Posted inଫୁରସତ

ପ୍ରଥମ ପାରିଶ୍ରମିକରେ ଘରଲୋକଙ୍କୁ ଉପହାର ଦେଇଥିଲି: ସାହିତି୍ୟକା ମୀନାକ୍ଷୀ ପଣ୍ଡା

ଅର୍ଥନୀତିରେ ଜଣେ ମେଧାବୀ ଛାତ୍ରୀର ମୋହର ବାଜିଥିଲେ ହେଁ ଅର୍ଥ ଉପାର୍ଜନ ପାଇଁ ଆଗକୁ ସୁଯୋଗ ଦେଲେନି ପରିବାର। ସୁତରାଂ ଗ୍ରାଜୁଏଶନ ପରେ ବିବାହ ପରର ଜୀବନ ଆରମ୍ଭ କଲି ସମର୍ପିତା ହୋଇ। ଦୁହିତା- ଦୁଇ କୁଳକୁ ହିତା ନ୍ୟାୟରେ କର୍ତ୍ତବ୍ୟ, ଦାୟିତ୍ୱର ଓଜନିଆ ଚାବିମାଳକୁ ଅଣ୍ଟାରେ ଖୋଷି ଆକ୍ତାମାକ୍ତା ହେଇ କାମ କରିବା ଭିତରେ ନିଜ ରୁଚିକୁ ବି ଜାବୁଡ଼ି ଧରିଥିଲି। କିଛି ଟିକେ ପଢ଼ିଦେବାର ଅଧୀର ଭାବ, ପିଲାଙ୍କ ରଫ୍‌ ଖାତା ପଛପଟେ କିଛି ଲେଖିଦେବାର ଉତ୍କଣ୍ଠା ରହୁଥିଲା ମୋର। ତା’ସହିତ ନିଜ ପାଇଁ ପରିବାର ଲାଗି ଟିକେ ସମୟ ପାଇଲେ ମେଶିନ ପାଖରେ ବସିପଡ଼ି ନୂଆ ନୂଆ ଜିନିଷି ତିଆରି କରିବାରେ ବି ଆଗ୍ରହ ରଖୁଥିଲି। କ୍ରମେ ଚମଡ଼ା, କପଡା, ଫୋମ, ସ୍ପଞ୍ଜକୁ କାଟିକୁଟି, ଯୋଡ଼ିଯାଡ଼ି ଛୋଟ ଛୋଟ ପର୍ସ ତିଆରି କରି ଅନ୍ୟମାନଙ୍କୁ ଉପହାର ଦେବା ଓ ପ୍ରଶଂସା ପାଇବା ଭିତରେ ଇଚ୍ଛା ଥିଲା କିଛି ତ କରିବି, ଯେମିତି ଭିଡ଼ ଭିତରେ ବାରି ହୋଇପଡୁଥିବି।

କିନ୍ତୁ ମନ ଭିତରେ ଥିଲା ଡର ଓ ଆଶଙ୍କା, କାହାକୁ ଭଲ ନ ଲାଗିବ ଯଦି ମୋ ଚିନ୍ତାଧାରା! ତଥାପି ମନ କଥା ମନରେ ରଖି ଗୁରୁଦିବସରେ ମୋ ଯୋଗଗୁରୁଙ୍କୁ ଉପହାର ଦେଲି ଛୋଟ ଫୋଲ୍ଡିଂ ବ୍ୟାଗ୍‌ଟିଏ। ଅବର୍ଣ୍ଣନୀୟ ସେ ମୁହୂର୍ତ୍ତ, ଅପାସୋରା ସେ ଅନୁଭବ…। ତା’ପରର ସମୟ ସତରେ ଅଭୁଲା। ଆଗ୍ରହର ସହ କିଣିନେଲେ ଉପସ୍ଥିତ ଯୋଗସାଥୀମାନେ। ଦଶ ମିନିଟ୍‌ ଭିତରେ ଯେଉଁ ଚଉଦ ପନ୍ଦର ବ୍ୟାଗ୍‌ ନେଇଥିଲି ସେତକ ସରିଗଲା। ଆଗ୍ରହ, ବିଶ୍ୱାସ, ଆଶା ସଞ୍ଚାରିତ ହେଲା ମନରେ। ମୋ ହାତ କାମ ପଡିଥିବା ବ୍ୟାଗ ସମସ୍ତଙ୍କ ମନଲାଖି ହେଉଛି ଅର୍ଥ ମୁଁ କିଛି ରୋଜଗାର କରିପାରିବି। ସେଦିନର ସେହି ରୋଜଗାର ମୋତେ ଆତ୍ମବିଶ୍ୱାସୀ କରିଥିଲା। ଅନେକ ଖୁସି ଦେଇଥିଲା ।

ବଜାର ଯାଇ ଶାଶୁ, ପିଲା ଓ ସ୍ବାମୀଙ୍କ ପାଇଁ କିଛି ନା କିଛି ଜିନିଷ ଖୁସିରେ କିଣିଆଣିଲି ମୋ ପାରିଶ୍ରମିକର ପ୍ରଥମ ଉପହାର ଭାବରେ। ସେମାନଙ୍କ ଆଖିର ଚମକ୍‌ କିନ୍ତୁ ମୋ ଆଖିରେ ଲୁହ ଆଣି ଦେଇଥିଲା। କିଛିଦିନ ପରେ ମୋ ବାବା ବୋଉଙ୍କ ପାଇଁ ବି ସେହି ପଇସାରୁ କିଛି କିଣିକି ନେଇ ଯାଇଥିଲି। ସେଠାରେ କିନ୍ତୁ ଈଶ୍ୱର ମୋ ପାଇଁ ଅଲଗା ବ୍ୟବସ୍ଥା କରିଥିଲେ। ସେଠି ଗୋଟିଏ ଛୋଟ ଗରିବ ଝିଅଟିର ଆଶା, ବିବଶତା ଓ ତା’ ମାଆର ଅସହାୟତା ମୋତେ ବିଚଳିତ କରିଦେଇଥିଲା। ସେଦିନ ସଙ୍କଳ୍ପ କରିଥିଲି ରୋଜଗାରର ମାଧ୍ୟମ ହୋଇ ମୋ ପାଖରେ ଥିବା ମୋର ବ୍ୟାଗ୍‌ ତିଆରି କୌଶଳ କାହାର ଭବିଷ୍ୟତ କାମରେ ଯେମିତି ଆସିବ ସେହି ଚେଷ୍ଟା ଜାରି ରଖିବି। ଈଶ୍ବର ମୋତେ ପାରିବାରିକ କର୍ତ୍ତବ୍ୟ ଭିତରେ ଏତେ ସୁନ୍ଦର ଦାୟିତ୍ୱଟେ ଧରେଇ ଦେଇଛନ୍ତି ମୋତେ ସେତିକି ଯୋଗ୍ୟର ଭାବି। ସେହି ଠାକୁରଙ୍କ ଇଚ୍ଛାରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ପ୍ରାଚୀନ ଚିତ୍ରକୁ ବ୍ୟାଗ୍‌ରେ ଆଙ୍କି ତା’ ସହିତ ସମ୍ବଲପୁରୀ କପଡ଼ାର ପ୍ରଚାର ପ୍ରସାର ପାଇଁ ଚେଷ୍ଟା କରୁଛି; ଯାହା ଲୋକଙ୍କ ପସନ୍ଦ ହେଉଛି ବୋଲି ଖୁସି ଲାଗୁଛି। ଏସବୁ ପରେ ବି ମୋର ସାହିତ୍ୟ ସାଧନା ସବୁବେଳେ ଜାରି ରହିଛି। ଖାସ୍‌ କରି ଗପ, କବିତା, ପ୍ରବନ୍ଧ ଲେଖିବାରେ ମୋର ରୁଚି ରହିଛି। ୟା’ ଭିତରେ ମୋ ଲିଖିତ ପ୍ରାୟ ୧୦ଟି ଗପ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri