Posted inଫୁରସତ

ଅଧ୍ୟାପନା ଛାଡ଼ି ସଫଳ ଉଦ୍ୟୋଗୀ ହୋଇଛନ୍ତି ଦେବୀଦାନୀ: ୫୫ଏକର ଜାଗାରେ…

ଅଧ୍ୟାପିକା ଚାକିରି ଛାଡ଼ି ସେ ସୃଷ୍ଟି କରିଛନ୍ତି ଆଗ୍ରୋ ଇକୋ ଫାର୍ମ ହାଉସ। ଏହି ଫାର୍ମରେ ସେ ପାଳୁଛନ୍ତି ଦେଶବିଦେଶର ଏକାଧିକ ପଶୁପକ୍ଷୀଙ୍କୁ। ପୁଣି ଜୈବିକ ପଦ୍ଧତିରେ ପନିପରିବା ଚାଷ ସହିତ ବିଭିନ୍ନ ପ୍ରକାର ଫୁଲଫଳରେ ଭରା ଫାର୍ମ। ତା’ସହିତ ପୁଣି ରହିଛି କେତେକ ଔଷଧୀୟ ବୃକ୍ଷଲତା। ଏଠାରେ ରହୁଥିବା ଜୀବଜନ୍ତୁ ଓ ବୃକ୍ଷଲତାର ସୁରକ୍ଷା ନିମନ୍ତେ ଏକାଧିକ ବ୍ୟକ୍ତି ନିଯୁକ୍ତ ହୋଇ ରୋଜଗାରକ୍ଷମ ହୋଇପାରିଛନ୍ତି। ଏହି ଆଗ୍ରୋ ଇକୋ ଫାର୍ମ ହାଉସର ପ୍ରତିଷ୍ଠାତା ହେଲେ ଜଣେ ଉଚ୍ଚଶିକ୍ଷିତା ଉଦ୍ୟୋଗୀ ମହିଳା; ଯେକି ଦିନେ ଶ୍ରେଷ୍ଠ ମହିଳାଚାଷୀ ଭାବେ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇଥିଲେ। ସେ ହେଲେ ଦେବୀଦାନୀ ମିଶ୍ର। ବୃତ୍ତିରେ ଜଣେ ଫାର୍ମାସିଷ୍ଟ କଲେଜର ଅଧ୍ୟାପିକା। ହେଲେ ଏବେ ସେ ଅଧ୍ୟାପନା ଛାଡ଼ି ଜଣେ ସଫଳ ଉଦ୍ୟୋଗୀ। ସେ କୁହନ୍ତି, ପିଲାଟି ଦିନରୁ ପ୍ରାକୃତିକ ପରିବେଶ ଓ ବିଭିନ୍ନ ପଶୁପକ୍ଷୀଙ୍କ ପ୍ରତି ମୋର ଭଲପାଇବା ରହିଥିଲା। ବିଭିନ୍ନ ପଶୁପକ୍ଷୀଙ୍କୁ ଦେଖିଲେ ମୋତେ ବହୁତ ଖୁସି ଲାଗେ। ମୋ ବାପା ଅଭୟ କୁମାର ମିଶ୍ର ଅନୁଗୋଳରେ ଚାକିରି କରି ରହୁଥିବାରୁ ସେଠାରେ ମୋର ପାଠପଢ଼ା ଆରମ୍ଭ ହୋଇଥିଲା। ପରେ ବ୍ରହ୍ମପୁରରେ ଏମ୍‌ ଫାର୍ମ ସାରିଲି। ଏହାପରେ ଜୟପୁରର ଏକ ଘରୋଇ ଫାର୍ମାସିଷ୍ଟ କଲେଜରେ ଅଧ୍ୟାପିକା ଭାବେ କିଛିଦିନ କାର୍ଯ୍ୟ କରିଥିଲି। ସମୟକ୍ରମେ ସିଦ୍ଧାର୍ଥ ଶାହାଙ୍କ ସହିତ ମୋର ବିବାହ ହୁଏ। ଥରେ ଶାଶୁଘର ଲୋକଙ୍କ ସହିତ କପିଳାସ ବୁଲିବାକୁ ଯାଇଥିଲି; ଯେଉଁଠି ଏକ ଫାର୍ମ ହାଉସ ଦେଖି ସ୍ବାମୀଙ୍କୁ କହିଥିଲି, ମୁଁ ବି ଗୋଟେ ଫାର୍ମ ହାଉସ୍‌ କରିବାକୁ ଚାହୁଁଛି। ଯେଉଁଥିରେ ମୋ ସ୍ବାମୀଙ୍କ ଛଡ଼ା ଶ୍ୱଶୁର ଶତ୍ରୁଘନ ଲାଲଶାହା ଓ ଶାଶୁଙ୍କ ସହୋଯାଗ ମିଳିଥିଲା। ସମ୍ବଲପୁର ସହରଠାରୁ ମାତ୍ର ୪କି.ମି ଦୂର ଯୁଯୁମରା ବ୍ଲକ ଅନ୍ତର୍ଗତ ଜୟନ୍ତପୁର ଗ୍ରାମପଞ୍ଚାୟତ ଅଧୀନ କେନଘାଟିଠାରେ ପ୍ରାୟ ୫୫ଏକର ପରିମିତ ଜାଗା କିଣିଲୁ। ୨୦୧୬ ମସିହାରେ ଏଠାରେ ପ୍ରଥମେ ହାତଗଣତି କେତୋଟି ପଶୁପକ୍ଷୀ ରଖିଲୁ। ଏହାସହ ଫାର୍ମରେ ଆମ୍ବ, ପିଜୁଳି, ନଡ଼ିଆ ଆଦି ବିଭିନ୍ନ ବୃକ୍ଷଲତା ଲଗାଇଲୁ। ଆଜି ଏହି ଫାର୍ମ ହାଉସରେ ପ୍ରାୟ ୫୦୦ଟି ଆମ୍ବଗଛ, ୩୦୦ଟି ଲେମ୍ବୁଗଛ, ୩୦୦ଟି ନଡ଼ିଆଗଛ, ୨୫୦ଟି ପିଜୁଳି ଗଛ ବ୍ୟତିତ ରୁଦ୍ରାକ୍ଷ, ଡାଳଚିନ, ତେଜପତ୍ର, ସେଓ, ଡାଳିମ୍ବ ଆଦି ବିଭିନ୍ନ ପ୍ରକାର ଫଳଗଛ ଲଗାଯାଇଛି। ଏଥିସହିତ ଜାରବେରା, ଗ୍ଲାଡିୟସ ଆଦି ଫୁଲ ଚାଷ ହେଉଛି। ସ୍ବତନ୍ତ୍ରଭାବେ ଏକ ପଲି ହାଉସ କରି ପ୍ରାୟ ୩ହଜାର ନାଲି ଗୋଲାପ ଗଛ ଲଗାଯାଇଛି। ଏହାବାଦ୍‌ ଓଟପକ୍ଷୀ (ଆଫ୍ରିକାନ) ୧୦୦ଟି, ଏମୁପକ୍ଷୀ ୧୧୦ଟି, ଟର୍କି ୨୫ଟି, ଘୋଡ଼ା ୭ଟି, ୨ଟି ଓଟ, ୪ଟି ପନି-ସ୍କଟଲାଣ୍ଡର, ୨ଟି ପକେଟ ମଙ୍କି, ୭/୮ପ୍ରଜାତିର ପାରା ପ୍ରାୟ ୬୦ରୁ ଅଧିକ ଏବଂ ୬ଟି ପ୍ରଜାତିର ଗାଈ ୧୦୦ଟି ରହିଛନ୍ତି। ୨୫ଏକର ଜମିରେ ଧାନ ଚାଷ ହେଉଛି। ସେହିପରି ମାଛ ଚାଷପାଇଁ ପୋଖରୀ ରହିଛି। ବିଭିନ୍ନ ଔଷଧୀୟ ଓ ମସଲା ଗଛ ମଧ୍ୟ ଲାଗିଛି। ଏସବୁର ସୁରକ୍ଷା ନିମନ୍ତେ ଅଞ୍ଚଳର ପ୍ରାୟ ୩୫ଜଣ ବ୍ୟକ୍ତି ବର୍ଷର ସବୁ ସମୟରେ କାର୍ଯ୍ୟ କରିବା ସହିତ ଭଲ ରୋଜଗାର କରିଥାନ୍ତି। ପଶୁପକ୍ଷୀଙ୍କ ଯତ୍ନଲାଗି ଜଣେ ପ୍ରାଣୀ ଚିକିତ୍ସକ, ଡାଏଟିସିଆନ ଅଛନ୍ତି। ତେବେ ପଲ୍ଲୀହାଉସରୁ ପ୍ରତିଦିନ ପ୍ରାୟ୨ହଜାର ଗୋଲାପ ଫୁଲ, ଗାଈକ୍ଷୀର, ପ୍ରତିବର୍ଷ ଅମଳ ହେଉଥିବା ଧାନ ଓ ଫଳ, ପନିପରିବା ବିକ୍ରିରୁ ମିଳୁଥିବା ଅର୍ଥରେ ଫାର୍ମର କାର୍ଯ୍ୟ ପରିଚାଳନା ହୋଇଥାଏ। କହିବାକୁ ଗଲେ ମାସିକ ପ୍ରାୟ ୭ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏକଥା ସତ ଯେ ପିଲାଟି ଦିନରୁ ମୋର ପ୍ରାକୃତିକ ପରିବେଶ ଓ ପଶୁପକ୍ଷୀଙ୍କ ପ୍ରତି ଥିବା ଶ୍ରଦ୍ଧା ଯୋଗୁ ଅଧ୍ୟାପିକା ଚାକିରି ଛାଡ଼ି ଫାର୍ମ ହାଉସ କରିବାକୁ ମନ ବଳାଇଥିଲି। ଆଜି ମୋ ପୁଅ ଓ ଝିଅ ବି ମୋତେ ଏଥିରେ ସାହାଯ୍ୟ କରିଥାନ୍ତି। ତେବେ ପ୍ରତିଦିନ ଫାର୍ମ ହାଉସରେ ସକାଳେ ପ୍ରାୟ ୭ଟାରୁ ୩ଘଣ୍ଟା ସମୟ ଦେଇଥାଏ। ସେହିପରି ସନ୍ଧ୍ୟାରେ ମଧ୍ୟ ଫାର୍ମକୁ ଆସି ବିଭିନ୍ନ ସୁବିଧା ଅସୁବିଧା ବୁଝିଥାଏ। ଏମ୍‌ ଫାର୍ମା ପାଠ ପଢ଼ିଥିବାରୁ ଔଷଧ ଧାରଣା ରହିଛି। ଏବେ କେତୋଟି କଟେଜ୍‌ କରିବାର ପ୍ରୟାସ କରିଛି। କାରଣ ଏଠାକୁ ବିଭିନ୍ନ ସମୟରେ ଅତିଥିମାନେ ବୁଲିବାକୁ ଆସିଥାନ୍ତି । ସେମାନେ ବିଭିନ୍ନ ଔଷଧୀୟ ଗଛଲତା ଫୁଲଫଳ ଓ ପଶୁପକ୍ଷୀଙ୍କୁ ଦେଖି ବହୁତ ଖୁସି ହୋଇଥାନ୍ତି; ଯାହା ମୋତେ ମାନସିକ ଶାନ୍ତି ଦେଇଥାଏ। ମୁଁ ଏତିକି କହିବି, ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠାର ସହିତ କାର୍ଯ୍ୟ କଲେ ସଫଳତା ନିଶ୍ଚୟ ମିଳିବ।
-ଶଙ୍କର ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri