‘ମୁଁ ଏମିତି ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ଚାହେଁ ନାହିଁ’

ମୁମ୍ବାଇ: ବଲିଉଡ୍‌ର ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିବ୍ୟା ଦତ୍ତ ହେଉଛନ୍ତି ଅନ୍ୟତମ। ଯିଏ କି ଚୁଲ୍‌ବୁଲି ଚରିତ୍ରରୁ ଆରମ୍ଭ କରି ସମସ୍ତ ଚରିତ୍ରରେ ବେଶ୍‌ ନିଖୁଣ ଭାବେ ଅଭିନୟ କରିପାରନ୍ତି। ତାଙ୍କର ଫିଲ୍ମଗୁଡ଼ିକ ଅନେକ ପ୍ରଶଂସା ସାଉଁଟିଛି। ଦିବ୍ୟା ତାଙ୍କ କ୍ୟାରିୟରରେ ଅନେକ ପୁରସ୍କାର ବି ଜିତିଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଆଜି ମଧ୍ୟ ଦିବ୍ୟା କୌଣସି ଏକ ନୂଆ ପ୍ରୋଜେକ୍ଟରେ କାମ କରନ୍ତି କିମ୍ବା ତାଙ୍କର କୌଣସି ଫିଲ୍ମ ରିଲିଜ ହେବା ପୂର୍ବରୁ ସେ ବହୁତ ନର୍ଭସ ହୋଇଯାଆନ୍ତି। ଏକଥା ନିଜେ ଦିବ୍ୟା କହିଛନ୍ତି।

ସେ କୁହନ୍ତି, ମୁଁ ଏପରି ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ପସନ୍ଦ କରେ ନାହିଁ, ଯେଉଁମାନେ ସାଙ୍ଗେ ସାଙ୍ଗେ କିଛି କରିବାକୁ ନିର୍ଦ୍ଦେଶ ଦିଅନ୍ତି। ମୁଁ ଏମିତି ନିର୍ଦ୍ଦେଶକମାନଙ୍କ ସହିତ କାମ କରିବାକୁ ଭଲ ପାଏ, ଯେଉଁମାନେ ମୋତେ ପୂର୍ବରୁ ଅଭିନୟ କରିଥିବା ଚରିତ୍ରଠାରୁ ଭିନ୍ନ କିଛି କରିବାକୁ ଦେଇଥାନ୍ତି।

ଦିବ୍ୟା ୧୯୯୪ରେ ‘ଇସ୍କ ମେ ଜିନା ଇସ୍କ ମେ ମର୍‌ନା’ରେ କାମ କରିଥିଲେ। ଏହା ପରେ ସେ ‘ବୀର ଜରା’, ବୀର୍‌ଗତି, ଇସ୍‌କି ଟୋପି ଉସ୍‌କେ ସର୍‌ ପରି ଫିଲ୍ମରେ ଦମ୍‌ଦାର ଅଭିନୟ କରିଥିଲେ। ନିକଟରେ ଦିବ୍ୟା ଫିଲ୍ମ ଶିର-କୋର୍‌ମାରେ ନଜର ଆସିଥିଲେ। ତାଙ୍କର ଆଗାମୀ ଫିଲ୍ମ ହେଲା ‘ଧାକଡ଼’।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri