ମୁଁ ଏକା ତୁମର

ସମ୍ପର୍କର ରଜୁରେ ଦୁଇଟି ବିପରୀତଧର୍ମୀ ଚିନ୍ତାଧାରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମଟି ହେଉଛି ‘ମୁଁ ଏକା ତୁମର’ ଦ୍ୱିତୀୟଟି ହେଉଛି ‘ତୁ ଏକା ମୋହର’। ପ୍ରଥମ ଭାବନାରେ ଜଣେ ଅନ୍ୟଜଣକ ପାଖରେ ସମ୍ପୂର୍ଣ୍ଣ ସମର୍ପିତ ହୋଇଥିବା ବେଳେ ଦ୍ୱିତୀୟ ଭାବନାରେ ଜଣେ ଅନ୍ୟଜଣକୁ ସମର୍ପିତ ହେବା ପାଇଁ ବାଧ୍ୟ କରିଥାଏ, ଯାହା ସୁସମ୍ପର୍କର ପରିପନ୍ଥୀ। କିମ୍ବଦନ୍ତୀ ଅନୁଯାୟୀ ସନ୍ଥ ଭର୍ତ୍ତୃହରି ପ୍ରଥମ ଜୀବନରେ ଜଣେ ରାଜା ଥିଲେ। ଥରେ ରାଜସଭାକୁ ଜଣେ ସାଧୁ ଆସି ତାଙ୍କୁ ଏକ ଅମୃତ ଫଳ ପ୍ରଦାନ କରି କହିଲେ, ହେ ରାଜନ! ଏହାକୁ ଆପଣଙ୍କ ପାଇଁ ମୁଁ ଆଣିଛି, ଯାହାକୁ ଖାଇଲେ ଆପଣଙ୍କ ଭଳି ମହାନ୍‌ ରାଜା ଅମରତ୍ୱ ପ୍ରାପ୍ତି ହେବେ। ସାଧୁଙ୍କ ହାତରୁ ଉକ୍ତ ଫଳ ଗ୍ରହଣ କରି ତାଙ୍କୁ ବିଦାୟ ଦେବା ପରେ ରାଜା ଭାବିଲେ ମୁଁ ଏହାକୁ ଖାଇ ଅମର ହେବା ଅପେକ୍ଷା ମୋର ପ୍ରାଣପ୍ରିୟା ପାଟରାଣୀ ଏହାକୁ ଖାଇ ସୁସ୍ଥ ସବଳ ରହି ଅମର ରହିବା ଦରକାର। ପରେ ପରେ ସିଏ ଉକ୍ତ ଫଳଟିକୁ ନେଇ ମହାରାଣୀଙ୍କୁ ପ୍ରଦାନ କରି ଉକ୍ତ ଫଳର ଗୁଣାବଳୀ ବର୍ଣ୍ଣନା କରିବା ସହିତ ଫଳଟିକୁ ଖାଇବା ପାଇଁ କହି ରାଜା ଦରବାରକୁ ଫେରି ଆସିଲେ। ଦୁଇ ତିନି ଦିନ ପରେ ରାଜ ଦରବାର ଚାଲିଥିବା ବେଳେ ଜଣେ ମହିଳା ଉକ୍ତ ଫଳଟିକୁ ରାଜାଙ୍କୁ ଉପହାର ସ୍ବରୂପ ପ୍ରଦାନ କରି ତା’ର ଗୁଣାବଳୀ ବିଷୟରେ ବର୍ଣ୍ଣନା କରିବାରୁ ରାଜା ଚମକି ପଡ଼ିଲେ। ଉକ୍ତ ଫଳଟିକୁ ସିଏ କେଉଁଠୁ ପାଇଲେ ବୋଲି ପଚାରିବାରୁ ସିଏ କହିଲେ, ମୁଁ ଜଣେ ଅଭାଗିନୀ ବେଶ୍ୟା। ମୋ ଭଳି ଜଣେ ପାପିନୀ ବେଶିଦିନ ବଞ୍ଚତ୍ବାରେ ଅବା କି ଲାଭ? ବରଂ ଏହା ଆପଣଙ୍କ ଭଳି ଜଣେ ଧର୍ମାନୁରାଗୀ ରାଜା ଖାଇବା ଦରକାର। ହଜୁର! ମୋତେ ଏହି ଫଳଟିକୁ ଆମ ରାଜ୍ୟର ମନ୍ତ୍ରୀ ପ୍ରଦାନ କରିଛନ୍ତି। ଏହା ଶୁଣି ରାଜା ପୁଣି ଆଶ୍ଚର୍ଯ୍ୟ ହେଲେ, ମନ୍ତ୍ରୀଙ୍କୁ ପଚାରିବାରୁ ଜାଣିଲେ ରାଣୀ ହିଁ ତାକୁ ଉକ୍ତ ଫଳ ପ୍ରଦାନ କରିଛନ୍ତି। ଏହା ଶୁଣିବା ମାତ୍ରେ ତାଙ୍କ ମନରେ ରାଣୀଙ୍କ ପ୍ରତି ଥିବା ‘ତୁମେ ଏକା ମୋର’ ଚିନ୍ତାଧାରା ପରିବର୍ତ୍ତନ ହୋଇ ବୈରାଗ୍ୟ ଭାବନା ଜାତ ହେଲା। ଏଥିରୁ ଗୋଟିଏ କଥା ସ୍ପଷ୍ଟ, ଆମ ଜୀବନରେ ଆମେ ଯେଉଁମାନଙ୍କୁ ସ୍ନେହ, ଶ୍ରଦ୍ଧା କରି ଭଲପାଉ ‘ମୁଁ ଏକା ତୁମର ବୋଲି ଭାବୁ’, ସେମାନେ ଯେ ଆମକୁ ସେହି ହିସାବରେ ଭଲ ପାଇବେ, ଆଉ ସମର୍ପିତ ହୋଇ ‘ତୁ ଏକା ମୋହର’ ଚିନ୍ତାଧାରାର ବଶବର୍ତ୍ତୀ ହେବେ ତାହା ଭାବିବା ବୋକାମି।
ପୂର୍ବରୁ ବହୁପନତ୍ୀକ ଏବଂ ବହୁ ପତି ବିବାହ ବ୍ୟବସ୍ଥା ଥିଲେ ମଧ୍ୟ ଯେତିକି ସମୟ ଜଣେ ସ୍ବାମୀ, ଜଣେ ସ୍ତ୍ରୀ ମଧ୍ୟରେ ସମ୍ପର୍କ ରହେ, ସେତିକି ସମୟ ପାଇଁ ସେମାନେ ଅନ୍ତତଃ ସମ୍ପର୍କର ସେତୁବନ୍ଧରେ ରହୁଥିଲେ ଏବଂ ଜଣେ ଅନ୍ୟଜଣଙ୍କର ଗୋପନୀୟତା ରକ୍ଷା କରୁଥିଲେ। ଏହାକୁ ମଧ୍ୟ ସେମାନଙ୍କର ଅନ୍ୟ ସ୍ତ୍ରୀ ଓ ସ୍ବାମୀମାନେ ସ୍ବୀକାର କରୁଥିଲେ। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସମ୍ପର୍କରେ ଅନେକ ପରିବର୍ତ୍ତନ ଆସିଛି। ଏହା କେବଳ ସ୍ବାମୀ-ସ୍ତ୍ରୀ ସମ୍ପର୍କର କଥା ବଖାଣେ ନାହିଁ। ବରଂ ପରିବାର, ସାହି-ପଡ଼ିଶା, ବନ୍ଧୁ-ବାନ୍ଧବ, ଜ୍ଞାତି-କୁଟୁମ୍ବମାନଙ୍କ ମଧ୍ୟରେ ଥିବା ସମ୍ପର୍କର ପରିସୀମା କଥା ସୂଚାଇଥାଏ। ‘ମୁଁ ଏକା ତୁମର’ କିମ୍ବା ‘ତୁମେ ଏକା ମୋର’ ସ୍ଥାନରେ ‘କେହି ନୁହେଁ କାହାର’ ଭଳି ଆଧ୍ୟାତ୍ମିକ ଚେତନା ଜାଗ୍ରତ ହେବାରେ ଲାଗିଲାଣି। ସବୁଠି ସନ୍ଦେହର କୁହେଳିକା…. କାହାକୁ ଆପଣେଇବା ପୂର୍ବରୁ ଆମକୁ ବିଶ୍ୱାସର କଷଟି ପଥରରେ ସମ୍ପର୍କକୁ ମାପିବାର ଆବଶ୍ୟକତା ରହିଛି।

