Posted inଫୁରସତ

ବୋଉ ନିର୍ଦ୍ଦେଶରେ ଶାଢ଼ି କିଣିଥିଲି

ଯୁକ୍ତ ତିନି ବିଜ୍ଞାନ ଶେଷବର୍ଷ ପରୀକ୍ଷାର ଶେଷ ପେପର ଥାଏ ଗଣିତ। ପରୀକ୍ଷା ଶେଷଦିନର ଅନୁଭବ ପ୍ରତି ପରୀକ୍ଷାର୍ଥୀଙ୍କ ପାଇଁ ଥାଏ ଯେମିତି ନିଆରା ସେମିତି ରୋମାଞ୍ଚକର। କାରଣ ଏହା ପରଠୁ ଆରମ୍ଭ ହୁଏ ପ୍ରକୃତ ଭବିଷ୍ୟତ ଚିନ୍ତା। ଯେଉଁ ଚିନ୍ତା ମୋର ବି ଥିଲା। ସାଙ୍ଗମାନଙ୍କୁ ଛାଡ଼ି ହଷ୍ଟେଲ ଛାଡ଼ିବାର ଦୁଃଖ ଯେତିକି କଷ୍ଟ ଦେଉଥିଲା ଆଗକୁ କ’ଣ କରିବି ସେ ନେଇ ବି ଦ୍ୱନ୍ଦ୍ୱ ବଢୁଥିଲା। ହଠାତ୍‌ ଖବର ପାଇଲି, କଲେଜ ଅଧ୍ୟକ୍ଷା ମୋତେ ଖୋଜୁଛନ୍ତି ବୋଲି। ପ୍ରଥମେ ଆଶ୍ଚର୍ଯ୍ୟ ହେଲି। ମନରେ ଶଙ୍କା ନେଇ ପହଞ୍ଚେ ତ ଜାଣିବାକୁ ପାଇଲି, ଅତିଥି ଶିକ୍ଷକ ହିସାବରେ କମ୍ପୁଟର ପଢ଼ାଇବାକୁ ସେମାନେ ମୋତେ ଚାହୁଁଛନ୍ତି। ଯେଉଁ ଅନୁଷ୍ଠାନରେ ପଢୁଥିଲି ଆଜି ସେଠାରେ ପଢାଇବାର ସୂଯୋଗ ମିଳୁଥିବାରୁ କ’ଣ ନିଷ୍ପତ୍ତି ନେବି ଭାବୁଥିଲି। ଏଣେ ଅଧ୍ୟକ୍ଷା ମାମ୍‌ଙ୍କ ଭଲପାଇବା ସହ ଆଦେଶ ମିଶ୍ରିତ ଆଗ୍ରହ। ଏସବୁକୁ ଅଗ୍ରାହ୍ୟ କରିବା ମୋ ପାଇଁ ସମ୍ଭବ ନଥିଲା। ମୁଁ ମଥାନତ କରି ହଁ ଭରିଲି।
ପଢ଼ିବା ଆଉ ପଢ଼ାଇବା ଭିନ୍ନ ଭିନ୍ନ କଥା। ବାପା କହିଥିଲେ ପ୍ରତି ଆରମ୍ଭ ଏହିପରି ଅଚାନକ ହୁଏ। ଏଥିରେ ଉତ୍ସାହିତ ହେବା ମଙ୍ଗଳ। ଦିନକୁ ଦୁଇଟି କ୍ଲାସ। ବିଭିନ୍ନ ବର୍ଗର ମହିଳାମାନଙ୍କୁ ପଢ଼ାଇବାକୁ ହେବ ନିୟମିତ। ପୁଣି ଶାଢ଼ି ପିନ୍ଧି।
ଶାଢ଼ି! ଯଦିଓ ଶାଢ଼ି ମୋର ଦୁର୍ବଳତା। ତେବେ ପୂର୍ବରୁ ଶାଢ଼ି ପିନ୍ଧିବାର ସାହାସ ମୁଁ କେବେ କରିନି। ମୋତେ ଲାଗେ ଶାଢ଼ି ପିନ୍ଧିବାର ବୟସ କି ସମୟ ସେଯାଏଁ ମୋର ହୋଇନି। ମୋ ବୋଉ ଜଣେ ଶିକ୍ଷୟିତ୍ରୀ। ସିଏ ମୋତେ ଏଥିରୁ ଉଦ୍ଧାର କଲା। ତା’ ନିଜର ଭଲ ଶାଢ଼ି କିଛି ପଠାଇଲା। କେମିତି ପିନ୍ଧିବାକୁ ହୁଏ ସେହି କୌଶଳ କିନ୍ତୁ ମୋତେ ହଷ୍ଟେଲରେ କେହି ଶିଖାଇ ପାରି ନଥିଲେ। ପ୍ରଥମ ଦିନ ଯେନତେନ ଶାଢ଼ି ଗୁଡ଼ା ଓ ମୋ ଅସହାୟତା ଦେଖି, ପରିଚାଳନା ବୋର୍ଡ ନିଷ୍ପତ୍ତି ବଦଳାଇଲା। ମୁଁ ତା’ପରଠୁ ନିଜ ଡ୍ରେସ ପିନ୍ଧିବାର ଅନୁମତି ପାଇଲି। ମୋଦେଇ ଶାଢ଼ି ପିନ୍ଧା ନ ହୋଇଲା। କେମିତି ପଢ଼ାଉଥିଲି ଜାଣିନି। ତେବେ ଠିକ୍‌ ମାସ ପୁରୁଣୁ ମୋ’ ହାତରେ ଥିଲା ଦୁଇହଜାର ଟଙ୍କାର ଏକ ଲଫାପା। ମୋ’ ପ୍ରଥମ ପରିଚୟ, ପ୍ରଥମ ରୋଜଗାର। ଦୁଇହଜାର ମୋ ପାଇଁ ଏତେ ଥିଲା ଯେ, ଯେମିତି ସେଥିରେ ମୋ’ ସବୁଯାକ ସ୍ବପ୍ନ ପୂରଣ ହୋଇଯିବ। ପୁଲକଟି ସେହିପରି। କାରଣ ସେଇବେଳେ ମୋ’ ସମାସ୍କନ୍ଧମାନେ ଭବିଷ୍ୟତ ଚିନ୍ତାରେ ଥିଲାବେଳେ, ମୁଁ ନିଜକୁ ଦକ୍ଷ ଭାବିନେଲି। ଅନେକଥର ଟଙ୍କାଗୁଡ଼ିକୁ ଲଫାପା ଭିତରୁ କାଢ଼ି ଦେଖିବା, ଧରିବା, ସଭିଙ୍କ ଅଲକ୍ଷ୍ୟରେ ଗେହ୍ଲା କରିବା ପୁଣି ତାକୁ ଯତ୍ନରେ ଲଫାପା ଭିତରେ ଥୋଇବା ଇତ୍ୟାଦି ମୋତେ ଏକ ଭିନ୍ନ ଦୁନିଆକୁ ନେଇଯାଇଥିଲା। ଚିନ୍ତା କରିଥିଲି, ସେଥିରୁ ହଜାରେ ବୋଉକୁ ଆଉ ବାକି ହଜାରେ ବାପାଙ୍କ ହାତରେ ଧରାଇବି। ବୋଉ କିନ୍ତୁ ନିର୍ଦ୍ଦେଶ ଦେଲା, ”ଯା, ଭଲ ଶାଢ଼ିଟିଏ କିଣିବୁ ସେଥିରେ“ହଷ୍ଟେଲ ସାଙ୍ଗମାନଙ୍କୁ ସାଥିରେ ଧରି ଶାଢ଼ି କିଣିବାର ଅନୁଭବ ଓ ସେମାନଙ୍କୁ ବାଟରେ ଜଳଖିଆ ଖୁଆଇବାର ଖୁସି ଇତ୍ୟାଦି ଆଉ ଏକ ପୁଲକ। ସବୁଠାରୁ ବଡ଼ କଥା ମୁଁ ନିଜ ରୋଜଗାରରେ କିଣିଥିବା ଶାଢ଼ିଟିକୁ ପ୍ରଥମ ଚେଷ୍ଟାରେ ପିନ୍ଧି ପାରିଥିଲି। ମାତ୍ର ମାସଟିଏ ପରେ ମୋ ଶାଢ଼ି ଅବତାର ଦେଖି ପରିଚାଳନା ବୋର୍ଡ ଚକିତ ହୁଅନ୍ତା ନାହିଁ ତ ଆଉ କ’ଣ?


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri