Posted inଫୁରସତ

ପ୍ରଥମ ପାରିଶ୍ରମିକରେ ଘରଲୋକଙ୍କୁ ଉପହାର ଦେଇଥିଲି: ସାହିତି୍ୟକା ମୀନାକ୍ଷୀ ପଣ୍ଡା

ଅର୍ଥନୀତିରେ ଜଣେ ମେଧାବୀ ଛାତ୍ରୀର ମୋହର ବାଜିଥିଲେ ହେଁ ଅର୍ଥ ଉପାର୍ଜନ ପାଇଁ ଆଗକୁ ସୁଯୋଗ ଦେଲେନି ପରିବାର। ସୁତରାଂ ଗ୍ରାଜୁଏଶନ ପରେ ବିବାହ ପରର ଜୀବନ ଆରମ୍ଭ କଲି ସମର୍ପିତା ହୋଇ। ଦୁହିତା- ଦୁଇ କୁଳକୁ ହିତା ନ୍ୟାୟରେ କର୍ତ୍ତବ୍ୟ, ଦାୟିତ୍ୱର ଓଜନିଆ ଚାବିମାଳକୁ ଅଣ୍ଟାରେ ଖୋଷି ଆକ୍ତାମାକ୍ତା ହେଇ କାମ କରିବା ଭିତରେ ନିଜ ରୁଚିକୁ ବି ଜାବୁଡ଼ି ଧରିଥିଲି। କିଛି ଟିକେ ପଢ଼ିଦେବାର ଅଧୀର ଭାବ, ପିଲାଙ୍କ ରଫ୍‌ ଖାତା ପଛପଟେ କିଛି ଲେଖିଦେବାର ଉତ୍କଣ୍ଠା ରହୁଥିଲା ମୋର। ତା’ସହିତ ନିଜ ପାଇଁ ପରିବାର ଲାଗି ଟିକେ ସମୟ ପାଇଲେ ମେଶିନ ପାଖରେ ବସିପଡ଼ି ନୂଆ ନୂଆ ଜିନିଷି ତିଆରି କରିବାରେ ବି ଆଗ୍ରହ ରଖୁଥିଲି। କ୍ରମେ ଚମଡ଼ା, କପଡା, ଫୋମ, ସ୍ପଞ୍ଜକୁ କାଟିକୁଟି, ଯୋଡ଼ିଯାଡ଼ି ଛୋଟ ଛୋଟ ପର୍ସ ତିଆରି କରି ଅନ୍ୟମାନଙ୍କୁ ଉପହାର ଦେବା ଓ ପ୍ରଶଂସା ପାଇବା ଭିତରେ ଇଚ୍ଛା ଥିଲା କିଛି ତ କରିବି, ଯେମିତି ଭିଡ଼ ଭିତରେ ବାରି ହୋଇପଡୁଥିବି।

କିନ୍ତୁ ମନ ଭିତରେ ଥିଲା ଡର ଓ ଆଶଙ୍କା, କାହାକୁ ଭଲ ନ ଲାଗିବ ଯଦି ମୋ ଚିନ୍ତାଧାରା! ତଥାପି ମନ କଥା ମନରେ ରଖି ଗୁରୁଦିବସରେ ମୋ ଯୋଗଗୁରୁଙ୍କୁ ଉପହାର ଦେଲି ଛୋଟ ଫୋଲ୍ଡିଂ ବ୍ୟାଗ୍‌ଟିଏ। ଅବର୍ଣ୍ଣନୀୟ ସେ ମୁହୂର୍ତ୍ତ, ଅପାସୋରା ସେ ଅନୁଭବ…। ତା’ପରର ସମୟ ସତରେ ଅଭୁଲା। ଆଗ୍ରହର ସହ କିଣିନେଲେ ଉପସ୍ଥିତ ଯୋଗସାଥୀମାନେ। ଦଶ ମିନିଟ୍‌ ଭିତରେ ଯେଉଁ ଚଉଦ ପନ୍ଦର ବ୍ୟାଗ୍‌ ନେଇଥିଲି ସେତକ ସରିଗଲା। ଆଗ୍ରହ, ବିଶ୍ୱାସ, ଆଶା ସଞ୍ଚାରିତ ହେଲା ମନରେ। ମୋ ହାତ କାମ ପଡିଥିବା ବ୍ୟାଗ ସମସ୍ତଙ୍କ ମନଲାଖି ହେଉଛି ଅର୍ଥ ମୁଁ କିଛି ରୋଜଗାର କରିପାରିବି। ସେଦିନର ସେହି ରୋଜଗାର ମୋତେ ଆତ୍ମବିଶ୍ୱାସୀ କରିଥିଲା। ଅନେକ ଖୁସି ଦେଇଥିଲା ।

ବଜାର ଯାଇ ଶାଶୁ, ପିଲା ଓ ସ୍ବାମୀଙ୍କ ପାଇଁ କିଛି ନା କିଛି ଜିନିଷ ଖୁସିରେ କିଣିଆଣିଲି ମୋ ପାରିଶ୍ରମିକର ପ୍ରଥମ ଉପହାର ଭାବରେ। ସେମାନଙ୍କ ଆଖିର ଚମକ୍‌ କିନ୍ତୁ ମୋ ଆଖିରେ ଲୁହ ଆଣି ଦେଇଥିଲା। କିଛିଦିନ ପରେ ମୋ ବାବା ବୋଉଙ୍କ ପାଇଁ ବି ସେହି ପଇସାରୁ କିଛି କିଣିକି ନେଇ ଯାଇଥିଲି। ସେଠାରେ କିନ୍ତୁ ଈଶ୍ୱର ମୋ ପାଇଁ ଅଲଗା ବ୍ୟବସ୍ଥା କରିଥିଲେ। ସେଠି ଗୋଟିଏ ଛୋଟ ଗରିବ ଝିଅଟିର ଆଶା, ବିବଶତା ଓ ତା’ ମାଆର ଅସହାୟତା ମୋତେ ବିଚଳିତ କରିଦେଇଥିଲା। ସେଦିନ ସଙ୍କଳ୍ପ କରିଥିଲି ରୋଜଗାରର ମାଧ୍ୟମ ହୋଇ ମୋ ପାଖରେ ଥିବା ମୋର ବ୍ୟାଗ୍‌ ତିଆରି କୌଶଳ କାହାର ଭବିଷ୍ୟତ କାମରେ ଯେମିତି ଆସିବ ସେହି ଚେଷ୍ଟା ଜାରି ରଖିବି। ଈଶ୍ବର ମୋତେ ପାରିବାରିକ କର୍ତ୍ତବ୍ୟ ଭିତରେ ଏତେ ସୁନ୍ଦର ଦାୟିତ୍ୱଟେ ଧରେଇ ଦେଇଛନ୍ତି ମୋତେ ସେତିକି ଯୋଗ୍ୟର ଭାବି। ସେହି ଠାକୁରଙ୍କ ଇଚ୍ଛାରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ପ୍ରାଚୀନ ଚିତ୍ରକୁ ବ୍ୟାଗ୍‌ରେ ଆଙ୍କି ତା’ ସହିତ ସମ୍ବଲପୁରୀ କପଡ଼ାର ପ୍ରଚାର ପ୍ରସାର ପାଇଁ ଚେଷ୍ଟା କରୁଛି; ଯାହା ଲୋକଙ୍କ ପସନ୍ଦ ହେଉଛି ବୋଲି ଖୁସି ଲାଗୁଛି। ଏସବୁ ପରେ ବି ମୋର ସାହିତ୍ୟ ସାଧନା ସବୁବେଳେ ଜାରି ରହିଛି। ଖାସ୍‌ କରି ଗପ, କବିତା, ପ୍ରବନ୍ଧ ଲେଖିବାରେ ମୋର ରୁଚି ରହିଛି। ୟା’ ଭିତରେ ମୋ ଲିଖିତ ପ୍ରାୟ ୧୦ଟି ଗପ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri