ତୁମକୁ କ୍ଷମା କରୁଛି, ଭୁଲି ପାରିବିନି

ଓ୍ବାଶିଂଟନ,୧୨ା୯: କ୍ରାଇମ୍‌ ଡ୍ରାମା ‘ସିଏସ୍‌ଆଇ: ମାଇଆମି’ ଅଭିନେତ୍ରୀ ଏଭା ଲାରୁଙ୍କ ପଛରେ ୧୨ ବର୍ଷ ଧରି ପଡ଼ିଥିଲେ ଜଣେ ଅପରାଧୀ। ଏଭା ଓ ତାଙ୍କ ଝିଅ କାୟାଙ୍କୁ ବଳାତ୍କାର ପରେ ହତ୍ୟା କରିବାକୁ ସେ ବାରମ୍ବାର ଧମକ ଦେଉଥିଲେ। ମା’ ଝିଅ ଏଥିରେ ଅତିଷ୍ଠ ହୋଇ ରକ୍ଷା ପାଇବା ଲାଗି ବାଟ ଖୋଜୁଥିଲେ। ଅପରାଧୀ ଏକ ଫାଷ୍ଟଫୁଡ୍‌ ଷ୍ଟ୍ରରେ ଛାଡ଼ିଯାଇଥିବା ଡିଏନ୍‌ଏ ଆଧାରରେ ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ) ତାଙ୍କୁ ଗିରଫ କରିଥିଲା। ଆମେରିକାର ଏକ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଅଦାଲତ ରାୟ ଶୁଣାଇବା ପରେ ତାଙ୍କୁ ଏଭା କହିଥିଲେ, ତୁମକୁ ମୁଁ କ୍ଷମା କରିଦେଇଛି କିନ୍ତୁ ଜୀବନରେ ଭୁଲିପାରିବି ନାହିଁ।
ଧମକପୂର୍ଣ୍ଣ ଚିଠି ଆସିବା ଆରମ୍ଭ ହୋଇଥିଲା ୨୦୦୭ରେ। ଏଭା ଲାରୁଙ୍କ ସାଉଥ କାଲିଫର୍ନିଆସ୍ଥିତ ବାସଭବନକୁ କେତେବେଳେ ହାତଲେଖା ଚିଠି ଆସୁଥିଲା ତ ପୁଣି କେବେ ଇ-ମେଲ୍‌ରେ। ଅଚିହ୍ନା ପ୍ରେରକ ସେଗୁଡ଼ିକରେ ନିଜକୁ ‘ଫ୍ରେଡି କ୍ରୁଏଗର’ ବୋଲି ପରିଚୟ ଦେଉଥିଲେ। ଅଭିନେତ୍ରୀଙ୍କ ହସ୍ତଗତ ପତ୍ରଗୁଡ଼ିକର ସାରାଂଶ ଥିଲା, ଫ୍ରେଡି କ୍ରୁଏଗର ତାଙ୍କୁ ଓ ତାଙ୍କ ଝିଅଙ୍କୁ ବଳାତ୍କାର ପରେ ହତ୍ୟା କରିବେ। ୧୨ ବର୍ଷ ମଧ୍ୟରେ ଏଭଳି ୩ ଡଜନରୁ ଅଧିକ ଧମକପୂର୍ଣ୍ଣ ପତ୍ର ହସ୍ତଗତ ହୋଇଥିଲା। ପ୍ରତ୍ୟେକଟି ଚିଠି ଅଭିନେତ୍ରୀ ଓ ତାଙ୍କ ପରିବାର ପାଇଁ ଥିଲା ଯନ୍ତ୍ରଣାଦାୟକ। ଅବସ୍ଥା ଏପରି ହୋଇଯାଇଥିଲା ଯେ, ଏଭାଙ୍କୁ ବାହାରକୁ ଛାଡ଼ିବାକୁ ମଧ୍ୟ ଘର ଲୋକେ ଭୟ କରୁଥିଲେ।
ପୂର୍ବରୁ ଚିଠିଗୁଡ଼ିକ ଏଭାଙ୍କ ନାମରେ ଆସୁଥିଲା, ଯେତେବେଳେ ତାଙ୍କ ଝିଅଙ୍କୁ ୫ ବର୍ଷ ହୋଇଥିଲା। କିନ୍ତୁ ୨୦୧୫ରେ ଝିଅଙ୍କ ନାମରେ ଚିଠି ଆସିବାରେ ଲାଗିଲା। ଏପରି କି ଚିଠି ପ୍ରେରକ ଝିଅଙ୍କ ସ୍କୁଲକୁ ଫୋନ୍‌ କରୁଥିଲେ। କହୁଥିଲେ, ସେ ତାଙ୍କ ବାପା। ଝିଅକୁ ନେବା ପାଇଁ ସ୍କୁଲ ବାହାରେ ଅପେକ୍ଷା କରିଛନ୍ତି। ଏଫ୍‌ବିଆଇ ଅଧିକାରୀମାନେ ଚିଠି ଲଫାପାରୁ ପ୍ରେରକଙ୍କ ଡିଏନ୍‌ଏ ସଂଗ୍ରହ କରି ଏକ ଡାଟାବେସ୍‌ ଜରିଆରେ ତାଙ୍କ ସମ୍ପର୍କୀୟମାନଙ୍କୁ ନେଇ ତାଲିକା ପ୍ରସ୍ତୁତ କରିଥିଲେ। ଶେଷରେ ସେମାନେ ସଫଳ ହେଲେ। ଅହିଓର ଏକ ଛୋଟ ସହରରେ ପରିତ୍ୟକ୍ତ ଆର୍ବି ଷ୍ଟ୍ର ଜରିଆରେ ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କ ଡିଏନ୍‌ଏ ସଂଗ୍ରହ କରାଯାଇଥିଲା। ପୂର୍ବ ସଂଗୃହୀତ ଡିଏନ୍‌ଏ ସହ ଏହା ମ୍ୟାଚ୍‌ ହେବା ପରେ ଏଫ୍‌ବିଆଇ ତାଙ୍କୁ ଗିରଫ କରିଥିଲା। ଜେମ୍ସ ଡାଭିଡ୍‌ ରୋଗର୍ସଙ୍କୁ ଗୁରୁବାର ଲସ୍‌ ଏଞ୍ଜେଲସ୍‌ କାଉଣ୍ଟି କୋର୍ଟ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। କୋର୍ଟ ରୁମ୍‌ରେ ଡାଭିଡ୍‌ଙ୍କୁ ଏଭା କହିଥିଲେ, ତୁମକୁ ମଁୁ କ୍ଷମା କରିଦେଉଛି, କିନ୍ତୁ ଜୀବନରେ କେବେହେଲେ ଭୁଲିପାରିବି ନାହିଁ। ଏ ଭୟ ସବୁଦିନ ପାଇଁ ମୋ ସହ ରହିବ।

୧୨ ବର୍ଷର ଆତଙ୍କ

ଅଭିନେତ୍ରୀ ଏଭା ଲାରୁ ପୂର୍ବରୁ ଜଣେ ବ୍ୟୁଟି କୁଇନ୍‌ ଥିଲେ। ୨୦୧୨ରେ ସିଜନ ଶେଷ ହୋଇଥିବା କ୍ରାଇମ୍‌ ଡ୍ରାମା ‘ସିଏସ୍‌ଆଇ: ମାଇଆମି’ରେ ମାଇଆମି-ଡେଡ୍‌ ପୋଲିସ ଡିପାର୍ଟମେଣ୍ଟ ପାଇଁ କାମ କରୁଥିବା ଜଣେ ଡିଏନ୍‌ଏ ଆନାଲିଷ୍ଟ ଚରିତ୍ରରେ ସେ ନଜର ଆସିଥିଲେ। ତାଙ୍କ ଘରକୁ ଆସିଥିବା ପ୍ରଥମ ଧମକପୂର୍ଣ୍ଣ ପତ୍ରରେ ଲେଖାଥିଲା, ମୃତ୍ୟୁ ପର୍ଯ୍ୟନ୍ତ ବଳାତ୍କାର କରିବି। ତୁମ ଝିଅକୁ ବି ଛାଡ଼ିବି ନାହିଁ। ପ୍ରେରକ ନିଜ ନାମ ଲେଖିଥିଲେ ‘ଫ୍ରେଡି କ୍ରୁଏଗର’, ଯାହାକି ଏକ ଆମେରିକୀୟ କ୍ରାଇମ୍‌ ଥ୍ରୀଲରର କାଳ୍ପନିକ ଚରିତ୍ର। ଏଫ୍‌ବିଆଇ ଅନେକ ଏନ୍‌ଭଲପ୍‌ରୁ ପ୍ରେରକଙ୍କ ଡିଏନ୍‌ଏ ସଂଗ୍ରହ କରିଚାଲିଥିଲା। କିନ୍ତୁ ୨୦୧୯ ପର୍ଯ୍ୟନ୍ତ ତାଙ୍କ ପରିଚୟ ପାଇପାରି ନ ଥିଲା। ‘ସିଏସ୍‌ଆଇ: ମାଇଆମି’ରେ ଏଭା ଜଣେ ଅପରାଧୀଙ୍କ ଡିଏନ୍‌ଏ ବିଶ୍ଲେଷଣ ବେଳେ ‘ଜେନେଟିକ୍‌ ଜେନିଓଲୋଜି’ର ଉପଯୋଗ କରିଥିଲେ। ଏହି ବିଜ୍ଞାନ ଜରିଆରେ ୨୦୧୯ ନଭେମ୍ବରରେ ଷ୍ଟକରଙ୍କୁ ଠାବ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri