Posted inଜାତୀୟ

‘ମୁଁ ସ୍ବପ୍ନରେ ଦେଖିଛି ଯେ ରାଷ୍ଟ୍ରପତି ଭବନ ତଳେ ଶିବଲିଙ୍ଗ ଅଛି’

ନୂଆଦିଲ୍ଲୀ,୩।୧: ସମ୍ଭଲ ଶାହି ଜାମା ମସଜିଦ୍‌ ବିବାଦକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ନେତା ରସିଦ ଅଲଭି ବିବାଦୀୟ ବୟାନ ଦେଇଛନ୍ତି। ରାଷ୍ଟ୍ରପତି ଭବନ ତଳେ ଏକ ଶିବଲିଙ୍ଗ ରହିଥିବା ସେ ସ୍ବପ୍ନରେ ଦେଖିଛନ୍ତି। ସରକାର ସେହି ସ୍ଥାନ ଖନନ କରିବା ଉଚିତ ବୋଲି ସେ କହିଛନ୍ତି।

ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ସହ ଆଲୋଚନା ରଶିଦଙ୍କୁ ପଚରା ଯାଇଥିଲା ଯେ ସମମ୍ଭଲର ସାହି ଜାମା ମସଜିଦରେ କରାଯାଇଥିବା ସର୍ଭେ ରିପୋର୍ଟ ସବ୍‌ କୋର୍ଟରେ ଉପସ୍ଥାପିତ କରାଯାଇଥିଲା। ସେଥିରେ ସେଠାରେ ପୂର୍ବରୁ ହରିହର ମନ୍ଦିର ଥିବା ଦାବି କରାଯାଉଛି। ଏନେଇ ସେ କ’ଣ କହିବେ? ଏହା ଉପରେ କଂଗ୍ରେସ ନେତା ୟୁପି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସମସ୍ତ ସର୍ଭେ ବନ୍ଦ କରାଯାଉ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂଜା ଅଧିନିୟମରେ ସୁପ୍ରିମକୋର୍ଟ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ନ ଦେବା ଯାଏ କୌଣସି କୋର୍ଟ ନିଷ୍ପତ୍ତି ନିଅନ୍ତି ନାହିଁ। ହେଲେ ଉତ୍ତରପ୍ରଦେଶ ସରକାର ଏହାକୁ ପ୍ରୋତ୍ସାହିତ କରୁଛନ୍ତି। ଯେଉଁଭଳି ଭାବେ ଘଟଣା ସମ୍ଭଲରେ ହୋଇଛି, ତାହାକୁ ନେଇ ନ୍ୟାୟବ୍ୟବସ୍ଥା ଉପରେ ପ୍ରଶ୍ନ ଉଠୁଛି।

କେବଳ ଏତିକି ନୁହେଁ ଲାଲ କିଲା ତଳେ ଶିବଲିଙ୍ଗ ଥିବା ଦାବି କରି ସେ କହିଛନ୍ତି, ଯଦି ଏହି ଦେଶ ମଧ୍ୟରେ ମନ୍ଦିର ଏବଂ ମସଜିଦ୍‌ ମଧ୍ୟରେ ବିବାଦ ଜାରି ରହେ, ତେବେ ଦେଶ କେବେ ବି ଆଗକୁ ବଢ଼ିପାରିବ ନାହିଁ। ଏହା ମଧ୍ୟ ମୁଁ ପୂର୍ବରୁ କହିଛି। ଯଦି ତୁମେ ଶିବଲିଙ୍ଗଙ୍କୁ ଖୋଜିବାକୁ ଚାହୁଁଛ, ତେବେ ମୁଁ ସ୍ବପ୍ନରେ ଦେଖିଛି ଯେ ରାଷ୍ଟ୍ରପତି ଭବନ  ଏବଂ ଲାଲ କିଲା ତଳେ ମଧ୍ୟ ଶିବଲିଙ୍ଗ ଅଛି। ସରକାର ଉଭୟ ସ୍ଥାନରେ ଖନନ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri