Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ପରୀକ୍ଷା ଫି’ ଦାଖଲ କରିଥିଲି: ଡ. ହେମନ୍ତ କୁମାର ଛୋଟରାୟ

ସ୍ରୋତସ୍ବିନୀ ଦୟା ତଟରେ ପୁରୀ ଜିଲା କଣାସ ବ୍ଲକର ଗଡ଼ମାଟିଆପଡ଼ା ଗାଁରେ ମୋର ଜନ୍ମ। ୧୮୦୪ ଓ ୧୮୧୭ ଖୋର୍ଦ୍ଧାର ପାଇକ ବିଦ୍ରୋହରେ ଆମ ଗାଁ ପାଇକମାନଙ୍କ ବୀରତ୍ୱ ଓ ସାହସିକତା ସମ୍ପର୍କରେ ଶୁଣି ମୋ ମନରେ ଶିହରଣ ସୃଷ୍ଟି ହୋଇଥିଲା। ନଦୀପଠାର କାଶତଣ୍ଡୀ ଫୁଲ, ଆମ୍ବତୋଟା ମାଳରେ କୋଇଲିର କୁହୁସ୍ବନ, ସବୁଜ ଧାନକ୍ଷେତ ସାଙ୍ଗକୁ ଗାଁର ମେଳା ମହୋତ୍ସବ, ଯାନିଯାତ୍ରା ଓ ପର୍ବପର୍ବାଣିରୁ ମିଳୁଥିବା ଆନନ୍ଦ ମୋତେ ଆନମନା କରାଉଥିଲା ପିଲାବେଳୁ। ମୋ ଭିତରେ ସାରସ୍ବତ ସ୍ରଷ୍ଟାର ପ୍ରବୃତ୍ତିଟିଏ ଆସ୍ତେ ଆସ୍ତେ ବସା ବାନ୍ଧୁଥିଲା। ସେହି ସୃଜନ ପ୍ରବଣତାର ପରିସ୍ଫୁଟନ ସମ୍ଭବ ହୋଇଥିଲା ୧୯୭୯ ମସିହା ଇଣ୍ଟର ମିଡିଏଟ୍‌ ଶ୍ରେଣୀର ଛାତ୍ର ଥିବାବେଳେ। ରାଜ୍ୟର ଅଗ୍ରଣୀ ଶିଶୁ ସାହିତ୍ୟ ପତ୍ରିକା ‘ଶିଶୁଲେଖା’ରେ ପ୍ରକାଶ ପାଇଁ ଗପଟିଏ ଲେଖି ପଠାଇଲି। ସର୍ବରାକାର ବ୍ୟବସ୍ଥା ଥିଲାବେଳେ ଆମର ଗୋଟିଏ କଚେରି ଘର ଥିଲା। ତାକୁ ମୋ ଜେଜେ ଡାକଘର ପାଇଁ ଦେଇଦେଇଥିଲେ। ଦିନେ ପୋଷ୍ଟମାଷ୍ଟର (ଆମ ବଡ଼ବାପା) ଡାକିଲେ ମୋତେ। ହାତରେ ଧରିଥିବା ଗୋଟିଏ ଶିଶୁଲେଖାଟି ବଢ଼ାଇଦେଲେ ମୋ ହାତକୁ। ଖୋଲି ଦେଖିଲି ମୋ ଗପ ‘ଦୀପଦାନି’ ସେଥିରେ ପ୍ରକାଶ ପାଇଛି। ମୁଁ ଆତ୍ମହରା ହୋଇଗଲି। ପତ୍ରିକାଟି ଧରି ବାହାରି ଆସୁଥିଲି, ସେ ମୋତେ ବସିବାକୁ କହିଲେ ଓ ମନିଅର୍ଡର ଫର୍ମରେ ମୋଠାରୁ ଦସ୍ତଖତ ନେଇ ମୋତେ ୫୦ ଟଙ୍କା ଦେଲେ। କୁପନ୍‌ ଚିରି ହାତକୁ ଦେଲାବେଳେ ପଢ଼ିଲି ସେଥିରେ ଲେଖାଅଛି- ଗପ ‘ଦୀପଦାନିର’ ପାରିଶ୍ରମିକ ଅର୍ଥ। ମୋ ଆନନ୍ଦର ସୀମା ରହିଲା ନାହିଁ। ମୁଁ ଭାବବିହ୍ବଳ ହୋଇପଡ଼ିଲି। ଶେଷବର୍ଷ ପରୀକ୍ଷା ପାଇଁ ଫି’ ନିର୍ଦ୍ଧାରିତ ହୋଇଥାଏ ୫୦ ଟଙ୍କା। ତେଣୁ ସେ ବାବଦ ଅର୍ଥ ଆଉ ଘରେ ମାଗିବାକୁ ପଡ଼ିଲା ନାହିଁ। ପାଠପଢ଼ା ଶେଷ ହେବାମାତ୍ରେ ୧୯୮୩ ମସିହା ମେ’ ମାସରେ ସରକାରୀ ପାଠ୍ୟପୁସ୍ତକ ମୁଦ୍ରଣାଳୟ ଭୁବନେଶ୍ୱରର ପ୍ରଶାସନିକ ବିଭାଗରେ ଚାକିରିଟିଏ ପାଇଗଲି। ଜଣେ ବଡ଼ଭାଇ ‘ମଳିପଡ଼ା’ର ବୁଢ଼ାନା’ ମୋତେ ଡାକିନେଇ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ଗୋଟେ ଜମାଖାତା ଖୋଲାଇଦେଲେ। ମିଳିଥିବା ପ୍ରଥମ ଦରମାତକ ମୁଁ ସଞ୍ଚୟ କରିଦେଲି। ଚାକିରି ଜୀବନର ରୋଜଗାର ଅର୍ଥକୁ ସଞ୍ଚୟ କରିଛି ଓ ଆବଶ୍ୟକ ଅନୁସାରେ ଖର୍ଚ୍ଚ ମଧ୍ୟ କରିଛି। ଏହି ସଞ୍ଚୟ ଅଭ୍ୟାସ ମୋ ଭବିଷ୍ୟତ ପାଇଁ ବହୁମାତ୍ରାରେ ସହାୟକ ହୋଇଛି। ଆଉ ମୋ ସାହିତି୍ୟକ ଜୀବନ କଥା କହିଲେ, ଆଜି ମୁଁ ଓଡ଼ିଶାରେ ଜଣେ ପ୍ରତିଷ୍ଠିତ ଶିଶୁ ସାହିତି୍ୟକର ମାନ୍ୟତା ପାଇଛି। ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ ପତ୍ରପତ୍ରିକାରେ ମୋ ଲେଖା ପ୍ରକାଶ ପାଇଆସୁଛି। ଆକାଶବାଣୀରେ ବହୁ ଗପ, ନାଟକ, ଶିଶୁ ସାହିତ୍ୟର ପ୍ରସାରଣ ମୋର ଆଉ ଗୋଟିଏ ପରିଚୟ। ‘ଦେଶର ସମ୍ପଦ’, ‘ସୁନାପିଲା ଆମ ସାନ ନାତି’, ‘କାଳିଆ ବଳଦ’ ଆଦି ୨୦ ଖଣ୍ଡ ଶିଶୁ ସାହିତ୍ୟ ପୁସ୍ତକ ‘ବିନୋବା କାହାଣୀମାଳା’, ‘ଲାଲ୍‌ ମାଟିର ବିସ୍ମୟ’ ଆଦି ୬ଖଣ୍ଡ ଅନୁବାଦ ଶିଶୁ ସାହିତ୍ୟ ସମେତ ଅନେକ ନାଟକ, କ୍ଷୁଦ୍ର ଗଳ୍ପ ସଂକଳନ ଓ ଧର୍ମ ପୁସ୍ତକ ପ୍ରକାଶିତ ହୋଇ ମୋ ପରିଚିତିକୁ କରିଛି ପରିବ୍ୟାପ୍ତ, ଯେଉଁଥିପାଇଁ ରାଜ୍ୟର ବହୁ ମର୍ଯ୍ୟାଦାସମ୍ପନ୍ନ ଅନୁଷ୍ଠାନରୁ ମୋତେ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିଛି। ସାରସ୍ବତ ରଚନା କ୍ଷେତ୍ରରେ କିଛି ଅର୍ଥ ରୋଜଗାର କରିଥିଲେ ବି ମୋର ପ୍ରଥମ ପାରିଶ୍ରମିକର ସ୍ମୃତିକୁ ମୁଁ ଏବେ ବି ଭୁଲିପାରୁନି।


Enter your email to get our daily news in your inbox.

All Right Reserved By Dharitri.Com

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ବିନା ଖାଇବା-ପିଇବାରେ କେତେଦିନ ବଞ୍ଚିପାରିବ ମଣିଷ? ଜାଣନ୍ତୁ ହ୍ୟୁମାନ ବଡ଼ିର କାପାସିଟି…

ମଣିଷ ଶରୀର ଆଶ୍ଚର୍ଯ୍ୟଜନକ ଭାବରେ ସ୍ଥିର, କିନ୍ତୁ ଏହାର କିଛି ବାୟୋଲଜିକାଲ ସୀମା ମଧ୍ୟ ଅଛି। ଖାଦ୍ୟ ଏବଂ ପାଣି ବିନା ବଞ୍ଚିବା ଶରୀର ମସ୍ତିଷ୍କ, ହୃଦୟ…

ଝିଅମାନେ ସାବଧାନ: ସ୍ମାର୍ଟ ଚଷମାରେ ଆପଣଙ୍କର ସବୁ ରେକର୍ଡ କରିନେବେ, ଓଡ଼ିଶାରେ ପଡିଛନ୍ତି ଧରା

ନୂଆଦିଲ୍ଲୀ,୩।୨: ବଦଳୁଥିବା ସମୟ ସହିତ ଟେକ୍ନୋଲୋଜି ଯେତିକି ସୁବିଧା ଆଣୁଛି, ସେତିକି ବିପଦ ମଧ୍ୟ ବଢ଼ାଉଛି। ବର୍ତ୍ତମାନ ଆମେରିକା ଏବଂ ବ୍ରିଟେନ ଭଳି ଦେଶରେ ‘ସ୍ମାର୍ଟ ଚଷମା’…

ନରମ ଶେଯ ବଦଳରେ ଦ୍ୱାର ମୁହଁରେ କାହିଁକି ଶୁଏ କୁକୁର? କାରଣ ଜାଣିଲେ ତାଜୁବ ହେବେ

ଯଦି ଆପଣଙ୍କର କୁକୁର ଅଛି, ତେବେ ଆପଣ ହୁଏତ ଏକ ଅଜବ ଅଭ୍ୟାସ ଲକ୍ଷ୍ୟ କରିଥିବେ। ଅନେକ ସମୟରେ, ଆରାମଦାୟକ ବିଛଣା, ସୋଫା କିମ୍ୱା ଘରର ଶାନ୍ତ…

ମୋଗଲ ବଜେଟ କିପରି ପ୍ରସ୍ତୁତ କରୁଥିଲେ, କେଉଁମାନଙ୍କଠୁ ନେଉଥିଲେ ଟ୍ୟାକ୍ସ?

ନୂଆଦିଲ୍ଲୀ,୨।୨: ଗତକାଲି ଯେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଥିଲେ, ଏହା ଏକ ସମ୍ପୂର୍ଣ୍ଣ ଆଧୁନିକ ପରମ୍ପରା ପରି ମନେ ହେଉଥିଲା। କିନ୍ତୁ ଆପଣ…

ଏହି ଦେଶକୁ କାହିଁକି କୁହାଯାଏ କଳା ସୁନାର ଦେଶ, ଜାଣନ୍ତୁ…

ଯେତେବେଳେ ‘କଳା ସୁନାର ଦେଶ’ ନାଁ ଆସେ ସେତେବେଳେ ପ୍ରାୟତଃ ପ୍ରଥମେ କୁଏତ୍‌ର ନାଁ ମନକୁ ଆସେ। କଳା ସୁନା ଯାହାର ଅର୍ଥ ଅଶୋଧିତ ତୈଳ। ଏହା…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

Video: ଷ୍ଟେଜ ଉପରେ ଏମିତି ରୋମାନ୍ସ କଲେ କପଲ, ଦୌଡି ଆସିଲେ ପଣ୍ଡିତ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୩୦।୧: ସୋସିଆଲ ମିଡିଆରେ ପ୍ରାୟତଃ ବିବାହ ଭିଡିଓ ଭାଇରାଲ ହୁଏ, କିନ୍ତୁ ଏଥର ଏକ ବିବାହ ଭିଡିଓ ବିତର୍କ ସୃଷ୍ଟି କରିଛି। ଏକ ଭାଇରାଲ ଭିଡିଓରେ, ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri