Posted inଫୁରସତ

ଶାଶୁ ଶ୍ୱଶୁରଙ୍କୁ ଉପହାର ଦେଇଥିଲି

ଦୁଇହଜାର ପାଞ୍ଚ ମସିହା, ଫେବୃୟାରୀ ମାସ। ତାରିଖ ଠିକ୍‌ ଭାବେ ମନେନାହିଁ। ସେଣ୍ଟ୍ରାଲ ବ୍ୟାଙ୍କରୁ ଉଠାଇଥିଲି ପନ୍ଦରଶହ ଟଙ୍କା, ସରକାରୀ ଚାକିରି ଜୀବନର ମୋ ପ୍ରଥମ କମାଣି। ଜାନୁୟାରୀ ମାସରେ ଯୋଗ ଦେଇଥିଲି ଶିକ୍ଷୟିତ୍ରୀ ଭାବେ। ଦରମା ଆସିବା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିଥିଲା ହାତରୁ। କେବଳ ଅଟୋ ଭଡ଼ା ବାବଦକୁ ଆଠଶହ ପୁଣି ଟିଫିନ, ଚା’, ଭଲମନ୍ଦରେ ଆଉ ପାଞ୍ଚଶହ। ଫେରିବା ପଥରେ ତଟକା ପନିପରିବା, ଶାଗ, ନଈ ଚିଙ୍ଗୁଡ଼ି ମଧ୍ୟ କିଣାହୋଇ ଆସୁଥିଲା ଘରକୁ, ଆଉ ତିନି ଚାରିଶହ ଟଙ୍କାରେ। ଯୋଗକୁ ୟୁନିଫର୍ମ ନ ଥିଲା ସେତେବେଳେ ନଚେତ ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା ହୋଇଯାଇଥାନ୍ତା। ନିଅଣ୍ଟିଆ ବଜେଟ ହେଲେ ବି କିଛି ଫରକ ପଡୁ ନ ଥିଲା ସେଥିରେ ଯେହେତୁ ସ୍ବାମୀଙ୍କ ସହଯୋଗରୁ ସେ ସବୁ ଖର୍ଚ୍ଚ ଆରାମରେ ଉଠିଯାଉଥିଲା। ତେଣୁ ମୋର ପହିଲି ରୋଜଗାର, ପୂରା ସେଇ ପନ୍ଦରଶହ ଟଙ୍କାର ବଜେଟ ମୁଁ ନିଜେ ବନାଇଥିଲି ମୋ ହିସାବରେ। ମୋ ଶାଶୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଖୁବ୍‌ ଭଲ ପାଉଥିବାରୁ ତାଙ୍କୁ ଉପହାରରେ ଦେବାପାଇଁ ଉତ୍କଳିକାରୁ ଟସର କପଡ଼ା କିଣି ସେଥିରେ ଜଗନ୍ନାଥଙ୍କର ଗୋଟିଏ ରଙ୍ଗିନ ପଟ୍ଟଚିତ୍ର ନିଜ ହାତରେ ଆଙ୍କି, ବନ୍ଧେଇ କରି ଗାଁକୁ ଧରି ଯାଇଥିଲି, ଯାହାକୁ ଦେଖି ସେ ଅତ୍ୟନ୍ତ ଖୁସିରେ ଗଦ୍‌ ଗଦ୍‌ ହୋଇଯାଇଥିଲେ ଏବଂ ଅନୁରୂପ ଭାବେ ମୁଁ ମଧ୍ୟ। ସେ ପ୍ରଥମେ ବିଶ୍ୱାସ କରିପାରି ନ ଥିଲେ, ମୁଁ ତାହା ନିଜେ ବନାଇଛି ବୋଲି କିନ୍ତୁ ପରେ ତାଙ୍କ ନାତି ଅର୍ଥାତ୍‌ ମୋ ପୁଅଠୁ ଶୁଣି ବିଶ୍ୱାସ କରିବାକୁ ବାଧ୍ୟ ହେଲେ। ଅତି ଦୁଃଖର ବିଷୟ, ଗାଁର ମାଟି ଘରେ ବର୍ଷା ପାଣିରେ ନଷ୍ଟ ହୋଇଯିବ କହି ମୋତେ ପୁଣି ତାହାକୁ ସାଙ୍ଗରେ ରାଉରକେଲା ଫେରାଇ ଆଣିବା ପାଇଁ ବାଧ୍ୟ କରିଥିଲେ ଓ ସେ ନିଜେ ରାଉରକେଲା ଆସିଲେ ସେଇ ଫଟୋକୁ ପୂଜିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ମୁଁ ଆଶ୍ୱସ୍ତ ହେଲି। ଶ୍ୱଶୁରଙ୍କ ପାଇଁ ନେଇ ଯାଇଥିଲି ହଳେ ନୂଆ ଜୋତା ଓ ଗୋଟେ ମଫଲର୍‌; ଯାହାକୁ ସେ ସଙ୍ଗେ ସଙ୍ଗେ ପିନ୍ଧି, ମୋତେ ପୂରା ଠିକ୍‌ ହେଉଛି କହି ଘେରେ ବୁଲିଆସିଥିଲେ ଆମ ଜଗନ୍ନାଥ ମନ୍ଦିର ଦାଣ୍ଡରେ। ସେମିତି ବିଶେଷ ଥଣ୍ଡା ନ ଥାଇ ବି ମଫଲର୍‌ ବାନ୍ଧି ବୁଲିବା ଓ ନୂଆ ଜୋତା ପିନ୍ଧା ତାଙ୍କ ଚାଲିରୁ ବାରି ହୋଇପଡୁଥିଲା ତାଙ୍କ ଅନ୍ତରର ଖୁସି ଯାହା ଇଥର ମାଧ୍ୟମରେ ସଞ୍ଚରି ଯାଇଥିଲା ମୋତେ। ଆଉ ପାଞ୍ଚ ବର୍ଷର ପୁଅ ପାଇଁ କିଛି ବଞ୍ଚତ୍ ନ ଥିଲା ସେଥିରୁ। ତଥାପି ବାପାବୋଉଙ୍କ ସ୍ବରୂପରେ ପାଇଥିବା ତଥା ମୋତେ ଖୁବ୍‌ ଭଲ ପାଉଥିବା ସ୍ନେହୀ ମଣିଷ ଦୁଇଜଣଙ୍କ ପାଇଁ ମୋ ପ୍ରଥମ ରୋଜଗାରରେ କିଞ୍ଚତ୍ତ ଖୁସି କିଣି ପାରିଥିବାରୁ ମୁଁ ମନେମନେ ପୁଲକିତ ଥିଲି ଏବଂ ଭଗବାନଙ୍କ ନିକଟରେ କୃତଜ୍ଞ ମଧ୍ୟ। ପ୍ରକୃତରେ ମୋ ଶ୍ୱଶୁରଙ୍କ ଯୋଗୁ ହିଁ ମୁଁ ଚାକିରି କରିଥିଲି, ବିବାହର ଆଠବର୍ଷ ପରେ। ଆଜି ମୁଁ ଯେଉଁଠି ବି ଛିଡ଼ା ହୋଇଛି କେବଳ ତାଙ୍କରି ପାଇଁ। ଆଜି ତାଙ୍କ ଅବର୍ତ୍ତମାନରେ ବି ମୋର ସବୁ ଶ୍ରେୟ ତାଙ୍କୁ ହିଁ ଦେଉଛି। କେବଳ ଚାକିରି ନୁହେଁ, ଲେଖାଲେଖି କରିବା ଓ ଚିତ୍ର ଆଙ୍କିବା ସହିତ ଓଡ଼ିଶୀ ନୃତ୍ୟରେ ମଧ୍ୟ ମୋର ବିଶେଷ ରୁଚି ରହିଛି। ତା’ଛଡ଼ା ମଝିରେ ମଝିରେ କିଛି ସମାଜମଙ୍ଗଳ କାର୍ଯ୍ୟ କରିବାର ସୁଯୋଗ ମିଳୁଥିବାରୁ ମୁଁ ଖୁବ୍‌ ଆତ୍ମସନ୍ତୋଷ ଲଭି ପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri