Posted inଫୁରସତ

ପ୍ରଥମ ରୋଜଗାର ଟଙ୍କା ବାପାଙ୍କ ହାତରେ ଦେଇଥିଲି: ହାସ୍ୟାଭିନେତା ଭକ୍ତ ପ୍ରହ୍ଲାଦ ଚରଣ

ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଓଳସିଂହ ହେଉଛି ଆମ ଗାଁ। କିନ୍ତୁ ଆମେ ଛଅ ଭାଇଭଉଣୀ (୨ ଭାଇ ଓ ୪ ଭଉଣୀ) ସମସ୍ତେ ଜନ୍ମ ହୋଇଥିଲୁ ଭୁବନେଶ୍ୱରରେ। କାରଣ ବାପା ସେତେବେଳେ ଭୁବନେଶ୍ୱରରେ ଚାକିରି କରୁଥିଲେ। ବଡ଼ ଭାଇ, ତା’ ତଳକୁ ମୁଁ ଆଉ ମୋ ତଳକୁ ଚାରି ଭଉଣୀ। ମାଟ୍ରିକ୍‌ ସରିବା ପରେ ଘରର ପରିସ୍ଥିତିକୁ ଦେଖି ମୁଁ ଆଉ ଆଗକୁ ପାଠ ନ ପଢି କିଛି ରୋଜଗାର କରିବାକୁ ଚିନ୍ତା କଲି। ସେଥିପାଇଁ ବାପାଙ୍କଠୁ କିଛି ଟଙ୍କା ନେଇ ଗୋଟିଏ ଛୋଟ ଟେଣ୍ଟ ହାଉସ୍‌ଟେ ଗଢିଲି। ସୌଭାଗ୍ୟକୁ ସେଇଟା ଭଲ ଚାଲିଲା। ଆଉ ସେଥିରୁ ଯାହା ରୋଜଗାର ହେଲା ସବୁ ନେଇ ଘରଖର୍ଚ୍ଚ ପାଇଁ ବାପାଙ୍କୁ ଦେଲି। ଅବଶ୍ୟ ସେତେବେଳେକୁ ମୁଁ ଡ୍ରାମାରେ ହାସ୍ୟାଭିନୟ କରିବା ଆରମ୍ଭ କରି ଦେଇଥାଏ। ଅଭିନୟର କଳା ମୁଁ ବାପାଙ୍କଠାରୁ ଶିଖିଥିଲି। କାରଣ ବାପା ଚାକିରି କରିବା ସହ ଅଭିନୟ ମଧ୍ୟ କରୁଥିଲେ। ଏପରିକି ଡ୍ରାମାରେ ନିର୍ଦ୍ଦେଶନା ବି ଦେଉଥିଲେ। ବାପାଙ୍କୁ ଦେଖି ମୋ ମନରେ ଅଭିନୟ ପ୍ରତି ଆଗ୍ରହ ଆସିବାରୁ ଡ୍ରାମାରେ ଅଭିନୟ କରିବାକୁ ଲାଗିଲି। ମୋର ହାସ୍ୟାଭିନୟ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଥିଲା; ଆଉ ତାହା ହିଁ ମୋତେ ବାଟ କଢାଇନେଲା ଟେଲିଭିଜନ ଜଗତକୁ। ୧୯୯୫ରେ ‘ଛାନିଆ’ ଧାରାବାହିକ ପାଇଁ ମୁଁ ପ୍ରଥମେ ଅଫର୍‌ ପାଇଲି। ଡ୍ରାମାରେ ସିନା ପୃଷ୍ଠା ପୃଷ୍ଠା ସଂଳାପ ମନେ ରଖି ଅନର୍ଗଳ ଷ୍ଟେଜ୍‌ରେ କହି ପକାଉଥିଲି ହେଲେ ଯେବେ ପ୍ରଥମ କରି କ୍ୟାମେରାକୁ ସାମ୍ନା କଲି ମୋତେ ବହୁତ ଡର ଲାଗୁଥିଲା। କେତେବେଳେ ଡାଇଲଗ୍‌ ଭୁଲି ଯାଉଥିଲି ତ କେତେବେଳେ କ’ଣ ଆକ୍ସନ କରିବାକୁ ହେବ ତାହା ମନେ ପଡୁ ନଥିଲା। ବାରମ୍ବାର ମୋ ପାଇଁ ଟେକ୍‌ ନେବାକୁ ପଡୁଥିଲା। ନିଜକୁ ବହୁତ ଖରାପ ଲାଗୁଥିଲା। କିନ୍ତୁ ନିର୍ଦ୍ଦେଶକ ମୋତେ ସାହାସ ଦେଲେ ଆଉ ମୋର ଆତ୍ମବିଶ୍ୱାସ ବଢାଇଲେ। ତା’ପରଠୁ ମୁଁ ଆଉ ପଛକୁ ଫେରି ଚାହିଁନି। ଗୋଟିଏ ପରେ ଗୋଟିଏ ଧାରାବାହିକ, ତା’ପରେ ଅନେକ ଚଳଚ୍ଚିତ୍ରରେ ବି ହାସ୍ୟାଭିନୟ କରି ଲୋକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାରେ ସକ୍ଷମ ହେଲି। ଏଥିସହିତ ୧୯୯୬ରୁ ମୁଁ ଡାଇରେକ୍ଟୋରେଟ୍‌ ଅଫ୍‌ କୋଅପରେଟିଭ୍‌ ଅଡିଟ୍‌ କାର୍ଯ୍ୟାଳୟରେ ଚାକିରି କରିଆସୁଛି। ତେବେ ଏଠାରେ ମୁଁ ଗୋଟେ କଥା କହି ରଖିବାକୁ ଚାହେଁ ଯେ, ଜୀବନର ପ୍ରତିଟି ପାହାଚରେ ମୁଁ ଯେତେବେଳେ ଯାହା ବି ରୋଜଗାର କରିଛି ସବୁକିଛି ମୋ ପରିବାର ପାଇଁ ଉତ୍ସର୍ଗୀକୃତ କରି ଦେଇଛି। କାରଣ ସେମାନଙ୍କ ଖୁସିରେ ମୋ ଖୁସି। ଭଗବାନଙ୍କ କୃପା ମୋ ଉପରେ ରହିଛି, ତେଣୁ ସବୁକିଛି ଆଜିଯାଏଁ ଠିକ୍‌ଠାକ୍‌ ଚାଲିଆସିଛି ଆଉ ଆଗକୁ ବି ଏମିତି ଚାଲୁଥାଉ ଏତିକି ହିଁ ମୁଁ ତାଙ୍କ ପାଖେ ମିନତୀ କରୁଛି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri