Posted inଖେଳ

ଟଓ୍ବୋଟିଆ ପ୍ରସିଦ୍ଧି ଲାଭ କରିବେ ବୋଲି ଜାଣିଥିଲି: ବ୍ୟାଟିଂ କୋଚ ସଚିନ, ଓ୍ବର୍ନଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୯।୯(ପି.ଟି.): ରବିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ଜିତାଇଥିବା ହରିୟାଣା ରାହୁଲ ଟଓ୍ବୋଟିଆ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଧିମା ଆରମ୍ଭ କରିଥିବା ଟଓ୍ବୋଟିଆ ପରେ ୭ଟି ଛକା ମାରି ୩୧ ବଲରୁ ୫୩ ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୧୮ତମ ଓଭରରେ ସେଲଡନ କଟ୍ରେଲଙ୍କ ଓଭରରେ ୫ଟି ଛକା ମାରିଥିଲେ। ଦଳର ବ୍ୟାଟିଂ କୋଚ୍‌ ବିଜୟ ଯାଦବ ଟଓ୍ବୋଟିଆଙ୍କର ଏହି ଇନିଂସକୁ ପ୍ରଶଂସା କରିଛନ୍ତି। ଆଇପିଏଲ୍‌ରେ ସେ ପ୍ରସିଦ୍ଧି ହାସଲ କରି ଜଣେ ବଡ଼ା ତାରକାରେ ପରିଣତ ହେବେ ବୋଲି ପୂର୍ବରୁ ଜାଣିଥିଲି ବୋଲି ସେ କହିଛନ୍ତି।
ହରିୟାଣାର ଫରିଦାବାଦ ଜିଲାର ସିହି ଗ୍ରାମରୁ ଆସିଥିବା ଟଓ୍ବୋଟିଆ ଦମ୍‌ଦାର ପ୍ରଦର୍ଶନ କରି ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲଙ୍କ ଧୂଆଁଧାର ବ୍ୟାଟିଂକୁ ଫିକା କରିଦେଇଥିଲେ। ମୟଙ୍କ ଆଇପିଏଲ୍‌ରେ କ୍ୟାରିୟରର ପ୍ରଥମ ଶତକ ଅର୍ଜନ କରିଥିଲେ ମଧ୍ୟ ଶେଷରେ ଏହା ନିଷ୍ଫଳ ହୋଇଥିଲା। ରାଜସ୍ଥାନ ବ୍ରାଣ୍ଡ ଆମ୍ବାସାଡର ଶେନ୍‌ ଓ୍ବର୍ନ ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି। ବ୍ୟାଟିଂ କରିବାକୁ ଆସି ଖରାପ ଆରମ୍ଭ କରିଥିଲେ ମଧ୍ୟ ସେ ସାହସିକତାର ପରିଚୟ ଦେଇଥିଲେ। ସେ ସୁନ୍ଦର ପ୍ରଦର୍ଶନ କରିଛନ୍ତି ବୋଲି ଓ୍ବର୍ନ କହିଛନ୍ତି।
ହରିୟାଣାରୁ ଲେଗ୍‌ ସ୍ପିନର ସୃଷ୍ଟି ହେବାର ପରମ୍ପରା ରହିଛି। ଅମିତ ମିଶ୍ରା, ୟୁଜବେନ୍ଦ୍ର ଚହଲଙ୍କ ଭଳି ବୋଲର ଏହି ରାଜ୍ୟରୁ ଆସିଛନ୍ତି। ତେଣୁ ଟଓ୍ବୋଟିଆ ମଧ୍ୟ ଏମାନଙ୍କ ପଦାନୁସରଣ କରିଥିଲେ। କିନ୍ତୁ ଗତ ୭ ବର୍ଷ ହେବ ସେ ପ୍ରସିଦ୍ଧି ହାସଲ କରିପାରି ନ ଥିଲେ। ତାଙ୍କ ପିତା ଫରିଦାବାଦ୍‌ କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି। ସେ ଏକ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି। ପରିବାରର ସବୁ ସଦସ୍ୟ ତାଙ୍କୁ ଜଣେ ସଫଳ କ୍ରିକେଟର ଭାବେ ଦେଖିବାକୁ ଚାହୁଁଥିଲେ। ଚହଲଙ୍କ ସହିତ ସମାନ୍ତରାଳ ଭାବେ ତାଙ୍କ କ୍ୟାରିୟର ଅଗକୁ ବଢିଥିଲା। ଉଭୟ ସାଥୀ ହୋଇ ୧୫ ଓ ୧୯ ବର୍ଷରୁ କମ୍‌ କ୍ରିକେଟ ଖେଳିଥିଲେ। କୋଚ୍‌ ବିଜୟ ଯାଦବ ତାଙ୍କୁ ଲେଗ୍‌ ସ୍ପିନ ବୋଲିଂ କରିବାକୁ ପରାମର୍ଶ ଦେଇଥିଲେ। ତେବେ ସେ ଭଲ ବ୍ୟାଟିଂ କରିପାରୁଥିଲେ। ବ୍ୟାଟିଂ ଦ୍ୱାରା ତୁମେ ଆଇପିଏଲ୍‌ ମ୍ୟାଚ୍‌ ଜିତାଇପାରିବ ବୋଲି ତାଙ୍କୁ କହିଥିଲି। ଏବେ ସେ ଏଥିରେ ସଫଳ ହୋଇଛନ୍ତି ବୋଲି ବିଜୟ କହିଛନ୍ତି। ଯାଦବ ଏବେ ଭାରତ ଏ’ ଦଳର ଫିଲ୍ଡିଂ କୋଚ୍‌ ରହିଛନ୍ତି।
ରାୟପୁରରେ ଖେଳାଯାଇଥିବା ଜାତୀୟ ୨୨ ବର୍ଷରୁ କମ୍‌ ଟୁର୍ନାମେଣ୍ଟରେ ସେ ପଦାର୍ପଣରେ ୯୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଥିଲେ। ଜଣେ ବ୍ୟାଟିଂ ଅଲରାଉଣ୍ଡର ଭାବେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ବିଜୟ କହିଛନ୍ତି। ଲକ୍‌ ଡାଉନ ଅବସରରେ ମଧ୍ୟ ସେ ନିଜର ଅଭ୍ୟାସ ଜାରି ରଖିଥିଲେ। ଛକା ମାରିବାର ଦକ୍ଷତା ତାଙ୍କ ପାଖରେ ରହିଛି। ତେଣୁ ଗୋଟିଏ ଓଭରରେ ୫ ଛକା ମାରିଥିବାରୁ ଆଦୌ ଚକିତ ନୁହେଁ ବୋଲି ସେ କହିଛନ୍ତି।
ଟଓ୍ବୋଟିଆଙ୍କ ଏହି ଇନିଂସକୁ ନିହାତି ବିସ୍ଫୋରକ ବୋଲି କ୍ରିକେଟ ଆଇକନ ସଚିନ ତେନ୍ଦୁଲକର କହିଛନ୍ତି। ତେବେ ଡେଥ୍‌ ଓଭରରେ ପଞ୍ଜାବ ବୋଲର ୟର୍କର ନ ପକାଇବା ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri