Posted inଫୁରସତ

ପ୍ରଥମ ଦରମା ବାପାଙ୍କୁ ଦେଇଥିଲି: ରାମପ୍ରସାଦ ଚ୍ୟାଉପଟ୍ଟନାୟକ

ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରତନପୁରରେ ମୋ ଜନ୍ମ। ମା’ ସୁହାସିନୀ ଓ ବାପା ହରମୋହନ ଚ୍ୟାଉପଟ୍ଟନାୟକ। ଶିକ୍ଷାଗତ ଯୋଗ୍ୟତା ସ୍ନାତକ। ଇଚ୍ଛା ଥିଲା ସରକାରୀ ଚାକିରି, ବିଶେଷକରି ପୋଲିସ ଚାକିରି କରିବାକୁ। ହେଲେ ସମୟ ସ୍ରୋତରେ ମୋ ଜୀବନର ଗତିପଥ ବଦଳିଗଲା, ଆଉ ମୁଁ ଜଣେ ସାମାଜିକ କର୍ମୀ ହୋଇ ସମାଜର ତଥା ଲୋକମାନଙ୍କ ହିତସାଧନ କରିବାକୁ ନିଜକୁ ସମର୍ପି ଦେଲି। ଏହି କାର୍ଯ୍ୟର ଶୁଭାରମ୍ଭ ୧୯୯୧ ମସିହାରେ ନିଜ ଗାଁରୁ ଆରମ୍ଭ କରିଥିଲି। ସେତେବେଳେ ଗାଁରେ ‘ବିଜୟ’ ନାମରେ ଏକ ୟୁଥ୍‌ କ୍ଲବ ଥିଲା, ଯାହାର କାର୍ଯ୍ୟକାରୀ ସଦସ୍ୟ ରହିବା ସହ ସେକ୍ରେଟାରି ଦାୟିତ୍ୱ ମୋତେ ବୁଝିବାକୁ ପଡୁଥିଲା। କ୍ଲବ ତଥା ଗାଁର କେତେକ ବିକାଶମୂଳକ କାର୍ଯ୍ୟ ପାଇଁ ଅନେକ ସମୟରେ ବ୍ଲକ ଅଫିସ୍‌କୁ ଯାଉଥିବାରୁ ସେଠାକାର କର୍ମଚାରୀଙ୍କ ସହ ଆମର ଭଲ ପରିଚୟ ହୋଇଯାଇଥିଲା। ଫଳରେ ସେହି ବ୍ଲକ ଅଫିସ୍‌ରୁ ଆମର ଠିକଣା ପାଇ ‘କାର୍ଡ’ ନାମକ ଏକ ବେସରକାରୀ ସାମାଜିକ ଅନୁଷ୍ଠାନ ଆମ ପାଖକୁ ଚିଠି ପଠାଇଥିଲା, ଯେଉଁଥିରେ ଉଲ୍ଲେଖ ଥିଲା ଭୁବନେଶ୍ୱରରେ ସମାଜ ସଚେତନତା ଉପରେ ପ୍ରାୟ ୨୧ ଦିନିଆ ତାଲିମ ଶିବିର ଆମେ କରୁଛୁ। ଆଉ ଏଥିରେ ବ୍ଲକ ଅଧୀନ ଯେତେ ଆକ୍ଟିଭ କ୍ଲବ ରହିଛି, ସେହି କ୍ଲବଗୁଡ଼ିକରୁ ୨ଜଣ ଲେଖାଏଁ ସଦସ୍ୟଙ୍କୁ ଏହି ଶିବିରରେ ଯୋଗଦେବାକୁ ଅନୁରୋଧ କରୁଛୁ। ଚିଠିଟି ପାଇଲା ପରେ ମୁଁ ଆଉ ମୋର ଜଣେ ସହଯୋଗୀ ଯାଇ ଉକ୍ତ ଶିବିରରେ ତାଲିମ ନେଇଥିଲୁ। ସେଠାରେ ଆମକୁ ସମାଜର ତିନି ସ୍ତରର ଲୋକ ଯଥା: ଉଚ୍ଚସ୍ତରୀୟ, ମଧ୍ୟବିତ୍ତ ତଥା ଗରିବ ଶ୍ରେଣୀୟ ଲୋକଙ୍କ ମଧ୍ୟରେ କ’ଣ ସମ୍ପର୍କ, ଭେଦଭାବ ରହିଛି ସେ ବିଷୟରେ ବୁଝାଯିବା ସହ ସମାଜରେ କିପରି କ୍ଷମତାର ଅସମ ବଣ୍ଟନ, ଟଙ୍କାର ଅସମ ବଣ୍ଟନ ହୋଇଛି ତାକୁ ମଧ୍ୟ ଜଣାଯାଇଥିଲା। ଅର୍ଥାତ ଗରିବ କେମିତି ଟଙ୍କା ଅଭାବରୁ ଆହୁରି ଗରିବ ହେଉଛନ୍ତି ଆଉ ଧନୀଙ୍କ ପାଖରେ ଧନ କିପରି ବଢ଼ି ବଢ଼ି ଚାଲିଛି ସେ ବିଷୟରେ ବି ଅନେକ କଥା ସେଠାରେ ଜାଣିବାକୁ ମିଳିଲା। କହିବାକୁ ଗଲେ ଏହି ୨୧ଦିନର ତାଲିମ ହିଁ ମୋ ଭିତରେ ଅନେକ ପରିବର୍ତ୍ତନ ଆଣିଦେଲା। ସରକାରୀ ଚାକିରି କରି ଟଙ୍କା ରୋଜଗାର କରିବାର ମୋହ ମନରୁ କୁଆଡେ ଉଭେଇଗଲା। ତା’ ବଦଳରେ ସମାଜସେବାକୁ ଜୀବନର ମନ୍ତ୍ର ଭାବେ ବାଛିନେଇ ଉକ୍ତ ଅନୁଷ୍ଠାନରେ ଯାଇ ଯୋଗଦେଲି। ହେଡ୍‌ଅଫିସ୍‌ ବରମୁଣ୍ଡାରେ ହୋଇଥିଲେ ହେଁ ଟାଙ୍ଗୀରେ ଥିଲା ଏହାର ଏକ ପ୍ରୋଜେକ୍ଟ ଅଫିସ୍‌। ତେଣୁ ଟାଙ୍ଗୀରେ ରିସର୍ଚ୍ଚ ଆସିଷ୍ଟାଣ୍ଟ ଭାବେ କାମ କରିବାକୁ ଲାଗିଲି। ଏଠାରେ ମୋତେ ୬ଶହ ଟଙ୍କା ପ୍ରଥମେ ଦରମା ମିଳିଲା, ଯାହାକୁ ନେଇ ବାପାଙ୍କ ହାତରେ ଦେଲି। ବାପା ସେତେବେଳକୁ ଶିକ୍ଷକ ଚାକିରିରୁ ଅବସର ନେଇ ସାରିଥାନ୍ତି, ହେଲେ ପେନସନ୍‌ ତାଙ୍କର ଲାଗୁ ହୋଇ ନ ଥାଏ। ତେଣୁ ସେହି ଟଙ୍କାକୁ ପାଇବା ପରେ ବାପାଙ୍କ ଆଖିରେ ଗୋଟେ ଖୁସିର ଲହରି ଦେଖିବାକୁ ପାଇଥିଲି। ମୋତେ ବି ସେଦିନ ଭାରି ଖୁସି ଲାଗିଥିଲା। ବାପା ୫ଶହ ଟଙ୍କା ପାଖରେ ରଖି ଶହେ ଟଙ୍କା ହାତ ଖର୍ଚ୍ଚ ପାଇଁ ମୋତେ ଦେଇଥିଲେ। ତା’ପରେ ବି ମୁଁ ବାପାଙ୍କଠାରୁ ଆହୁରି ଅନେକ ଥର ପଇସା ନେଇଛି, ଆଉ ବାପା ସବୁଥର ଖୁସି ଖୁସିରେ ମୋତେ ପଇସା ଦେଇଛନ୍ତି। ଅବଶ୍ୟ ସେତେବେଳେ ବାପା ମୋତେ ପଚାରିଥିଲେ, ତୁ କ’ଣ ଏଇ କାମ ଆଉ ଏତିକି ଟଙ୍କାରେ ଖୁସି ଅଛୁ। ମୁଁ ତାଙ୍କୁ କହିଥିଲି, ଦେଖିବା ୬ମାସ କାମ ପାଇଁ ତ ଏଗ୍ରିମେଣ୍ଟ କରିଛି, ଯଦି କାମ ମୋ ମନଲଖି ହେଲା ତା’ହେଲେ ଆଗେଇବି ନ ହେଲେ ଆଉ କେଉଁଥିରେ କ୍ୟାରିୟର କରିବି। ହେଲେ ଏହି ଅନୁଷ୍ଠାନର କାମ ମୋତେ ଏତେ ପସନ୍ଦ ଆସିଗଲା ଯେ, ୟା’ଭିତରେ ଦୀର୍ଘ ୨୯ ବର୍ଷ ବିତିଗଲାଣି। ଆଉ ମୁଁ ଉକ୍ତ ଅନୁଷ୍ଠାନ ସହ ସଂଶ୍ଳିଷ୍ଟ ରହି ସମାଜ ଓ ଲୋକଙ୍କ ହିତ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିବା ସହ ଏବେ ପ୍ରୋଜେକ୍ଟ କୋଅର୍ଡିନେଟର୍‌ ଭାବେ ଭୁବନେଶ୍ୱର ଅଫିସରେ ଅବସ୍ଥାପିତ। ସମାଜସେବା ବ୍ୟତୀତ କବିତା ଲେଖିବାରେ ବି ମୋର ରୁଚି ରହିଛି। ଖାସ୍‌ କରି ଗାଁ କଥା, ଶିଶୁ ଅଧିକାର, ସମାଜରେ ଘଟୁଥିବା ବିଭିନ୍ନ ଘଟଣାବଳୀ ଉପରେ ମୋ କବିତା ପର୍ଯ୍ୟବସିତ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri