କେନ୍ଦୁଝର ଜିଲା ଓରାଳି ଗ୍ରାମରେ ମୋ ଜନ୍ମ। ମୁକୁନ୍ଦଚରଣ ବିଦ୍ୟାମନ୍ଦିରରୁ ହାଇସ୍କୁଲ୍ ପଢା ସାରି ଭଦ୍ରକ କଲେଜ ଓ ପରେ ରେଭେନ୍ସା କଲେଜରେ ଉଚ୍ଚଶିକ୍ଷା କରିଥିଲି। ୧୯୭୬ ମସିହାରେ ସରକାରୀ କଲେଜ, ରାଉରକେଲାରେ ରସାୟନ ବିଜ୍ଞାନର ଅଧ୍ୟାପକ ଭାବେ ମୋର ଚାକିରି ଜୀବନ ଆରମ୍ଭ ହୋଇଥିଲା। ଆଉ ସେଠାରେ କେମେଷ୍ଟ୍ରି ଲାବରେଟରିରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ୍ଡି ଲାଭ କରିଥିଲି। ତେବେ ହେତୁ ହବା ଦିନରୁ ଦେଖିଛି ରାତି ପାହିବାର ବହୁ ପୂର୍ବରୁ ବୋଉ ବିଛଣାରୁ ଉଠି ନିତ୍ୟକର୍ମ ସାରି ପୋଖରୀକୁ ଗାଧୋଇଯାଏ। ତା’ପରେ ଠାକୁର ପୂଜା ସାରି ଭାଗବତ ପଢେ। ସେହି ପଢାରେ ମୋ ନିଦ ଭାଙ୍ଗେ। ମୁହଁ ଧୋଇ ଦାନ୍ତ ଘଷିବା ବେଳେ ଦେଖେ, ବୋଉ ଠାକୁର ଘରୁ ଉଠିଯାଇ ଚୁପ୍କିନା ବସି କାନପାରି ଶୁଣିବାକୁ ଚେଷ୍ଟା କରୁଥାଏ ଅସ୍ପଷ୍ଟ ଭାବରେ ଗାଁ ଦାଣ୍ଡ ସେ ପାଖ ପଡୋଶୀଙ୍କ ଘରୁ ରେଡିଓରୁ ଭାସି ଆସୁଥିବା ଭକ୍ତିଗୀତ କାର୍ଯ୍ୟକ୍ରମ ବନ୍ଦନା। ଏସବୁରେ କେବେ ବି ସାମାନ୍ୟ ବିଚ୍ୟୁତ ହେବାର ମୁଁ ଦେଖିନି। ମୁଁ ଯେବେ କାନ ପାରେ ଗୀତ ଗୁଡ଼ିକ ସ୍ପଷ୍ଟ ଶୁଭେ ନାହିଁ। କିନ୍ତୁ ପଚାରିଲେ ବୋଉ କହେ- ମତେ ଭଲ ଲାଗୁଛି ସେଇ ଗୀତ, ସେଇ ସ୍ବର ସବୁ। ମୁଁ ଅବାକ୍ ହୁଏ। ସେତେବେଳେ ସରକାରୀ କଲେଜରେ ମୁଁ ଅଧ୍ୟାପକ ଥାଏ ଆଡ୍ହକ୍ ବେସିସ୍ରେ। ପରେ ଅବଶ୍ୟ ପି.ଏସ୍.ସି ପାଇ ଚାକିରି ସ୍ଥାୟୀ ହୋଇ ଯାଇଥିଲା ସେଇ କଲେଜରେ। ଆଡ୍ହକ୍ ସମୟରେ ୨/୩ ମାସରେ ଥରେ ଦରମା ଆସେ। ସେବେ ମାସିକ ୫୨୫ ଟଙ୍କା ଥାଏ ବେସିକ୍ ପେ’। ୩ ମାସର ଦରମା ଏକାଥରେ ଯେବେ ପାଇଲି, ଭାରି ଖୁସି ଲାଗିଲା। ଆର୍ଥିକ ଅଭାବ ଅନାଟନ ଭିତରେ ମୋର ପଢା ସମାପ୍ତ ହୋଇଥିଲା। ଚାକିରି କଲା ପର୍ଯ୍ୟନ୍ତ ମୋର ହାତପିନ୍ଧା ଘଣ୍ଟାଟିଏ ବି ନଥିଲା। ଭାବିଲି ଏଇ ଟଙ୍କାରେ ପ୍ରଥମେ ବୋଉ ପାଇଁ ଟ୍ରାନ୍ଜିଷ୍ଟରଟିଏ କିଣିବି। ଘଣ୍ଟା କଥା ପରେ ଦେଖାଯିବ। ଏହା ଚିନ୍ତାକରି ରାଉରକେଲାରୁ ଫିଲିପ୍ସ କମ୍ପାନୀର ରେଡିଓଟିଏ କିଣିଲି ଆଉ ଗାଁ ଅଭିମୁଖେ ବାହାରିଲି। ଘସିପୁରା ଡଙ୍ଗାଘାଟରେ ରାତି ସାଢେ ୩ଟାରେ ବସ୍ରୁ ଓହ୍ଲାଇ ଡଙ୍ଗାକୁ ଅପେକ୍ଷା କରି ରହିଲି ସକାଳ ହବାଯାଏ। ଡଙ୍ଗାରେ ବୈତରଣୀ ପାର ହୋଇ ପ୍ରଥମ ବସ୍ ଧରି ଓରାଳି ଛକରେ ଓହ୍ଲାଇ ପହଁଞ୍ଚତ୍ଲି ଘରେ। ବୋଉକୁ ଜୁହାର ହେବାରୁ ସେ ଆନନ୍ଦରେ ଗଦ୍ଗଦ୍ ହୋଇ ଉଠିଲା ମୋତେ ଦେଖି। ବୋଉକୁ ରେଡିଓ ଥିବା ପ୍ୟାକେଟ୍ଟିକୁ ଧରେଇ ଦେଇ କହିଲି- ତୋ ପାଇଁ ଆଣିଛି ମୋ ପ୍ରଥମ ରୋଜଗାରର ଦରମା ଟଙ୍କାରେ। ସେ କହିଲା- ଏଇଟା କ’ଣରେ? ମୁଁ କହିଲି- ଖୋଲି କି ଦେଖ୍। ଭାଇଭଉଣୀ ଆସି ସମସ୍ତେ ଘେରି ଯାଇଥିଲେ ମୋତେ। ଖୋଲି ଦେଖି କହିଲା- ଓ ରେଡିଓ! ତା’ପରେ ଦେଖିଲି ତା’ ଆଖି ଛଳଛଳ ହୋଇଯାଇଛି। ମୁଁ ବି ମୋ ଆଖିର ଲୁହକୁ ଅଟକାଇ ପାରିଲି ନାହିଁ। ବୋଉକୁ କହିଲି- ତୋତେ ଆଉ ଭୋରୁ ଭୋରୁ ଠାକୁର ପୂଜା ସାରି ଦାଣ୍ଡ ପିଣ୍ଡାରେ ବସି ପଡିଶା ଘରକୁ କାନ ପାରିବାକୁ ହବ ନାହିଁ। ଏଇଠି ଘରେ ବସି ନିଇତି ଶୁଣିବୁ ସେଇ ଭକ୍ତିଗୀତ। ସେଦିନ ବୋଉ ସେହି ରେଡିଓଟିକୁ ଗାଁର ସମସ୍ତଙ୍କୁ ଦେଖେଇ ଭାରି ଖୁସି ହେଲା। ହେଲେ ଦୁଃଖର ବିଷୟ ୧୯୯୦ ମସିହାରେ ବୋଉ ଆରପାରିକୁ ଚାଲିଗଲା। କିନ୍ତୁ ଶେଷ ନିଶ୍ୱାସ ଛାଡିବା ପର୍ଯ୍ୟନ୍ତ ସେଇ ରେଡିଓଟି ଥିଲା ତା’ର ନିତ୍ୟ ସହଚର। ସକାଳେ, ଖରାବେଳେ, ସଞ୍ଜରେ ନିତି ବସି ଶୁଣୁଥିଲା ଯେବେ ବାଜୁଥିଲା ଭକ୍ତିଗୀତ। ଏବେ ସେହି ରେଡିଓଟି ତା’ର ସବା ସାନଝିଅ ପାଖରେ ଅଛି। ସେ ବି ଶୁଶୁଛି ସେଇ ଭକ୍ତିଗୀତ ଆଉ ପଢୁଛି ଭାଗବତ। ହେଲେ ବୋଉ ଆଉ ନାହିଁ ଆମ ପାଖରେ।
ଗାଁରେ ଏମିତି ଜୀବନ କାଟୁଛନ୍ତି କ୍ୟାଟ୍ରିନାଙ୍କ ମା’, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ
ମୁମ୍ବାଇ: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମା’ ସୁଜାନ ଟର୍କୋଟ ନିଜ ଝିଅ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଜୀବନଶୈଳୀ ପସନ୍ଦ କରନ୍ତି। ଯେଉଁଠାରେ କ୍ୟାଟ୍ରିନା…
ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…
ରାଉରକେଲା,୨୨।୯(ସଙ୍ଗୀତା ଜେନା): ପାଠପଢା ଭୟରେ ମୟୂରଭଞ୍ଜ ରାଇରଙ୍ଗପୁରରୁ ୨ନାବାଳକ ସୋମବାର ରାଉରକେଲା ଚାଲି ଆସିଥିଲେ । ରାଉରକେଲା ରେଳ ଷ୍ଟେଶନ୍ ଓ ପରେ ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ…
ଇରାନକୁ ଆଉ ଏକ ଝଟକା ଦେଲା ଆମେରିକା! ସେପ୍ଟେମ୍ବର ୨୩ରୁ ସାରା ବିଶ୍ୱରେ ଇରାନୀ ବିମାନ ଚଳାଚଳ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି
ଓ୍ବାଶିଂଟନ,୨୨।୯: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ; ଏହା ବର୍ତ୍ତମାନ ଦୁଇ ରାଷ୍ଟ୍ର ବାହାରେ ବିସ୍ତାର କରି ସମଗ୍ର ବିଶ୍ୱକୁ ପ୍ରଭାବିତ…
ଦୀପାବଳି ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଝଟ୍କା! ୭-୮% ମହଙ୍ଗା ହେବ…
ନୂଆଦିଲ୍ଲୀ,୨୨।୯: ଆଗକୁ ଆସୁଛି ଦଶହରା, ଛଠ ପୂଜା ଓ ଦୀପାବଳି ଭଳି ବଡ଼ ପାର୍ବଣ। ପାର୍ବଣ ପାଇଁ ଲୋକେ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ବଢ଼ୁଥିବା ମହଙ୍ଗା…
ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁରରେ ସତର୍କତା, ୨ ଦିନ ପାଇଁ ଛୁଟି ବାତିଲ
ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୩ ଓ ୨୪ ତାରିଖ…
ତାପସଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଦଳୀୟ ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟ
ରାଇକିଆ,୨୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପାର ଯୁବ ସଂଗଠକ ତାପସ ଦଳବେହେରା ଭାରତୀୟ ଜନତା ପାର୍ଟିରେ ନିଜର ଦୃଢ଼ କାର୍ଯ୍ୟଦକ୍ଷତା ଯୋଗୁ ଜିଲା ଆଇଟି…
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ୧୦ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଘୋଷଣା
ନୂଆଦିଲ୍ଲୀ,୨୨।୯: ଉତ୍ତର ପ୍ରଦେଶରୁ ୧୦ଟି ଏବଂ ଉତ୍ତରାଖଣ୍ଡରୁ ଗୋଟିଏ – ଏହିପରି ମୋଟ ୧୧ଟି ରାଜ୍ୟ ସଭା ଆସନ ପାଇଁ ଅକ୍ଟୋବର ୧୬ରେ ନିର୍ବାଚନ ଅନୁଷ୍ଠିତ ହେବ।…
ଓୱାଇସିଙ୍କ ବୟାନକୁ ନେଇ ହଇଚଇ, କହିଲେ ରାତିରେ ଶୋଇବା ପୂର୍ବରୁ ପତ୍ନୀଙ୍କୁ….
ନୂଆଦିଲ୍ଲୀ,୨୨।୯: ରାଜନୈତିକ ପ୍ରସଙ୍ଗରେ ନିଜ ମତ ରଖୁଥିବା AIMIM ମୁଖ୍ୟ ତଥା ହାଇଦ୍ରାବାଦ ଲୋକସଭା ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଏକ କାର୍ଯ୍ୟକ୍ରମରେ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି…

