Posted inଫୁରସତ

ପ୍ରଥମ ଦରମା ଟଙ୍କା ବୋଉ ହାତରେ ଦେଇଥିଲି: ମନ୍ମଥ କୁମାର ଶତପଥୀ

ଭଞ୍ଜନଗରର ବାସୁଦେବପୁର ଗାଁରେ ମୋ ଜନ୍ମ। ଉପେନ୍ଦ୍ରଭଞ୍ଜ ଉଚ୍ଚ ବିଦ୍ୟାଳୟରୁ ଏକାଦଶ ପାସ୍‌ କରିବା ପରେ ଘରର ଦୁର୍ବଳ ଆର୍ଥିକାବସ୍ଥା ପାଇଁ ମୁଁ ଚାକିରି କରିବାକୁ ଲାଗିଲି। କାରଣ ମୋ ନନା ଥିଲେ ଜଣେ ଜ୍ୟୋତିର୍ବିଦ୍‌ ତଥା କର୍ମକାଣ୍ଡବିଦ୍‌। ସାହିତ୍ୟ କ୍ଷେତ୍ରରେ ବି ଥିଲା ତାଙ୍କର ବେଶ୍‌ ଆଗ୍ରହ। କିନ୍ତୁ ଏଥିରୁ ତାଙ୍କର ସେମିତି ଆଖିଦୃଶିଆ ରୋଜଗାର ହେଉ ନ ଥିଲା। ଏପଟେ ଆମେ ୬ ଭାଇଭଉଣୀ (୪ ଭାଇ ଓ ୨ ଭଉଣୀ)। ପୁଅଙ୍କ ଭିତରେ ଯେହେତୁ ବଡ଼ ଥିଲି ତେଣୁ ଘରର ସବୁ ଦାୟିତ୍ୱ ମୋ ଉପରେ ଥିଲା। ସେଥିପାଇଁ ରେଭେନ୍ୟୁ ଡିଭିଜନାଲ୍‌ ଅଫିସ୍‌ରେ କ୍ଲରିକାଲ୍‌ ପୋଷ୍ଟରେ କାମ କଲି। ଏହା ଥିଲା ୧୯୬୨ ମସିହାର କଥା। ସେତେବେଳେ ୮୦ ଟଙ୍କା ଥିଲା ଦରମା ଆଉ ଡି.ଏ. ବାବଦରେ ୧୦ ଟଙ୍କା ମିଳୁଥିଲା। ପ୍ରଥମ ଦରମାକୁ ନେଇ ବୋଉ ହାତରେ ଦେଲି, ସେ ବହୁତ ଖୁସି ହୋଇଥିଲା। ଚାକିରି କରିବା ସହ ପ୍ରାଇଭେଟ୍‌ରେ ପରୀକ୍ଷା ଦେଇ ବି.ଏ. ଓ ଆକାଉଣ୍ଟ୍‌ସ ଏକଜାମିନେଶନ୍‌ ପାସ୍‌ କରିଥିବାରୁ ମୋତେ ପରବର୍ତ୍ତୀ ସମୟରେ ସେକ୍ରେଟେରିଏଟ୍‌ କ୍ୟାଡର୍‌ରେ ଜୁନିୟର ଅଡିଟର୍‌ ଭାବେ ନିଯୁକ୍ତି ମିଳିଥିଲା। ପାଖାପାଖି ୨୬ବର୍ଷ ମୁଁ ଏହି ଅଡିଟ୍‌ ଲାଇନ୍‌ରେ କଟେଇଥିଲି। ପ୍ରଥମେ ମୁଁ ଲୋକାଲ୍‌ ଫଣ୍ଡ୍‌ ଅଡିଟ୍‌ ଫାଇନାନ୍ସ ଡିପାର୍ଟମେଣ୍ଟରେ ଜଏନ୍‌ କରିଥିଲି। ତା’ପରେ ପ୍ରମୋଶନ ପାଇ ୧୯୭୪ରେ ଗଲି ହେଲଥ୍‌ ଡିପାର୍ଟମେଣ୍ଟକୁ। ସେଠାରେ ମୁଁ ଅଡିଟର୍‌ ଭାବେ ୧୯୯୨ ଯାଏ କାମ କଲି। ଏହି ସମୟକାଳ ଭିତରେ ଓଡ଼ିଶାର ପ୍ରାୟ ସବୁ ଜିଲାକୁ ଯାଇ କାମ କରିବା ସହ ସେଠାକାର କଳା, ସଂସ୍କୃତି ତଥା ସ୍ଥାନୀୟ ଲୋକଙ୍କର ଜୀବନଶୈଳୀକୁ ଅତି ନିକଟରୁ ବୁଝିବାକୁ ଚେଷ୍ଟା କରିଥିଲି। ଏହାପରେ ମୋତେ ପୁଣି ପ୍ରମୋଶନ ମିଳିଥିଲା ଆଉ ମୁଁ ଓଡ଼ିଶା ଫାଇନାନ୍ସ ସର୍ଭିସ୍‌ରେ ଫାଇନାନ୍ସ ଅଫିସର୍‌ ଭାବେ ଜଏନ୍‌ କରିଥିଲି ଏବଂ ଶେଷରେ ୨୦୦୨ରେ ଚାକିରିରୁ ଅବସର ନେଇଥିଲି। ତେବେ ପିଲାଟି ଦିନରୁ ଯେହେତୁ ମୋର କଳା, ସାହିତ୍ୟ ଓ ନାଟକ(ବିଶେଷ କରି ଲୋକ ନାଟକ) ପ୍ରତି ଦୁର୍ବଳତା ରହିଥିଲା, ତେଣୁ ଚାକିରି କ୍ଷେତ୍ରରେ ବିଭିନ୍ନ ସ୍ଥାନରୁ ଅନୁଭୂତି ସାଉଁଟି ମୁଁ ଅନେକ ବାସ୍ତବଧର୍ମୀ ନାଟକ ଲେଖିବା ଆରମ୍ଭ କରିଥିଲି; ଯେଉଁଧାରା ମୋର ଏବେ ବି ଜାରି ରହିଛି। ୟା’ଭିତରେ ମୁଁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ନାଟକ ଲେଖି ସାରିଲିଣି, ତନ୍ମଧ୍ୟରୁ ପ୍ରାୟ ୨୨ଟି ନାଟକ ଛପା ମଧ୍ୟ ସରିଲାଣି। ତା’ଛଡା ମୋ ଲିଖିତ ଅନେକ ନାଟକ ବିଭିନ୍ନ ଅନୁଷ୍ଠାନ ତରଫରୁ ବହୁବାର ମଞ୍ଚସ୍ଥ ବି ହୋଇସାରିଲାଣି। ଆଜିର ମଣିଷ, ଜିଅନ୍ତା ଶବ, ଯୌବନର ତୀର୍ଥ, କାହାଣୀ ନୁହେଁ ନାଟକ, ବୁଭୁକ୍ଷିତଃ କିମ୍‌ ନ କରୋତି ପାପଂ, ମଣିଷ ଗଛ, ଉଠ କଙ୍କାଳ, ମୁଁ ଚକରା କହୁଛି (ଯେଉଁ ନାଟକଟି ବିପ୍ଳବୀ ଚକରା ବିଶୋଇଙ୍କୁ ଲୋକଲୋଚନକୁ ଆଣିଥିଲା)ଇତ୍ୟାଦି ହେଉଛି ମୋ ଲିଖିତ କେତୋଟି ପ୍ରମୁଖ ନାଟକ। ‘ବୁଭୁକ୍ଷିତଃ କିମ୍‌ ନ କରୋତି ପାପଂ’ ପାଇଁ ମୋତେ ନ୍ୟାଶନାଲ ଆଓ୍ବାର୍ଡ ବି ମିଳିସାରିଛି। କେବଳ ନାଟକ ଲେଖେ ତାହା ନୁହେଁ, ଅନେକ ନାଟକରେ ଅଭିନୟ କରିବା ସହ ନିର୍ଦ୍ଦେଶନା ବି ଦେଇଛି। ତା’ସହିତ ବିଭିନ୍ନ ଅଞ୍ଚଳର କଳା, ସଂସ୍କୃତି ଓ ଅଲୌକିକ କାହାଣୀକୁ ନେଇ ମୁଁ ଲେଖିଥିବା ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ପ୍ରବନ୍ଧ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ବି ହୋଇସାରିଛି। ଏଥିସହିତ ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସେକ୍ରେଟାରୀ ଭାବେ ମଧ୍ୟ ମୁଁ ଦାୟିତ୍ୱ ତୁଲାଇସାରିଛି। ଏହାଛଡ଼ା ଫୋକ୍‌ ଥିଏଟର୍‌ ଅଫ୍‌ ଓଡ଼ିଶା ଉପରେ ରିସର୍ଚ୍ଚ କରିବା ପାଇଁ ୨୦୧୦ରେ ମୋତେ ସିନିୟର ଫେଲୋଶିପ୍‌ ବି ମିଳିସାରିଛି। ‘ଫେଷ୍ଟିଭାଲ୍‌ ଆଣ୍ଡ୍‌ ଫୋକ୍‌ ଥିଏଟର୍‌ ଅଫ୍‌ ଓଡ଼ିଶା’ ନାମରେ ଏକ ବହି ବି ମୋର ପ୍ରକାଶ ପାଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ଖ୍ୟାତି ଅର୍ଜନ କରିସାରିଛି। ଆଉ ଏବେ ମୁଁ ଇନ୍‌ଫୋସିସ୍‌ ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ଆୟୋଜିତ ଲୁପ୍ତପ୍ରାୟ ଲୋକକଳାର ପୁନରୁଦ୍ଧାର କ୍ଷେତ୍ରରେ ଓଡ଼ିଶା ଦାୟିତ୍ୱରେ ରହିଛି; ଯେଉଁ କାର୍ଯ୍ୟରୁ ମୋତେ ବେଶ୍‌ ଆତ୍ମତୃପ୍ତି ବି ମିଳିପାରୁଛି। ତେବେ ମୁଁ ମୋ ଜୀବନରେ ଅନେକ ପୁରସ୍କାର ମଧ୍ୟ ପାଇଛି; ତନ୍ମଧ୍ୟରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ଇତ୍ୟାଦି ହେଉଛି ପ୍ରମୁଖ।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri