ମୟୂରଭଞ୍ଜର ଯକ୍ଷ୍ମା ଚାମ୍ପିୟନ ବିନୟ

ଦିନେ ସେ ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ, ଏବେ ଯକ୍ଷ୍ମା ରୋଗୀଙ୍କ ପାଇଁ ପାଲଟିଯାଇଛନ୍ତି ଦେବଦୂତ। ଚିତ୍ର ମାଧ୍ୟମରେ ସେ ସଚେତନତାର ବାର୍ତ୍ତା ଦେବା ସହ ରୋଗୀ ସେବାରେ ନିଜକୁ ସମର୍ପଣ କରିଛନ୍ତି। ଯକ୍ଷ୍ମାକୁ ଜିଣିପାରିଥିବାରୁ ଲୋକେ ତାଙ୍କୁ ଯକ୍ଷ୍ମା ଚାମ୍ପିୟନ ଭାବେ ଆଖ୍ୟା ଦେଇଛନ୍ତି। ନଁା ତାଙ୍କର ବିନୟ ପାତ୍ର(୩୨)। ଘର ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଚାନ୍ଦୁଆ ଅଞ୍ଚଳରେ।
ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ଶୈଳେନ୍ଦ୍ର ପାତ୍ର ଓ ମା’ ଦମୟନ୍ତୀଙ୍କ ପୁଅ ବିନୟ ଏବେ ମୟୂରଭଞ୍ଜ ଜିଲାର ଚର୍ଚ୍ଚିତ ଚେହେରା। ତାଙ୍କ ସଚେତନତାମୂଳକ କାର୍ଯ୍ୟକ୍ରମ ଦ୍ୱାରା ଯକ୍ଷ୍ମା ରୋଗ ନିରାକରଣରେ ମୟୂରଭଞ୍ଜ ଜିଲା ଶ୍ରେଷ୍ଠ ଜିଲା ଭାବେ ବିବେଚିତ ହୋଇଛି। ଏଥିପାଇଁ ଯକ୍ଷ୍ମା ଦିବସ ଉପଲକ୍ଷେ ଶୁକ୍ରବାର ଭୁବନେଶ୍ୱରଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲା ପୁରସ୍କାର ପାଇବ ବୋଲି ଜଣାପଡ଼ିଛି। ସେହିପରି ଉତ୍ତରପ୍ରଦେଶର ବାରାଣସୀଠାରେ ଯକ୍ଷ୍ମା ନିରାକରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଡାକରା ପାଇ ବାରାଣସୀ ଯାଇଛନ୍ତି। ଗତ ଫେବୃୟାରୀ ୨୩ ଓ ୨୪ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଦୁଇଦିନିଆ ଯକ୍ଷ୍ମା ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଗୋଷ୍ଠୀ ଦକ୍ଷତା ବୃଦ୍ଧି କର୍ମଶାଳାରେ ଯୋଗଦେଇ ସେ ନିଜର ଅଭିଜ୍ଞତା ବାଣ୍ଟି ଫେରିଛନ୍ତି। ୨୦୨୫ ସୁଦ୍ଧା ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ଆହ୍ବାନକୁ ହୃଦୟଙ୍ଗମ କରି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ନିଜ ସେବା ମନୋବୃତ୍ତି ଜାରି ରଖିଛନ୍ତି।
ପାଠପଢ଼ା ପରେ ରୋଜଗାର ପାଇଁ ବିନୟ ବିହାର ପଳାଇଯାଇଥିଲେ। ସେଠାରେ ଦେହ ଖରାପ ହେବାରୁ କାମ ଛାଡ଼ି ଓଡ଼ିଶା ଫେରି ଆସିଥିଲେ। ପରେ ସେ ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ମେଡିକାଲ କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ୬ ମାସ ନିୟମିତ ଔଷଧ ସେବନ ଦ୍ୱାରା ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିଲେ। ତା ପରେ ତାଙ୍କ ଜୀବନର ମୋଡ଼ ବଦଳିଯାଇଥିଲା। ସେ ଯକ୍ଷ୍ମା ପୀଡ଼ିତଙ୍କ ସେବା କରିବା ପାଇଁ ମନସ୍ଥ କରିଥିଲେ। ଅସହାୟ ଯକ୍ଷ୍ମାରୋଗୀଙ୍କୁ ନିଜ ଗାଡ଼ିରେ ବସାଇ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ଆଣି ଚିକିତ୍ସା କରିଛନ୍ତି। ତାଙ୍କ ସହଯୋଗରେ ୨୭ଜଣ ଯକ୍ଷ୍ମା ରୋଗୀ ସୁସ୍ଥ ହୋଇଛନ୍ତି। ପିଲାବେଳୁ ଚିତ୍ରକଳା ପ୍ରତି ତାଙ୍କର ରୁଚି ଥିଲା। ୨୦୨୧ରେ ରିଚ୍‌ ଅନୁଷ୍ଠାନର ଏକ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଯାହାର ନାମ ଥିଲା ଆଲାଇସ ପ୍ରକଳ୍ପ। ଏହି ପ୍ରକଳ୍ପର ମୁଖ୍ୟ କାର୍ଯ୍ୟ ଥିଲା ଗୋଷ୍ଠୀର ସହଭାଗିତା। ପ୍ରଥମ ପର୍ଯ୍ୟାୟରୁ ହିଁ ବିନୟ ଏହି ପ୍ରକଳ୍ପରେ କାମ ଆରମ୍ଭ କରିଥିଲେ। ଅଦ୍ୟାବଧି ସେ ଏଥିରେ ସାମିଲ ଅଛନ୍ତି। ଯକ୍ଷ୍ମା ସମ୍ବନ୍ଧୀୟ ସାମାଜିକ ଭେଦଭାବ ଓ ଘୃଣାଭାବ ଉପରେ ସଚେତନତା କାର୍ଯ୍ୟକ୍ରମ କରିଥିଲେ। ଏଥିପାଇଁ ସେ ନିଜ ଚିତ୍ରକଳାକୁ କାମରେ ଲଗାଉଥିଲେ। ବିଭିନ୍ନ ସ୍ଥାନର କାନ୍ଥରେ ବାର୍ତ୍ତା ଓ ଚିତ୍ର ଆଙ୍କି ଲୋକଙ୍କ ମଧ୍ୟରେ ଯକ୍ଷ୍ମା ନିରାକରଣ ନେଇ ସଚେତନ କରୁଥିଲେ। ୧୦୦ରୁ ଊଦ୍ଧର୍‌ବ ଯକ୍ଷ୍ମା ଉପରେ ଆଧାରିତ ଓ୍ବାଲ ପେଣ୍ଟିଂ କରିଛନ୍ତି ସେ। ବିନୟଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।
-ରିପୋର୍ଟ: ନୀଳାଦ୍ରି ବିହାରୀ ଦଣ୍ଡପାଟ, ବାରିପଦା


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri