ବାରଙ୍ଗ,୧୨।୬(ଲିଙ୍ଗରାଜ ରାଉତ): ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଲା ହାଇଓ୍ବା । ଗୁରୁବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ଦୃତଗାମୀ ହାଇଓ୍ବା ଷଣ୍ଢପୁର ନିକଟରେ ପୁରୀ ମେନ କେନାଲ ଭିତରକୁ ପଶିଯାଇଛି । ଗାଡ଼ିଟି ଦୃତଗତିରେ ବାରଙ୍ଗରୁ ଗୋଡିସାହି ପଟକୁ ଆସିବା ବେଳେ ଏହି ଦୁର୍ଘଟଣା ଘଟିଛି।
ତେବେ ଅଧିକ ରାତି ହୋଇଥିବାରୁ ଚାଲକର ଆଖି ଲାଗିଯିବାରୁ ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଗଛରେ ମାଡ ହୋଇ କେନାଲ ମଧ୍ୟକୁ ପଶିଯାଇଥିବାର କୁହାଯାଇଛି । ସୌଭାଗ୍ୟବଶତଃ ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ । ଦୁର୍ଘଟଣା ପରେ ଚାଲକ ଫେରାର ହୋଇଯାଇଥିବାର ଜଣାପଡିଛି । ଖବର ପାଇ ଗୋଡିସାହି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।