କିମ୍ବଦନ୍ତୀ ଅନୁଯାୟୀ ଦ୍ୱାରିକାଧୀଶ କୃଷ୍ଣ ଯେତେବେଳେ ଗୋପପୁର ଛାଡି ମଥୁରାକୁ ବାହାରିଥିଲେ, ସେତେବେଳେ ଗୋପୀମାନଙ୍କ ମଧ୍ୟରେ ବିରହ ଯନ୍ତ୍ରଣାର ଅଜସ୍ର ଦୁଃଖ କିନ୍ତୁ ରାଧା ଥିଲେ ସମ୍ପୂର୍ଣ୍ଣ ନିଶ୍ଚଳ। ତାଙ୍କୁ ଗୋପୀମାନେ ପଚାରିବାରୁ ସିଏ ଉତ୍ତର ଦେଇଥିଲେ….. ମୋ କାହ୍ନା ଯେଉଁଠିକୁ ଗଲେ, ଯେଉଁଠି ରହିଲେ କ’ଣ ହେଲା, ସିଏତ କେବଳ ମୋର। ଯିଏ ହୃଦୟରେ ରହେ ତା’କୁ କ’ଣ ଶରୀରର ଦୂରତା ଦୂରେଇ ଦେଇପାରିବ! ‘ତୁ ଏକା ମୋହର’ କଥା ଭାଗବତରେ ଅତି ସୁନ୍ଦର ଭାବେ ବର୍ଣ୍ଣନା ହୋଇଛି। କପୋତ ଉପାଖ୍ୟାନରେ କପୋତ ଛୁଆମାନେ ଶିକାରୀ ଜାଲରେ ପଡି ଛଟପଟ ହେଉଥିବା ବେଳେ ସେମାନଙ୍କୁ ଦେଖି ଦୁଃଖରେ ମ୍ରିୟମାଣ ହୋଇ ପ୍ରଥମେ ମା’ କପୋତୀ କହିଲା, ତୁମେମାନେ ମୋ ସନ୍ତାନ, ଶିକାରୀ ହାତରେ ମରିବ। ମୁଁ ବଞ୍ଚିବାରେ ଅବା କି ଲାଭ ଏହା କହି ଜାଲରେ ନିଜକୁ ଝାସ ଦେଲା। ଏହା ଦେଖି କପୋତ ଭାବିଲା ସ୍ତ୍ରୀ ଓ ପିଲାମାନେ ମୋ ପାଖରେ ଯଦି ନ ରହିବେ, ମୁଁ ଆଉ କାହିଁକି ବଞ୍ଚତ୍ବି? ତମେମାନେ ପରା ମୋର! ଏହା କହି ସିଏ ମଧ୍ୟ ଜାଲରେ ଯାଇ ପଡ଼ିଲା। ମାୟା ବିଜଡିତ ସଂସାରରେ ଆମେ ସମସ୍ତେ ଏହି ଦୁଇ ଉକ୍ତି ମଧ୍ୟରେ ଧନ୍ଦି ହେଉଥିଲେ ମଧ୍ୟ କେହି କାହାର ନୁହନ୍ତି ବୋଲି ବୁଝିବା ବେଳକୁ ନେଡିଗୁଡ କହୁଣିକୁ ବହିସାରିଥାଏ। ଅନ୍ୟ ଏକ ଉପକ୍ରମରେ ଭକ୍ତ ବିଲ୍ବମଙ୍ଗଳ ଉତ୍ତର ଜୀବନରେ ଆଉ ଚକ୍ଷୁସ୍ନାନ ହେବାକୁ ମନା କରିଥିଲେ, ସିଏ ଭାବୁଥିଲେ କାଳେ ଚକ୍ଷୁପ୍ରାପ୍ତ ହେଲେ ପୁଣି ଆଉ କେଉଁ ଦୃଶ୍ୟର ବଶବର୍ତ୍ତୀ ହୋଇ ବାଳ ଗୋପାଳଙ୍କୁ ‘ମୁଁ ଏକା ତୋହର’ ଜପାମାଳି କରିଥିବା ଭାବନା ଦୂରେଇ ଗଲେ ତ ଜୀବନ ଅସାର ହୋଇଯିବ।

ଉପରୋକ୍ତ ଭାବନାଗୁଡିକୁ ଯଦି ବୃହତ୍‌ ଅର୍ଥରେ ଦେଖାଯାଏ, ତା’ହେଲେ ଦୁହେଁ ଦୁହିଁଙ୍କର ଅଥବା ଆମେ ସମସ୍ତେ ଯଦି ସମସ୍ତଙ୍କ ପାଇଁ ସମର୍ପିତ ତଥା ବନ୍ଧୁତ୍ୱର ହାତ ବଢ଼ାଇ ପାରିବା, ତା’ହେଲେ ସମ୍ପର୍କର ସୂତାଖିଅ ଲୁହାର ଜଞ୍ଜିରଠାରୁ ଟାଣ ହୋଇପାରିବ; ଯାହାକୁ ପାଥେୟ କରି ଜାତିସଂଘ ସ୍ଥାପିତ ହୋଇଥିଲା। ଦୁଃଖର ବିଷୟ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ବିିଭିନ୍ନ ଗୋଷ୍ଠୀରେ ବିଭକ୍ତ। ନେହେରୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପଞ୍ଚଶୀଳ ନୀତି ଚାଇନା ଦ୍ୱାରା ପ୍ରତ୍ୟାଖ୍ୟାତ ହେବା ପାରସ୍ପରିକ ସମ୍ପର୍କ ଓ ଭାଇଚାରାର ପରିପନ୍ଥୀ। ଶେଷରେ ଏତିକି କୁହାଯାଇ ପାରେ ସମ୍ପର୍କକୁ ଭାବପ୍ରବଣତା ମଧ୍ୟରେ ସୀମିତ ନ କରି ତାକୁ ବାସ୍ତବଧର୍ମୀ କରିବାର ଆବଶ୍ୟକତା ରହିଛି। ଭାବପ୍ରବଣତା ମଣିଷକୁ ଦୁର୍ବଳ କରିଦିଏ ଏବଂ ଏହି ଦୁର୍ବଳତାର ଫାଇଦା ଉଠାଇବା ପାଇଁ ଯଦି ଅପରପକ୍ଷ ଚେଷ୍ଟା କରିବ, ତା’ହେଲେ ଠକି ହେବା ହିଁ ସାର ହେବ। ନୀତି, ନିୟମ, ଆଇନ ବ୍ୟତୀତ ମାନସିକତାକୁ ଠିକ୍‌ ଭାବେ ତଉଲି ସମ୍ପର୍କକୁ ଗଢ଼ିଲେ ତାହା ଚିରସ୍ଥାୟୀ ହୋଇ ରହିବ, ନତୁବା ଆଜିର ସାମାଜିକ ଗଣମାଧ୍ୟମରେ ଆକର୍ଷଣୀୟ ବାର୍ତ୍ତା, ଫଟୋ, କାହାଣୀର ବଶବର୍ତ୍ତୀ ହୋଇ ଯଦି ମିଛ ସମ୍ପର୍କରେ ଭାସିବା, ତା’ହେଲେ ଡୁବିଯିବା ହିଁ ସାରହେବ ଏହା ନିଃସନ୍ଦେହ।
ଅର୍ଣ୍ଣପାଳ, ଭଦ୍ରକ
ମୋ-୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri