Posted inଜାତୀୟ

‘ବିସ୍ଫୋରଣ ବଟନ୍‌ ଦବାଇବା ପରେ କାନ୍ଦିଥିଲି’

ନୋଏଡା, ୨୯ା୮: ଉତ୍ତରପ୍ରଦେଶର ନୋଏଡାରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ସୁପରଟେକ୍‌ ଟୁଇନ୍‌ ଟାଓ୍ବାର ବିସ୍ଫୋରଣ ଦାୟିତ୍ୱ ନେଇଥିବା ଏଡିଫିସ୍‌ ଇଞ୍ଜିନିୟରିଂ କମ୍ପାନୀର ଜଣେ ଅଧିକାରୀ ଚେତନ ଦତ୍ତ ତାଙ୍କ ଅନୁଭୂତି ବାଣ୍ଟିଛନ୍ତି। ପ୍ରାୟ ୧୦୦ ମିଟର ଉଚ୍ଚ ଅଟ୍ଟାଳିକାରେ ବିସ୍ଫୋରଣ କରିବା ପାଇଁ ବଟନ୍‌ ଦବାଇବା ପରେ ସେ କାନ୍ଦିଥିଲେ ବୋଲି କହିଛନ୍ତି। ଟୁଇନ୍‌ ଟାଓ୍ବାର ଭାଙ୍ଗିବା ପରେ ଚେତନ ଅନ୍ୟ ୪ ଅଧିକାରୀଙ୍କ ସହ ବିସ୍ଫୋରଣ ସ୍ଥଳକୁ ଯାଇଥିଲେ। ଅପରେଶନ ସଫଳ ହୋଇଥିବା ଦେଖି ତାଙ୍କ ଆଖିରୁ ଆଶ୍ୱସ୍ତି ଏବଂ ଆନନ୍ଦାଶ୍ରୁ ବୋହିଯାଇଥିଲା। ତାଙ୍କ ଟିମ୍‌ରେ ୧୦ ଜଣ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟର ୭ ଜଣ ବିଦେଶୀ ବିଶେଷଜ୍ଞ ରହିଥିଲେ। ଏହାବାଦ୍‌ ଏଡିଫିସ୍‌ ଇଞ୍ଜିନିୟରିଂର ୨୦ରୁ ୨୫ କର୍ମଚାରୀ ଏହି କାର୍ଯ୍ୟରେ ସାମିଲ ଥିଲେ। ଅଟ୍ଟାଳିକା ଭଙ୍ଗାଯିବା ପାଇଁ ସାଇରନ୍‌ ବାଜିବା ପରେ ସେମାନେ ସମ୍ପୂର୍ଣ୍ଣ ନୀରବ ହୋଇଯାଇଥିଲେ। ବଟନ୍‌ ଦବାଇବା କ୍ଷଣି ଆଖି ପିଛୁଳାକେ ଟୁଇନ୍‌ ଟାଓ୍ବାର ଧରାଶାୟୀ ହୋଇପଡ଼ିଥିଲା ବୋଲି ସେ କହିଛନ୍ତି।

ଟୁଇନ ଟାଓ୍ବାର: ଘଟଣାକ୍ରମ

ସୁପରଟେକ୍‌ ଲିମିଟେଡ୍‌ ଅଟ୍ଟାଳିକା ନିର୍ମାଣ କରିବା ନିମନ୍ତେ ନ୍ୟୁ ଓଖ୍‌ଲା ଇଣ୍ଡଷ୍ଟ୍ରିଆଲ ଡେଭେଲପମେଣ୍ଟ ଅଥରିଟି (ନୋଏଡା)ଙ୍କଠାରୁ ଜମି ପାଇଥିଲା।
ଜୁନ୍‌ରେ ନୋଏଡ଼ା କର୍ତ୍ତୃପକ୍ଷ ୧୪ ମହଲା ବିଶିଷ୍ଟ ବିଲ୍ଡିଂ ପାଇଁ ଅନୁମତି ଦେଇଥିଲେ। ମୋଟ ୧୪ ଟାଓ୍ବାର ପାଇଁ କମ୍ପାନୀକୁ ମଞ୍ଜୁରୀ ମିଳିଥିବାବେଳେ ପ୍ରତ୍ୟେକ କୋଠାର ଉଚ୍ଚତା ୩୭ ମିଟର ପର୍ଯ୍ୟନ୍ତ ରଖିବାକୁ କୁହାଯାଇଥିଲା।
ଆଉ ୨ ବିଲ୍ଡିଂ ଏବଂ ଅଟ୍ଟାଳିକାରେ ଅତିରିକ୍ତ ୧୧ ମହଲା ଯୋଗ କରିବାକୁ ଡେଭେଲପରଙ୍କ ପକ୍ଷରୁ ପ୍ରସ୍ତାବ ଆସିଥିଲା।
ଟୁଇନ ଟାଓ୍ବାର ଆପେକ୍ସ ଏବଂ ସିୟାନେର ମୋଟ ମହଲା ସଂଖ୍ୟା ୪୦ ମହଲାକୁ ବୃଦ୍ଧି କରିବା ପାଇଁ ଯୋଜନା କରିବା ପରେ ରେସିଡେଣ୍ଟ୍‌ସ ଅଫ୍‌ ଓ୍ବେଲଫେୟାର ଆସୋସିଏଶନ (ଆର୍‌ଡବ୍ଲ୍ୟୁଏ) ଏହାକୁ ବିରୋଧ କରିଥିଲା। ସୁପରଟେକ୍‌ ବେଆଇନ ଭାବେ ବିଲ୍ଡିଂ ନିର୍ମାଣ କରିବା ସହ ଏହା ମହଲା ସଂଖ୍ୟା ବଢ଼ାଇଥିବା ଅଭିଯୋଗ କର ଆର୍‌ଡବ୍ଲ୍ୟୁଏ ଆଲ୍ଲାହାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା
ଆଲ୍ଲାହାବାଦ ହାଇକୋର୍ଟ ନୋଏଡା ଟୁଇନ ଟାଓ୍ବାରକୁ ଭାଙ୍ଗିବା ପାଇଁ ରାୟ ଦେବା ସହ ଏଥିରେ ଘର କିଣିଥିବା ଲୋକଙ୍କୁ ୧୪% ସୁଧ ସହ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ସର୍ବୋଚ୍ଚ ଅଦାଲତ ୨୦୨୧ ଅଗଷ୍ଟ ୩୧ରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ କାଏମ ରଖି ଟୁଇଟ ଟାଓ୍ବାର ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କୁ ନେଇ ବଡ଼ ଖୁଲାସା କଲେ ନେତାନ୍ୟାହୁ: ଚାହିଁ ରହିଗଲା ବିଶ୍ୱ, ଆଗକୁ ହେବ…

ଜେରୁଜେଲମ,୨୦।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁକ୍ରବାର ଆମେରିକାକୁ ଇରାନ ସହିତ ଯୁଦ୍ଧକୁ ଟାଣି ନେଇଥିବା ଦାବିକୁ ଖାରଜ କରିଦେଇଛନ୍ତି। ସେ ଏହି ରିପୋର୍ଟଗୁଡ଼ିକୁ ‘ମିଥ୍ୟା ଖବର’…

ଗଛକୁ ପିଟି ଓଲଟିଲା ଅଲ୍ଟୋ କାର, ଚାଲିଗଲା ୨ଜଣଙ୍କ ଜୀବନ

ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ…

ମଧ୍ୟପ୍ରାଚ୍ୟ: ଇନ୍ଧନ ପାଲଟିଛି ଅସ୍ତ୍ର

ତେହରାନ୍‌,୨୦।୩: ଆମେରିକା-ଇରାନ୍‌ ଯୁଦ୍ଧକୁ ୨୦ ଦିନ ବିତିଛି । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ଆହୁରି ତୀବ୍ର ହୋଇଛି। ଆମେରିକା ଓ ଇସ୍ରାଏଲ ଇରାନକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ…

ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି…

ADR ରିପୋର୍ଟ, ୭୩ ରାଜ୍ୟ ସଭା ସଦସ୍ୟଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୦।୩(ପି.ଟି.): ରାଜ୍ୟ ସଭାର ମୋଟ ସଦସ୍ୟ ସଂଖ୍ୟାର ପ୍ରାୟ ୩୨ ପ୍ରତିଶତଙ୍କ ନାମରେ ଆପରାଧିକ ମାମଲା ରହିଥିଲାବେଳେ ୧୪ ପ୍ରତିଶତ ଅରବପତି ବୋଲି ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌…

ଉଚ୍ଛେଦ ଆଗରୁ ଥଇଥାନ କର: ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ରାସ୍ତା ପ୍ରଶସ୍ତୀକରଣ, ଡ୍ରେନ୍‌ ନିର୍ମାଣ ଏବଂ ଅନ୍ୟ ବିକାଶମୂଳକ ପ୍ରକଳ୍ପକୁ ଆଖି ଆଗରେ ରଖି ଏଭଳି…

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଅଧ୍ୟକ୍ଷଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୦।୩: ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପାର୍ଟଟାଇମ୍‌ ଅଧ୍ୟକ୍ଷ ଅତନୁ ଚକ୍ରବର୍ତ୍ତୀ ବୁଧବାର ଅଚାନକ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ବ୍ୟାଙ୍କର ପ୍ରଶାସନ, ମନୋନୟନ ଓ ବେତନ କମିଟି…

ମା’ ସମଲେଶ୍ବରୀଙ୍କ ବ୍ରହ୍ମଚାରିଣୀ ବେଶ: ସକାଳୁ ସକାଳୁ ଭକ୍ତଙ୍କ ସମାଗମ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି ହୋଇଛି। ଦ୍ବିତୀୟ ଦିବସ ଶୁକ୍ରବାରରେ ଦେବୀ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri