ମନ ମୋହୁଛି ହନୁମାନ ବାଟିକା

ଢେଙ୍କାନାଳ ଅଫିସ, ୨୮ା୩: ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ଟ୍ରାଫିକ୍‌ ଛକ ନିକଟରେ ଥିବା ହନୁମାନ ବାଟିକାର ନବକଳେବର ପରେ ବଢ଼ିଛି ଏହାର ଆକର୍ଷଣ। ଏହି ସ୍ଥାନ କେବଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି ତାହା ନୁହେଁ, ଅଧିକନ୍ତୁ ବୟସ୍କମାନେ ଏଠାରୁ ପାଉଛନ୍ତି ମାନସିକ ଶାନ୍ତି। ସକାଳେ ସନ୍ଧ୍ୟାରେ ଦିଅଁ ଦର୍ଶନ କରିବା ସହିତ କିଛି ସମୟ ଅତିବାହିତ କରିବାକୁ ସହରବାସୀଙ୍କ ପସନ୍ଦର ସ୍ଥାନ ପାଲଟିଛି ହନୁମାନ ବାଟିକା।
୨୦୦୮ ମେରେ ବସ୍‌ଷ୍ଟାଣ୍ଡ ଟ୍ରାଫିକ୍‌ ଛକରେ ହନୁମାନଜୀଉଙ୍କ ୧୮ ଫୁଟ ଉଚ୍ଚତାର ମୂର୍ତ୍ତି ସ୍ଥାପନ କରାଯାଇଥିଲା। ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ଉଦ୍ୟମରେ ଏହାକୁ ଆକର୍ଷଣୀୟ ରୂପ ଦିଆଯାଇଛି। ହନୁମାନ ବାଟିକା ପରିସରରେ ଚିତ୍ରରେ ଚିତ୍ରରେ ଦର୍ଶାଯାଇଛି ରାମକଥା। ଶ୍ରୀରାମଙ୍କ ବନବାସଠାରୁ ଆରମ୍ଭ କରି ସେତୁବନ୍ଧ ନିର୍ମାଣ, ଅଶୋକ ବନରେ ସୀତାଙ୍କୁ ଠାବ, ଲଙ୍କା ଦହନ, ଅସୁରଙ୍କୁ ନିପାତ ଆଦି ପୌରାଣିକ ବିଷୟ ଚିତ୍ରରେ ପ୍ରଦର୍ଶିତ ହୋଇଛି। ହନୁମାନ ବାଟିକାକୁ ଆସୁଥିବା ଶ୍ରଦ୍ଧାଳୁମାନେ ରାମକଥାକୁ ବେଶ୍‌ ଉପଭୋଗ କରୁଛନ୍ତି। ପ୍ରତି ମାସ ସଂକ୍ରାନ୍ତିରେ ପବନପୁତ୍ରଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ଏହାକୁ ବାଦ୍‌ଦେଲେ ହନୁମାନ ଜୟନ୍ତୀ, ଶ୍ରୀରାମ ନବମୀ, ହୋମଯଜ୍ଞ, ରାମଚରିତ ମାନସ ପାଠ ଓ ହନୁମାନ ଚାଳିଶା ପାଠ ମଧ୍ୟ ଆୟୋଜିତ ହେଉଛି। ମାନସିକଧାରୀମାନେ ୧୦୮ ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ ପାଇଁ ହନୁମାନ ବାଟିକାକୁ ଆସୁଛନ୍ତି।
ସେହିପରି ଶ୍ରଦ୍ଧାଳୁମାନେ ସମୟ ଅତିବାହିତ କରିବାକୁ ବାଟିକାରେ

ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେଉଛି
ଶ୍ରୀ ହନୁମାନ ଜୀଉଙ୍କ ମୂର୍ତ୍ତି ପ୍ରତିଷ୍ଠା ହେବାପରେ ହନୁମାନ ବାଟିକାରେ ବିଭିନ୍ନ ପର୍ବପର୍ବାଣି ଆୟୋଜନ କରାଯାଉଛି। ସେଠାରେ ଆୟୋଜିତ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ବହୁ ଲୋକ ସାମିଲ ହେଉଛନ୍ତି। ସହର ଉପକଣ୍ଠରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେଉଛି। ଖରାବେଳେ ଗଛ ଛାଇରେ ଲୋକମାନେ ବିଶ୍ରାମ ମଧ୍ୟ ନେଉଛନ୍ତି।
-ରୁଦ୍ରନାରାୟଣ ତ୍ରିପାଠୀ
ସମୟ ଅତିବାହିତ କରିବାର ପ୍ରକୃଷ୍ଟ ସ୍ଥାନ
ସମସ୍ତ ବର୍ଗର ଲୋକଙ୍କ ପାଇଁ ଅବସର ସମୟ ଅତିବାହିତ କରିବା ନିମନ୍ତେ ଏକ ପ୍ରକୃଷ୍ଠ ସ୍ଥାନ ହେଉଛି ହନୁମାନ ବାଟିକା। ଏହି ସ୍ଥାନକୁ ବୟସ୍କ, ଯୁବପିଢ଼ି, ସରକାରୀ କର୍ମଚାରୀ ସମସ୍ତ ଆସୁଛନ୍ତି। ସକାଳେ ସନ୍ଧ୍ୟାରେ ଚା ପିଇବାର ମଜା ନେବା ସହ ସହରର ବିଭିନ୍ନ ସମସ୍ୟା, ରାଜନୀତି, ଆଧ୍ୟାତ୍ମିକ ଚର୍ଚ୍ଚା କରୁଛନ୍ତି।
-ପ୍ରିୟବ୍ରତ ଗଡ଼ନାୟକ
ସୌନ୍ଦର୍ଯ୍ୟକରଣ ସ୍ବାଗତଯୋଗ୍ୟ ପଦକ୍ଷେପ
ହନୁମାନ ବାଟିକାର ସୌନ୍ଦର୍ଯ୍ୟକରଣ ସ୍ବାଗତଯୋଗ୍ୟ ପଦକ୍ଷେପ। ବିଭିନ୍ନ ପ୍ରଜାତିର ଗଛ ଲଗାଯିବା ପରେ ସବୁଜବନାନୀ ସୃଷ୍ଟି ହୋଇଛି। ପ୍ରମୁଖ ପର୍ବପର୍ବାଣିରେ ସାମୂହିକ ପ୍ରସାଦ ସେବନ ଲାଗି ଏଠାରେ ସମସ୍ତ ସୁବିଧା ରହିଛି। ସବୁବର୍ଗର ଲୋକେ ଏଥିରେ ସାମିଲ ହେଉଥିବାରୁ ଭାଇଚାରା ବଢୁଛି। ସନ୍ଧ୍ୟାରେ ହନୁମାନ ଚାଳିଶା ପାଠରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେଉଛି।
-ଅଥୟ କୁମାର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri