ମୁଁ ବି କହିପାରିବି

ଅନେକ ଯୁବତୀଯୁବକ ଭଲ ପାଠ ପଢ଼ନ୍ତି, ଅଧିକ ନମ୍ବର ରଖନ୍ତି, ଆଉ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ରିଟିନ୍‌ ଟେଷ୍ଟରେ ଉତ୍ତୀର୍ଣ୍ଣ ବି ହୁଅନ୍ତି। ହେଲେ ଇଣ୍ଟରଭ୍ୟୁ ବା ଓରାଲ୍‌ ଟେଷ୍ଟରେ ଭଲ ପ୍ରଦର୍ଶନ ଅଭାବରୁ ବିଫଳତାର ସମ୍ମୁଖୀନ ହୁଅନ୍ତି। ଏହା ପଛର ମୁଖ୍ୟ କାରଣ ହେଉଛି ସର୍ବସାଧାରଣଙ୍କ ସମ୍ମୁଖରେ କିଛି କହିବାର ଡର, ଯାହାକୁ ପବ୍ଲିକ୍‌ ସ୍ପିକିଂ ଫୋବିଆ ବୋଲି ମଧ୍ୟ କୁହାଯାଇପାରେ। ଏମିତିରେ ସଫଳତାର ସ୍ବାଦ ଚାଖିବାକୁ ହେଲେ ମନରୁ ଏହି ଭୟ ଦୂରେଇବା ଲାଗି ଆତ୍ମପ୍ରଚେଷ୍ଟା ଗୁରୁତ୍ୱପୂର୍ଣ୍ଣ…

ଏକାଧିକ ଅଜଣା ବ୍ୟକ୍ତି ଅବା ସର୍ବସାଧାରଣଙ୍କ ସମ୍ମୁଖରେ କିମ୍ବା ଜନସମାଗମରେ କିଛି କହିବା ଅବା ବକ୍ତବ୍ୟ ଦେବା ସଭିଙ୍କ ପାଇଁ ଏକ ସାଧାରଣ କଥା ନୁହେଁ। ଏଥିପାଇଁ ଆବଶ୍ୟକ ଦୃଢ଼ ଆତ୍ମବିଶ୍ୱାସ ଏବଂ ଭୟଶୂନ୍ୟ ମାନସିକତା। ହେଲେ ଅନେକ ଯୁବତୀଯୁବକଙ୍କ ଭିତରେ ଏହାକୁ ନେଇ ଡର ବା ପବ୍ଲିକ୍‌ ସ୍ପିକିଂ ଫୋବିଆ ଥାଏ। ଏହାକୁ ନିଜ ମନରୁ ଦୂର ନ କଲେ ଜୀବନରେ ଆଗକୁ ବଢ଼ିବା ଏବଂ ସଫଳତାର ସ୍ବାଦ ଚାଖିବା କଷ୍ଟକର ହୋଇପଡ଼େ। ତେଣୁ ଏହାକୁ ଦୂର କରିବା ଲାଗି ନିଜସ୍ବ ଉଦ୍ୟମ ହିଁ ଅପରିହାର୍ଯ୍ୟ।
ବଢ଼ାନ୍ତୁ ଆତ୍ମବିଶ୍ୱାସ: ଆମତ୍ବିଶ୍ୱାସ ପ୍ରତ୍ୟେକ କାର୍ଯ୍ୟରେ ସଫଳତାର ଚାବିକାଠି। ତେଣୁ ମନରେ କୌଣସି ନକାରାମତ୍କ ଭାବନା ଥିଲେ ଏହାକୁ ଦୂର କରିବା ଲାଗି ପ୍ରଥମେ ନିଜର ଆମତ୍ବିଶ୍ୱାସ ବଢ଼ାନ୍ତୁ । ଦେଖିବେ ଏହାଦ୍ୱାରା ଜବ୍‌ ଇଣ୍ଟରଭ୍ୟୁ ହେଉ ଅବା ସଭାସମିତିରେ ଭାଷଣ ହେଉ, ସବୁଠି ଆପଣ ଦୃଢ଼ତାର ସହ ନିଜ କଥା ଅନ୍ୟମାନଙ୍କ ସମ୍ମୁଖରେ ଉପସ୍ଥାପନା କରିପାରିବେ।
ଅଭ୍ୟାସ ବଢ଼ାଏ ମନବଳ: ଯେକୌଣସି କ୍ଷେତ୍ରରେ ନିଜର ବେଷ୍ଟ ଦେବାଲାଗି ବାରମ୍ବାର ଅଭ୍ୟାସ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହା ମନରୁ ଡର ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଦର୍ପଣ ଆଗରେ ପରିବାର ସଦସ୍ୟ କିମ୍ବା ବନ୍ଧୁମାନଙ୍କୁ ଦର୍ଶକ ଭାବେ ବସାଇ ସେମାନଙ୍କଠାରୁ ମତାମତ ନେଇପାରିବେ। ଏହାଦ୍ୱାରା ନା କେବଳ ଆପଣଙ୍କ ସାହସ ବଢ଼ିବ ବରଂ କୌଣସି ତ୍ରୁଟି ଥିଲେ ଏହାକୁ ସୁଧାରିବାର ମଉକା ମିଳିବ ଏବଂ ଆପଣ ଏଥିନେଇ ଆପଣଙ୍କ ମନ ଭିତରେ ଥିବା ଡର ବି ଦୂର ହେବ।
ସ୍କିଲ୍‌ ଡେଭଲପ୍‌ମେଣ୍ଟ ଜରୁରୀ: ଯେଉଁମାନଙ୍କଠାରେ ଜନସାଧାରଣ ବା ଅଧିକ ଲୋକଙ୍କ ଆଗରେ କିଛି କହିବା କଥା ଶୁଣିବାମାତ୍ରେ ଦେହ ଥରିବା, ବ୍ୟସ୍ତ ହୋଇପଡ଼ିବା, ଝାଳ ବୋହିବା, ଭୟରେ ଓଠ ଶୁଖିଯିବା, ମାନସିକ ସ୍ତରରେ ଦୁର୍ବଳ ହୋଇପଡ଼ିବା, ବାରମ୍ବାର ମନା କରିବା ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ। ଏମିତିକି ପବ୍ଲିକ୍‌ରେ ନିଜକୁ କିଛି କହିବାକୁ ହେବ ଜାଣିବାମାତ୍ରେ କାହା କାହାକୁ ଭୟରେ ଝାଡ଼ା, ପରିସ୍ରା ମଧ୍ୟ ଲାଗିଥାଏ। ତେବେ ଏହି ଭୟକୁ ମେଡିକାଲ ସାଇନ୍ସରେ ଗ୍ଲୋସୋଫୋବିଆ ବୋଲି କୁହାଯାଇଥାଏ, ଯାହାକୁ ଦୂର କରିବା ଲାଗି ନିଜସ୍ବ ଚେଷ୍ଟା ନିତାନ୍ତ ଆବଶ୍ୟକ। ଏହା ବ୍ୟତୀତ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା କମ୍ୟୁନିକେଶନ ସ୍କିଲ୍‌ ଡେଭଲପ୍‌ମେଣ୍ଟ, ଗ୍ରୁପ୍‌ ଡିସ୍କଶନ୍‌ ଭଳି ଟ୍ରେନିଂ ନେଇପାରିବେ।
ପୂର୍ବ ପ୍ରସ୍ତୁତି କରିବ ସାହାଯ୍ୟ: କୌଣସି ଇଣ୍ଟରଭ୍ୟୁ ଅବା ଜନସମାଗମରେ କିଛି କହିବାକୁ ଭୟ ଲାଗୁଛି, ତେବେ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ଏହାର ଉଦ୍ଦେଶ୍ୟ ଏବଂ ବିଷୟବସ୍ତୁକୁ ଭଲ ଭାବେ ବୁଝନ୍ତୁ। ଯଦି ସମ୍ଭବ ଏ ସମ୍ପର୍କରେ ପୂର୍ବରୁ ପଢ଼ିନିଅନ୍ତୁ, ଯାହାକି ଆପଣଙ୍କୁ ନିର୍ଭୟ ଭାବେ ସମସ୍ତଙ୍କ ଆଗରେ କହିବାର ସାହସ ଯୋଗାଇବ।
ଘୋଷିବା କିମ୍ବା ନକଲ କରିବା ଠିକ୍‌ ନୁହେଁ: ଯଦି ନିଜର ବକ୍ତବ୍ୟକୁ ଆକର୍ଷଣୀୟ କରିବା ଲାଗି ଆପଣ କୌଣସି କଥାକୁ ଘୋଷି ଅବା ଅନ୍ୟ କାହାର ଷ୍ଟାଇଲ୍‌କୁ ନକଲ କରି ସର୍ବ ସମୁଖରେ କୁହନ୍ତି ତେବେ ଏହା ଭଲ ହେବା ପରିବର୍ତ୍ତେ ଅଧିକ ଖରାପ ହେବା ସହ କେବେ କେବେ ପରିହାସର ପାତ୍ର ହେବାକୁ ପଡିଥାଏ। ହୁଅନ୍ତି, ଯାହାକି ଆଗକୁ ବଢ଼ିବା ଦିଗରେ ସେମାନଙ୍କ ମନବଳକୁ ଦୁର୍ବଳ କରିଦିଏ। ତେଣୁ ଏପରି ନ କରି ନିଜର ବେଷ୍ଟ ଦିଅନ୍ତୁ ଏବଂ ବ୍ୟକ୍ତିତ୍ବକୁ ବଜାୟ ରଖି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ।
ଫେସିଆଲ୍‌ ଏକ୍ସପ୍ରେଶନ୍‌ ପ୍ରତି ସଜାଗ ରୁହନ୍ତୁ: ବଡ଼ କଥା ହେଉଛି ନିଜର ଉପସ୍ଥାପନା ଶୈଳୀକୁ ମନୋରଞ୍ଜନଧର୍ମୀ କରନ୍ତୁ ଏବଂ ନିଜର ବଡିଲାଙ୍ଗୁଏଜ୍‌ ଏବଂ ଫେସିଆଲ୍‌ ଏକ୍ସପ୍ରେଶନ୍‌ ପ୍ରତି ସଜାଗ ରୁହନ୍ତୁ। ଫଳରେ ଅନ୍ୟମାନେ ଧୈର୍ଯ୍ୟର ସହିତ ଆପଣଙ୍କ କଥା ଶୁଣିବେ ଏବଂ ପୁନର୍ବାର ଶୁଣିବାକୁ ଉତ୍ସାହିତ ହେବେ। କାରଣ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନା କରୁଥିବା ସମୟରେ ଭୟକୁ ଲୁଚାଇବା ଆଳରେ ଅନେକେ ଏତେ ଯତ୍ନଶୀଳ ହୋଇଉଠନ୍ତି ଯେ, ଅପରପକ୍ଷେ ତାଙ୍କ ସମ୍ପୂର୍ଣ୍ଣ ବକ୍ତବ୍ୟ ବା ମନ୍ତବ୍ୟ ଶୁଣୁଥିବା ବ୍ୟକ୍ତିଙ୍କ ନଜରରେ ତାଙ୍କ ଭୟ ସ୍ପଷ୍ଟ ବାରି ହୋଇଯାଉଛି ବୋଲି ସେମାନେ ଜାଣିପାରନ୍ତି ନାହିଁ। ଫଳସ୍ବରୂପ ସେମାନେ ନିଜ ଉପସ୍ଥାପନାରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ବିଫଳ ହୁଅନ୍ତି। ତେଣୁ ମନ ଭିତରେ ଡର ଥିଲେ ସୁଦ୍ଧା ଆପଣ ନିଜକୁ ଏଭଳି ଭାବେ ରଖନ୍ତୁ, ଯେପରି ଦର୍ଶକଙ୍କୁ ତାହା ପ୍ରଭାବିତ କରିପାରିବ।

କ’ଣ କରନ୍ତି ଏମାନେ…

 

ସନମ୍‌ସ୍ମିତା ସାହୁ (ଛାତ୍ରୀ, ଶତାବ୍ଦୀନଗର, ଭୁବନେଶ୍ୱର)- ପିଲାଦିନେ ଅନେକ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇଛି ଆଉ ପୁରସ୍କାର ବି ପାଇଛି। ଛୋଟ ବେଳେ ଯେବେ ବି ବକ୍ତୃତା ଦେଉଥିଲି ପ୍ରଥମେ ପ୍ରଥମେ ଡରୁଥିଲି। ସେଥିପାଇଁ ବାପାଙ୍କ ସହ ମିଶି ଘରେ ସବୁବେଳେ ମିର୍‌ର ସାମ୍ନାରେ ଛିଡ଼ା ହୋଇ ଯେକୌଣସି ବିଷୟରେ କହିବା ଅଭ୍ୟାସ କରେ। ଆଉ ସେହି ଅଭ୍ୟାସ ଯୋଗୁ ହିଁ ଏବେ ମନରେ ଷ୍ଟେଜ୍‌ ଫିଅର୍‌ କି ଅଡିଏନ୍ସଙ୍କ ଡର ନାହିଁ। କିନ୍ତୁ ବେଳେବେଳେ ଦିଆଯାଇଥିବା ଟପିକ୍‌ ଆଉ ଏକ୍ସଟେମ୍ପର୍‌ ସ୍ପିଚ୍‌କୁ ଦେଖି ନର୍ଭସ୍‌ ହୋଇଯାଏ। କିନ୍ତୁ ସାଙ୍ଗରେ ସବୁବେଳେ ବାପା କିମ୍ବା ଭାଇ ଥିବାରୁ ସ୍ପିଚ୍‌ ଦେବାରେ କିଛି ବି ଅସୁବିଧା ହୁଏନି।

ସୋନାଲି ପାଣିଗ୍ରାହୀ (ଛାତ୍ରୀ, ଭଦ୍ରକ)- ମୋତେ ଲୋକମାନଙ୍କ ସହ ମିଶିବାକୁ ଭଲଲାଗେ। ହେଲେ ଯେତେ ମିଶିଲେ ବି ଭଲରେ କଥା ହୋଇପାରୁ ନ ଥିଲି। ସେମାନଙ୍କ ସହ କଥା ହେବା ପୂର୍ବରୁ ଭାବେ ମୁଁ କହୁ କହୁ କିଛି ଭୁଲ୍‌ କହିଦେବି। ମୋ ଉପରେ ସମସ୍ତେ ହସିବେ। ବେଳେବେଳେ କିଛି କଥା କହି ନ ପାରି ମନରେ ବହୁତ କଷ୍ଟ ହେଉଥିଲା। ଧୀରେ ଧୀରେ ସେମାନଙ୍କ ସହ ମିଶିବାକୁ ଆରମ୍ଭ କଲି। ଭୁଲ୍‌ ହେଲେ ବି ସ୍ପଷ୍ଟବାଦୀ ଭାବେ କଥା କହିବି ବୋଲି ଶପଥ ନେଲି। ଧିରେ ଧିରେ ନିଜକୁ ବଦଳାଇ ସଭିଙ୍କ ସହ କଥା ହେବା ପରେ ଏବେ ଆଉ ପୂର୍ବ ଭଳି ସେ ଡର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri