟାଗ କରିବାକୁ ଲାଗିଲେ ମୁଁ କିଂକର୍ତ୍ତବ୍ୟ ବିମୂଢ ହୋଇ ଚାକିରି କରିବାକୁ ନିଷ୍ପତ୍ତି ନେଲି। ହେଲେ ସେତେବେଳକୁ କମ୍ପିଟିଟିଭ୍‌ ପରୀକ୍ଷା ପାଇଁ ଯେଉଁ ଶେଷ ବୟସସୀମା ଥାଏ ତାହା ଶେଷ ହେବାକୁ ମୋ ହାତରେ ମାତ୍ର ୪ମାସ ସମୟ ଥାଏ। ସେହି ଭିତରେ ବହୁ ପୋଷ୍ଟ ପାଇଁ ଆବେଦନ କଲି। କିନ୍ତୁ କଲେଜରେ କ୍ଲାସ୍‌ ଓ ପରେ ଏମ୍‌ଏ ପରୀକ୍ଷା ଆରମ୍ଭ ହୋଇଯିବାରୁ ଠିକ୍‌ ସମୟରେ କୌଣସି କମ୍ପିଟିଟିଭ୍‌ ପରୀକ୍ଷା ଦେଇପାରିଲି ନାହିଁ। ଶେଷକୁ କେବଳ ଏହି ଦକ୍ଷିଣ-ପୂର୍ବ ରେଳପଥର ବରିଷ୍ଠ ପ୍ରସାର ନିରୀକ୍ଷକ ପଦବୀ ପାଇଁ ପରୀକ୍ଷା ଦେବାକୁ ସମୟ ମିଳିଲା। ଉକ୍ତ ପରୀକ୍ଷାରେ କୃତକାର୍ଯ୍ୟ ହେଲା ପରେ କଲିକତା ଗଲି ଚାକିରିରେ ଯୋଗ ଦେବାପାଇଁ। କଲିକତାରେ ରହୁଥିବା ଆମ ଗାଁର ରଥିଆ ଭାଇ (ରତ୍ନାକର ପ୍ରଧାନ) ପାଖରେ ମେସ୍‌ରେ ରହିଲି। ସେହି ମେସ୍‌ରେ ରହୁଥିବା ଆଉ ପାଞ୍ଚଜଣ ବି ଥିଲେ ଆମ ଗାଁପାଖ ଲୋକ। ସେମାନେ ସମସ୍ତେ ସୂତାକଳରେ କାମ କରୁଥିଲେ। ସମସ୍ତେ ମତେ ଖୁବ୍‌ ଶ୍ରଦ୍ଧା କରୁଥିଲେ। ମୋ ପାଇଁ ରାନ୍ଧିବାଢି ଦେଉଥିଲେ। ମୋତେ କିଛି ବି କାମ କରେଇ ଦେଉ ନ ଥିଲେ। ରଥିଆ ଭାଇ ତ ମୋତେ ସାନ ଭାଇ ଭଳି ସ୍ନେହ କରୁଥିଲେ। ସେମାନଙ୍କ ସ୍ନେହରେ ବେଳେବେଳେ ଭାବପ୍ରବଣ ହୋଇପଡୁଥିଲି। ମନେପଡୁଛି ପ୍ରଥମ ଦରମା ବାବଦରେ ଚାରି ହଜାର ଟଙ୍କା ପାଇଥିଲି। ଯିଏ ଥରେ ବି ପାଞ୍ଚଶହ ଟଙ୍କା ଧରିବାର ସୁଯୋଗ ପାଇ ନ ଥିଲା ତାକୁ ଏତେଗୁଡ଼ିଏ ଟଙ୍କା ଦେଖିଲେ ଯେମିତି ଲାଗେ, ମୋତେ ବି ସେଦିନ ଠିକ୍‌ ସେମିତି ଲାଗିଥିଲା। କ’ଣ କରିବି ଭାବି ପାରୁ ନଥିଲି। ଖୁସିରେ ସମସ୍ତଙ୍କୁ ଶହେ ଟଙ୍କା ଲେଖାଏ ଦେଲି, ଆଉ ରଥିଆ ଭାଇକୁ ହଜାରେ ଟଙ୍କା ଦେଲି। ତା’ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଏକ ସେଟ୍‌ ବହି ୨୫୦ ଟଙ୍କା ଦେଇ କିଣିଲି; ଯାହାକୁ କିଣିବାକୁ ବହୁ ଦିନରୁ ଇଚ୍ଛା ଥିଲା, କିନ୍ତୁ ପଇସା ଅଭାବରୁ କିଣିପାରି ନ ଥିଲି। ଏସବୁ ପରେ ବାପାଙ୍କ କରଜ ଶୁଝିବାକୁ ଘରକୁ ବି କିଛି ଟଙ୍କା ପଠାଇଥିଲି। କାରଣ ଅଭାବ ହେତୁ ବାପାଙ୍କୁ ତାଙ୍କର ୨୦ ଜଣିଆ ପରିବାରକୁ ଚଳାଇବାକୁ ଅନେକ ସମୟରେ କରଜ କରିବାକୁ ପଡୁଥିଲା। ପ୍ରଥମ ଦରମା ଏମିତି ବାଣ୍ଟିବାରେ ହିଁ ମୋର ସରିଯାଇଥିଲା। କେବଳ ପ୍ରଥମ ଦରମା କାହିଁକି ଚାକିରି ଶେଷ ପର୍ଯ୍ୟନ୍ତ ବି ପ୍ରତିମାସର ଦରମା କେମିତି ଆସି କେମିତି ସରୁଥିଲା ତା’ର ହିସାବ ବି ମୁଁ କେବେ ରଖିନି। କାରଣ ଟଙ୍କା ପ୍ରତି ମୋର ମୋହ କେବେ ନ ଥିଲା କି ଏବେ ବି ନାହିଁ। ପୂର୍ବତଟ ରେଳପଥରୁ ବରିଷ୍ଠ ଜନସମ୍ପର୍କ ଅଧିକାରୀ ଭାବେ ଚାକିରିରୁ ଅବସର ନେବା ପରେ ଏବେ ମୋ ସମୟ କେବଳ କବିତା ଓ ସ୍ତମ୍ଭ ଲେଖାରେ ବିତୁଛି। ‘ଭିନ୍ନ ଇଲାକାର ସ୍ବର’, ‘ମହରଗ ପାଦେ ମାଟିର ସ୍ବପ୍ନ’, ‘ବିଭିନ୍ନ ବସୁଧା’, ‘ଏ ଯୁଦ୍ଧ ନୁହେଁ ତୁମର’, ‘ଅସରନ୍ତି ଯାତ୍ରା’, ‘ମୁଁ ସର୍ବହରାର କବି’ ହେଉଛି ମୋ ରଚିତ କେତୋଟି କବିତା ସଂକଳନ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?