Posted inଫୁରସତ

ପ୍ରଥମ ଦରମା ଟଙ୍କାକୁ ବୋଉ ହାତରେ ଦେଇଥିଲି: ନାଟ୍ୟକାର ରାମଚନ୍ଦ୍ର ମିଶ୍ର

୧୯୬୩ ମସିହାର କଥା। ସେତେବେଳେ ମୁଁ ରେଭେନ୍ସା କଲେଜରେ ମାଥମେଟିକ୍ସରେ ଏମ୍‌ଏସ୍‌ସି କରୁଥାଏ। ସେବେ ଗୋଟେ ନିୟମ ଥିଲା, ଯଦି ଏମ୍‌ଏସ୍‌ସିରେ ୪୮%ରୁ କମ୍‌ ମାର୍କ ରହିବ, ତା’ହେଲେ ଅଧ୍ୟାପକ ଚାକିରି ମିଳିବ ନାହିଁ। ମୋର ଟିକେ ଭୟ ହେଲା। କାଳେ ପରୀକ୍ଷାରେ ଭଲ ନହେବ, ସେଥିପାଇଁ ସେହି ବର୍ଷ ମୁଁ ପରୀକ୍ଷା ନ ଦେଇ ଜାଣିଶୁଣି ଫେଲ୍‌ ହୋଇଗଲି। କାରଣ ଫେଲ୍‌ ହୋଇ ଆଉ ଥରେ ପଢି ଭଲ ମାର୍କ ରଖିଲେ ସେତେବେଳେ ଅଧ୍ୟାପକ ଚାକିରି ମିଳିଯାଉଥିଲା। କିନ୍ତୁ ଥରେ ୪୮%ରୁ କମ୍‌ ମାର୍କ ରହିଗଲେ ଆଉ ଅଧ୍ୟାପକ ଚାକିରି ମିଳୁ ନଥିଲା। ତେଣୁ ସେ ଥରକ ପରୀକ୍ଷା ନ ଦେଇ ଆଉ ଥରେ ପଢିବାକୁ ମୁଁ ମନେ ମନେ ସ୍ଥିର କରିନେଲି। କିନ୍ତୁ ଆଉ ଥରେ ଫର୍ମଫିଲପ୍‌ କରି ପଢିବାକୁ ତ କିଛିଦିନ ସମୟ ଲାଗିବ। ଖାଲିଟାରେ ସେ ସମୟକୁ କାହିଁକି ନଷ୍ଟ କରିବି ବରଂ ଚାକିରି କରିବା ଭଲ ଭାବି ନୟାଗଡ଼ କଲେଜରେ ଲାବ୍ରୋଟୋରୀ ଆସିଷ୍ଟାଣ୍ଟ ଭାବେ କାମ କରିବାକୁ ଲାଗିଲି। ମାସକୁ ଦରମା ୧୭୦ ଟଙ୍କା ମିଳୁଥିଲା। ପ୍ରଥମ ମାସ ଯେବେ ଦରମା ପାଇ ଘରକୁ ଗଲି ନନା କାହାନ୍ତି ବୋଲି ଖୋଜିଲି। ନନା ଘରେ ନଥିବାରୁ ବୋଉ ହାତରେ ଦରମା ଟଙ୍କାଟିକୁ ଧରାଇଦେଲି। ସେ କିନ୍ତୁ ବାରମ୍ବାର ମନା କରୁଥିଲା, ହେଲେ ମୁଁ ତାକୁ ବାଧ୍ୟ କରି ରଖିବାକୁ କହିଲି। ସେଦିନ ମାଉସୀ ଆମ ଘରକୁ ଆସିଥାନ୍ତି। ମୋ ଦରମା ପାଇବା କଥା ଶୁଣି ସେ ବୋଉକୁ ପଚାରିଲେ- ତୋ ପୁଅ କେତେ ଦରମା ପାଇଛି କି? ବୋଉ କହିଲା- ‘ମୋ ପୁଅ ଆଠ କୋଡି ଦଶ ପାଇଛି’। ଏହା ଶୁଣି ମାଉସୀ କାବା ହୋଇ ବୋଉକୁ କହିଲେ, ‘କ’ଣ ହେଲା, ତୋ ପୁଅ ଏତେ ଦରମା ପାଇଛି, ହେଲେ ମୋ ପୁଅ କିନ୍ତୁ ବହୁତ କମ୍‌ ଦରମା ପାଉଛି।’ ଏମିତି କିଛି ସମୟ କଥାବାର୍ତ୍ତା ପରେ ମୁଁ ଖାଇପିଇ ଶୋଇପଡିଲି। ପରଦିନ ସକାଳେ ମୁଁ କଲେଜ ବାହାରିଲାବେଳେ ଦେଖିଲି ମୋ ପକେଟ୍‌ରେ ସେହି ୧୭୦ ଟଙ୍କା ପୁଣି ପସିଛି। ବୋଉକୁ ପଚାରିବାରୁ ସେ କହିଲା- ‘ତୁ ମୋତେ ଯେଉଁ ଟଙ୍କା ଦେଲୁ, ସେଇଟା ମୋର ଧନ ହୋଇଗଲା। ଆଉ ମୋ ଧନକୁ ମୁଁ ଯାହାକୁ ଇଚ୍ଛା ହେଲା ତାକୁ ଦେଲି, ସେଥିରେ ଅସୁବିଧା ରହିଲା କେଉଁଠି।’ ଏକଥା ଶୁଣି ମୁଁ ଆଉ କ’ଣ କହିବି। ମୋ ପାଟି ସେତିକିରେ ବନ୍ଦ ହୋଇଗଲା। ବୋଉ ମୋ ମୁଣ୍ଡକୁ ଟିକେ ଆଉଁସି ଦେଇ କହିଲା- ‘ଏବେ ଖୁସିରେ ତୁ କଲେଜ ଯା।’ ବୋଉର ସେହି ଆଶୀର୍ବାଦ ବୋଳା ହାତ ମୋତେ ମୋ ଲକ୍ଷ୍ୟ ପଥରେ ପହଁଞ୍ଚତ୍ବାକୁ ଅନେକ ସାହାଯ୍ୟ କରିଛି। ମୋର ଲକ୍ଷ୍ୟ ଥିଲା ମୁଁ ଅଧ୍ୟାପକଟିଏ ହେବି। ତା’ରି ଆଶୀର୍ବାଦରୁ ମୁଁ ପୁଣିଥରେ ଏମ୍‌ଏସ୍‌ସି ପଢି ଭଲ ମାର୍କ ରଖି ଅଧ୍ୟାପକ ଚାକିରି ପାଇଲି ଏବଂ ୨୦୦୦ ମସିହାରେ ପ୍ରିନ୍ସପାଲ୍‌ ହୋଇ ଚାକିରିରୁ ଅବସର ନେଲି। ତା’ସହିତ ନାଟକ ପ୍ରତି ଦୁର୍ବଳତା ଥିବାରୁ ଅନେକ ନାଟକ ପୁସ୍ତକ ମଧ୍ୟ ରଚନା କଲି। ଶୋଣିତ ସ୍ବାକ୍ଷର, ଅନେକ ଛାଇ ଅସରନ୍ତି ଅନ୍ଧାର, ଏକ ସୂର୍ଯ୍ୟ ଅନେକ ପୃଥିବୀ, ମରୁ ମନ୍ଥନ, ଏକାନ୍ତ ନିଜସ୍ବ, ବାଲ୍ମିକୀ ଉବାଚ, ଆମେ ଅକିଞ୍ଚନ, ନାୟିକାର ନାଁ ଲୁସି, ଏମିତି ଚାଲିଛି ଇତ୍ୟାଦି ହେଉଛି ମୋ ଲିଖିତ କେତୋଟି ପ୍ରମୁଖ ନାଟକ। ତନ୍ମଧ୍ୟରୁ ଅନେକ ନାଟକ ଇଂରାଜୀ ଭାଷାରେ ଅନୁବାଦ ମଧ୍ୟ ହୋଇଛି। ଏପରିକି ଏକାନ୍ତ ନିଜସ୍ବ ନାଟକକୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ମିଳିଛି। ସେହିପରି ପୁନଶ୍ଚ ଆଲୋକ, ଗାନ୍ଧାରୀର ଅଶ୍ରୁ, ବଂଶବୃକ୍ଷ, କଢିମା ଇତ୍ୟାଦି ହେଉଛି ମୋ ଲିଖିତ କେତୋଟି ଏକାଙ୍କିକା ସଂକଳନ।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri