ବାଲେଶ୍ୱର,୫।୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ୧୬ ନଂ ଜାତୀୟ ରାଜପଥ ରୂପସା ଥାନା ଅନ୍ତର୍ଗତ ଯୁକନଣ୍ଡି ଛକ ନିକଟରେ ମଙ୍ଗଳବାର ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ ହୋଇଥିବା ସୂଚନା ମିଳିଛି l
ସୂଚନା ମୁତାବକ, ଭୋର ସମୟରେ ରାଜପଥର ଯୁକନଣ୍ଡି ଛକ ନିକଟରେ ବାଲେଶ୍ୱରରୁ ଜଳେଶ୍ୱର ଆଡକୁ ଯାଉଥିବା ଏକ ଟ୍ରକ (ନଂ WB 23D4198) ପଛ ପଟୁ OD01AP2820 ନମ୍ବର ବିଶିଷ୍ଟ ଏକ ହାଇୱା ଧକ୍କା ଦେଇଥିଲା l ଘଟଣାସ୍ଥଳରେ ହାଇୱାର ହେଲପର ଚାନ୍ଦ କିସ୍କୁ (୩୪) ମୃତ୍ୟୁବରଣ କରିଥିବା ବେଳେ ଗାଡିର ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି l ରୂପସା ଥାନା ପୋଲିସ, ରାଜପଥ ପେଟ୍ରୋଲିଙ୍ଗ ଭ୍ୟାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି l
Dharitri – Odisha’s No.1 Odia Daily