Posted inଫୁରସତ

ପ୍ରଥମ ଦରମାରେ ଓ୍ବାଶିଂ ମେସିନ୍‌ କିଣିଥିଲି: ଫ୍ୟାଶନ ଡିଜାଇନର୍‌ ସୋନାଲି ମିଶ୍ର

କଟକ ଚୌଦ୍ୱାର ମୋ ଜନ୍ମସ୍ଥାନ ହୋଇଥିଲେ ହେଁ, ବାପା ଯେହେତୁ ଜଣେ ପୋଲିସ୍‌ ଅଫିସର୍‌ ଥିଲେ ତେଣୁ ମୋର ପାଠପଢା ବିଭିନ୍ନ ସ୍ଥାନରେ ହୋଇଥିଲା। ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍କୁଲ୍‌ରୁ ସ୍କୁଲ୍‌ ପଢା ସାରି ସୁନ୍ଦରଗଡ଼ କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଜ୍ଞାନ ପଢିଥିଲି। ତା’ପରେ ଏଚ୍‌ଆର୍‌ ମାର୍କେଟିଂରେ ଏମ୍‌ବିଏ କରି ସ୍କାନ୍‌ ଷ୍ଟିଲ୍‌ କମ୍ପାନୀରେ ଏଚ୍‌ଆର୍‌ ଭାବେ ନିଯୁକ୍ତି ପାଇଲି। ଏହା ଥିଲା ୨୦୧୦ ମସିହାର କଥା। ସେତେବେଳେ ୧୫ ହଜାର ଟଙ୍କା ଦରମା ମିଳୁଥିଲା। ପ୍ରଥମ ଦରମାରେ ଘର ପାଇଁ ଏକ ଅଟୋମେଟିକ୍‌ ଓ୍ବାଶିଂ ମେସିନ୍‌ କିଣିଥିଲି। କାରଣ ଆମ ଘରେ ଏକ ସେମି-ଅଟୋମେଟିକ୍‌ ଓ୍ବାଶିଂ ମେସିନ୍‌ ଥିଲା, ଯାହା ମା’ଙ୍କୁ ଆଦୌ ପସନ୍ଦ ନଥିଲା। ତାକୁ ନେଇ ସେ ବହୁତ ହଇରାଣ ବି ହେଉଥିଲେ। ତେଣୁ ମା’ଙ୍କୁ ସର୍‌ପ୍ରାଇଜ୍‌ ଦେବାପାଇଁ କାହାକୁ କିଛି ନଜଣାଇ ଦୋକାନୀଙ୍କ ସହ କଥା ହୋଇ ଓ୍ବାଶିଂ ମେସିନ୍‌କୁ ଘରକୁ ଡେଲିଭରି ପାଇଁ ପଠାଇ ଦେଲି। ସେ ବାବଦେ ପ୍ରଥମ ମାସର ଦରମା ସମ୍ପୂର୍ଣ୍ଣ ସରିଗଲା। ଆହୁରି ବି କିଛି ଟଙ୍କା ଇଏମ୍‌ଆଇରେ ଦେବାକୁ ପଡିଲା, ଯାହାକୁ ମୁଁ ତା’ପରମାସ ଦରମାରେ ସୁଝି ଦେଇଥିଲି। ତେବେ ସେ ଯାହା ହେଉ ମା’ଙ୍କର ଖୁସି ଦେଖି ମୋତେ ବି ବେଶ୍‌ ଖୁସି ଲାଗିଥିଲା। ପ୍ରାୟ ୬ମାସ ସ୍କାନ୍‌ ଷ୍ଟିଲ୍‌ରେ କାମ କରିବା ପରେ ତାକୁ ଛାଡ଼ି ଭିପୁଲ୍‌ ଲିମିଟେଡ୍‌ରେ ଏଚ୍‌ଆର୍‌ ଭାବେ କାମ କରିବାକୁ ଲାଗିଲି। ସେତେବେଳକୁ ମୋର ବାହାଘର ସରିଯାଇଥାଏ। ଯେହେତୁ ମୋ ସ୍ବାମୀ ମର୍ଚ୍ଚାଣ୍ଟ ନାଭିରେ କାମ କରୁଥାନ୍ତି; ତେଣୁ ତାଙ୍କ ପାଖକୁ ଯିବାକୁ ହେଲେ ମୋତେ ବାରମ୍ବାର ଅଫିସ୍‌ରୁ ଛୁଟି ନେବାକୁ ପଡୁଥାଏ। ଧୀରେ ଧୀରେ ଏଥିପାଇଁ ଅଫିସ୍‌ରେ ସମସ୍ୟା ଉପୁଜିବାରୁ ବାଧ୍ୟ ହୋଇ ସେ ଚାକିରି ବି ଛାଡିଦେଲି ଆଉ ସ୍ବାମୀଙ୍କ ପାଖକୁ ଚାଲିଗଲି। କିଛିଦିନ ପରେ ପୁଣି ଶାଶୁଘରକୁ ଫେରିଆସିଲି, କାରଣ ମୁଁ ସେତେବେଳକୁ ଗର୍ଭବତୀ ଥିଲି। ଝିଅ ଜନ୍ମ ହେବାର ଆଠ ମାସ ପରେ ପୁଣି ମୋ ଭିତରେ ସ୍ବାବଲମ୍ବୀ ହେବାର ଜିଦ୍‌ ଆସିଲା। କିନ୍ତୁ କାହା ଅଧିନରେ ନୁହେଁ ବରଂ ନିଜ ଗୋଡ଼ରେ ନିଜେ କିପରି ଠିଆ ହୋଇପାରିବି ସେହି ଚେଷ୍ଟାରେ ରହିଲି। ଯେହେତୁ ମୋର ଭଲ ପିନ୍ଧିବା ଆଉ ସଜେଇ ହେବାର ସଉକ ଥିଲା। ତେଣୁ ସେ କ୍ଷେତ୍ରରେ କ୍ୟାରିୟର୍‌ କରିବାକୁ ଚିନ୍ତା କରି ବେଙ୍ଗାଲୁରୁ ଗଲି ଆଉ ସେଠାରେ ମେକ୍‌ଅପ୍‌ ଉପରେ ୪ ମାସର ଏକ କୋର୍ସ କଲି। ଏଠାରେ କହି ରଖିବାକୁ ଚାହେଁ ଯେ, ମେକ୍‌ଅପ୍‌ ମାନେ ପାର୍ଲର କୋର୍ସ ନୁହେଁ ବରଂ ଜଣେ ପ୍ରଫେଶନାଲ୍‌ ମେକ୍‌ଅପ୍‌ ଆର୍ଟିଷ୍ଟ ଭାବେ ମୁଁ ସେଠାରେ ଟ୍ରେନିଂ ନେଉଥିଲି। ଆଉ ଟ୍ରେନିଂ ନେବା ସମୟରେ ଯାହାବି ଶିଖୁଥିଲି ସେ ସବୁକୁ ‘ଗ୍ଲାମ୍‌ ଅପ୍‌ ବାଏ ସୋନାଲି’ ନାଁରେ ନିଜର ଏକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଖୋଲି ସେଥିରେ ସେୟାର୍‌ କରିଦେଉଥିଲି। ଯଦ୍ଦ୍ବାରା ମୋର ବେଶ୍‌ କେତେଜଣ ଫଲୋଅର୍‌ ହୋଇଯାଇଥିଲେ; ତନ୍ମଧ୍ୟରୁ କିଛି ଫଲୋଅର୍‌ ଓଡ଼ିଶାର ବି ଥିଲେ। ଫଳରେ ମୁଁ ଯେତେବେଳେ ଟ୍ରେନିଂ ସାରି ଓଡ଼ିଶା ଫେରିଥିଲି, ଦେଢମାସ ପରେ ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ମୋତେ ଏକ ପ୍ରି-ଓ୍ବେଡିଂ ଶୁଟ୍‌ ପାଇଁ ମେକ୍‌ଅପ୍‌ ଦେବାର ଅଫର୍‌ ମିଳିଥିଲା। ସକାଳ ୧୦ଟା ରୁ ସନ୍ଧା ୫ ଯାଏଁ ଶୁଟ୍‌ ଚାଲିଲା। ଦିନଯାକର ପରିଶ୍ରମ ପରେ ୧୫ ଶହ ଟଙ୍କା ପାରିଶ୍ରମିକ ପାଇଥିଲି। ଏଚ୍‌ଆର୍‌ ଚାକିରିର ୧୫ ହଜାର ଟଙ୍କା ଆଉ ମେକ୍‌ଅପ୍‌ ଆର୍ଟିଷ୍ଟ ଭାବେ ପାଇଥିବା ୧୫ ଶହ ଟଙ୍କା ଭିତରେ ଆକାଶ ପାତାଳର ଫରକ ଥିଲା ସତ; କିନ୍ତୁ ଏହି ୧୫ ଶହ ଟଙ୍କା ମୋତେ ବହୁତ ଆତ୍ମଶାନ୍ତି ଦେଇଥିଲା। କାରଣ ଏଥିରେ ମୋର ଉତ୍ସାହ ଆଉ ଅକ୍ଳାନ୍ତ ପରିଶ୍ରମ ମିଶି ରହିଥିଲା। ସେଥିପାଇଁ ଏହି ଟଙ୍କାରେ ଶାଶୁଘର ଓ ବାପଘରର ସମସ୍ତଙ୍କ ପାଇଁ ସ୍ବଳ୍ପ ଦାମ୍‌ର କିଛି ନା କିଛି ଗିଫ୍ଟ କିଣି ନେଇଯାଇଥିଲି। ସମସ୍ତେ ବହୁତ ଖୁସି ହୋଇଥିଲେ। ଆଉ ସେମାନଙ୍କର ଆଶୀର୍ବାଦ ଯୋଗୁ ଏବେ ମୁଁ ଜଣେ ସଫଳ ମେକ୍‌ଅପ୍‌ ଆର୍ଟିଷ୍ଟ ଭାବେ ଓଡ଼ିଶା ଫ୍ୟାଶନ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। କେବଳ ମେକ୍‌ଅପ୍‌ ଆର୍ଟିଷ୍ଟ ନୁହେଁ ଫ୍ୟାଶନ୍‌ ଡିଜାଇନର୍‌ ଭାବେ ବି ମୋର ଆଉ ଏକ ପରିଚୟ ରହିଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri