Posted inଫୁରସତ

ପ୍ରଥମ ଦରମାରେ ବୋଉ ପାଇଁ ରେଡିଓ କିଣିଥିଲି

କେନ୍ଦୁଝର ଜିଲା ଓରାଳି ଗ୍ରାମରେ ମୋ ଜନ୍ମ। ମୁକୁନ୍ଦଚରଣ ବିଦ୍ୟାମନ୍ଦିରରୁ ହାଇସ୍କୁଲ୍‌ ପଢା ସାରି ଭଦ୍ରକ କଲେଜ ଓ ପରେ ରେଭେନ୍ସା କଲେଜରେ ଉଚ୍ଚଶିକ୍ଷା କରିଥିଲି। ୧୯୭୬ ମସିହାରେ ସରକାରୀ କଲେଜ, ରାଉରକେଲାରେ ରସାୟନ ବିଜ୍ଞାନର ଅଧ୍ୟାପକ ଭାବେ ମୋର ଚାକିରି ଜୀବନ ଆରମ୍ଭ ହୋଇଥିଲା। ଆଉ ସେଠାରେ କେମେଷ୍ଟ୍ରି ଲାବରେଟରିରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ୍‌ଡି ଲାଭ କରିଥିଲି। ତେବେ ହେତୁ ହବା ଦିନରୁ ଦେଖିଛି ରାତି ପାହିବାର ବହୁ ପୂର୍ବରୁ ବୋଉ ବିଛଣାରୁ ଉଠି ନିତ୍ୟକର୍ମ ସାରି ପୋଖରୀକୁ ଗାଧୋଇଯାଏ। ତା’ପରେ ଠାକୁର ପୂଜା ସାରି ଭାଗବତ ପଢେ। ସେହି ପଢାରେ ମୋ ନିଦ ଭାଙ୍ଗେ। ମୁହଁ ଧୋଇ ଦାନ୍ତ ଘଷିବା ବେଳେ ଦେଖେ, ବୋଉ ଠାକୁର ଘରୁ ଉଠିଯାଇ ଚୁପ୍‌କିନା ବସି କାନପାରି ଶୁଣିବାକୁ ଚେଷ୍ଟା କରୁଥାଏ ଅସ୍ପଷ୍ଟ ଭାବରେ ଗାଁ ଦାଣ୍ଡ ସେ ପାଖ ପଡୋଶୀଙ୍କ ଘରୁ ରେଡିଓରୁ ଭାସି ଆସୁଥିବା ଭକ୍ତିଗୀତ କାର୍ଯ୍ୟକ୍ରମ ବନ୍ଦନା। ଏସବୁରେ କେବେ ବି ସାମାନ୍ୟ ବିଚ୍ୟୁତ ହେବାର ମୁଁ ଦେଖିନି। ମୁଁ ଯେବେ କାନ ପାରେ ଗୀତ ଗୁଡ଼ିକ ସ୍ପଷ୍ଟ ଶୁଭେ ନାହିଁ। କିନ୍ତୁ ପଚାରିଲେ ବୋଉ କହେ- ମତେ ଭଲ ଲାଗୁଛି ସେଇ ଗୀତ, ସେଇ ସ୍ବର ସବୁ। ମୁଁ ଅବାକ୍‌ ହୁଏ। ସେତେବେଳେ ସରକାରୀ କଲେଜରେ ମୁଁ ଅଧ୍ୟାପକ ଥାଏ ଆଡ୍‌ହକ୍‌ ବେସିସ୍‌ରେ। ପରେ ଅବଶ୍ୟ ପି.ଏସ୍‌.ସି ପାଇ ଚାକିରି ସ୍ଥାୟୀ ହୋଇ ଯାଇଥିଲା ସେଇ କଲେଜରେ। ଆଡ୍‌ହକ୍‌ ସମୟରେ ୨/୩ ମାସରେ ଥରେ ଦରମା ଆସେ। ସେବେ ମାସିକ ୫୨୫ ଟଙ୍କା ଥାଏ ବେସିକ୍‌ ପେ’। ୩ ମାସର ଦରମା ଏକାଥରେ ଯେବେ ପାଇଲି, ଭାରି ଖୁସି ଲାଗିଲା। ଆର୍ଥିକ ଅଭାବ ଅନାଟନ ଭିତରେ ମୋର ପଢା ସମାପ୍ତ ହୋଇଥିଲା। ଚାକିରି କଲା ପର୍ଯ୍ୟନ୍ତ ମୋର ହାତପିନ୍ଧା ଘଣ୍ଟାଟିଏ ବି ନଥିଲା। ଭାବିଲି ଏଇ ଟଙ୍କାରେ ପ୍ରଥମେ ବୋଉ ପାଇଁ ଟ୍ରାନ୍‌ଜିଷ୍ଟରଟିଏ କିଣିବି। ଘଣ୍ଟା କଥା ପରେ ଦେଖାଯିବ। ଏହା ଚିନ୍ତାକରି ରାଉରକେଲାରୁ ଫିଲିପ୍ସ କମ୍ପାନୀର ରେଡିଓଟିଏ କିଣିଲି ଆଉ ଗାଁ ଅଭିମୁଖେ ବାହାରିଲି। ଘସିପୁରା ଡଙ୍ଗାଘାଟରେ ରାତି ସାଢେ ୩ଟାରେ ବସ୍‌ରୁ ଓହ୍ଲାଇ ଡଙ୍ଗାକୁ ଅପେକ୍ଷା କରି ରହିଲି ସକାଳ ହବାଯାଏ। ଡଙ୍ଗାରେ ବୈତରଣୀ ପାର ହୋଇ ପ୍ରଥମ ବସ୍‌ ଧରି ଓରାଳି ଛକରେ ଓହ୍ଲାଇ ପହଁଞ୍ଚତ୍ଲି ଘରେ। ବୋଉକୁ ଜୁହାର ହେବାରୁ ସେ ଆନନ୍ଦରେ ଗଦ୍‌ଗଦ୍‌ ହୋଇ ଉଠିଲା ମୋତେ ଦେଖି। ବୋଉକୁ ରେଡିଓ ଥିବା ପ୍ୟାକେଟ୍‌ଟିକୁ ଧରେଇ ଦେଇ କହିଲି- ତୋ ପାଇଁ ଆଣିଛି ମୋ ପ୍ରଥମ ରୋଜଗାରର ଦରମା ଟଙ୍କାରେ। ସେ କହିଲା- ଏଇଟା କ’ଣରେ? ମୁଁ କହିଲି- ଖୋଲି କି ଦେଖ୍‌। ଭାଇଭଉଣୀ ଆସି ସମସ୍ତେ ଘେରି ଯାଇଥିଲେ ମୋତେ। ଖୋଲି ଦେଖି କହିଲା- ଓ ରେଡିଓ! ତା’ପରେ ଦେଖିଲି ତା’ ଆଖି ଛଳଛଳ ହୋଇଯାଇଛି। ମୁଁ ବି ମୋ ଆଖିର ଲୁହକୁ ଅଟକାଇ ପାରିଲି ନାହିଁ। ବୋଉକୁ କହିଲି- ତୋତେ ଆଉ ଭୋରୁ ଭୋରୁ ଠାକୁର ପୂଜା ସାରି ଦାଣ୍ଡ ପିଣ୍ଡାରେ ବସି ପଡିଶା ଘରକୁ କାନ ପାରିବାକୁ ହବ ନାହିଁ। ଏଇଠି ଘରେ ବସି ନିଇତି ଶୁଣିବୁ ସେଇ ଭକ୍ତିଗୀତ। ସେଦିନ ବୋଉ ସେହି ରେଡିଓଟିକୁ ଗାଁର ସମସ୍ତଙ୍କୁ ଦେଖେଇ ଭାରି ଖୁସି ହେଲା। ହେଲେ ଦୁଃଖର ବିଷୟ ୧୯୯୦ ମସିହାରେ ବୋଉ ଆରପାରିକୁ ଚାଲିଗଲା। କିନ୍ତୁ ଶେଷ ନିଶ୍ୱାସ ଛାଡିବା ପର୍ଯ୍ୟନ୍ତ ସେଇ ରେଡିଓଟି ଥିଲା ତା’ର ନିତ୍ୟ ସହଚର। ସକାଳେ, ଖରାବେଳେ, ସଞ୍ଜରେ ନିତି ବସି ଶୁଣୁଥିଲା ଯେବେ ବାଜୁଥିଲା ଭକ୍ତିଗୀତ। ଏବେ ସେହି ରେଡିଓଟି ତା’ର ସବା ସାନଝିଅ ପାଖରେ ଅଛି। ସେ ବି ଶୁଶୁଛି ସେଇ ଭକ୍ତିଗୀତ ଆଉ ପଢୁଛି ଭାଗବତ। ହେଲେ ବୋଉ ଆଉ ନାହିଁ ଆମ ପାଖରେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri