ଉଚ୍ଚ ରକ୍ତଚାପ ରୋଗୀ କଦାପି ଖାଆନ୍ତୁ ନାହିଁ ଏହି ୬ ଖାଦ୍ୟ

ଉଚ୍ଚ ରକ୍ତଚାପର ସ୍ଥାୟୀ ଉପଚାର କିଛି ନାହିଁ। ହେଲେ ଔଷଧ ଏବଂ ଖାଦ୍ୟପେୟରେ ସାବଧାନତା ଅବଲମ୍ବନ କଲେ ଏହାକୁ ନିୟନ୍ତ୍ରଣକୁ ଅଣାଯାଇପାରେ। ରକ୍ତଚାପ ୧୨୦/୮୦ ଥିଲେ ଏହାକୁ ସାଧାରଣ କୁହାଯାଏ । ମାତ୍ର ଏହା ବଢ଼ିଯାଇ ୧୩୦/୯୦ ହେଲେ ଏହା ଚିନ୍ତାଜନକ ହୋଇଥାଏ। ଏହାକୁ ଉଚ୍ଚ ରକ୍ତଚାପ କୁହାଯାଏ। ଥରେ ଏହି ରୋଗରେ ପୀଡ଼ିତ ହେଲେ ଅନେକ ଜିନିଷ ଠାରୁ ଦୂରରେ ରହିବା ଉଚିତ। ଆସନ୍ତୁ ଜାଣିବା:

-କୈଫିନ: ସ୍ବାସ୍ଥ୍ୟ ପାଇଁ କୈଫିନ ଭଲ ନୁହେଁ। ଏଥିଲାଗି କଫି ଏବଂ ସୋଡା ଭଳି ପାନୀୟଠାରୁ ଦୂରେଇ ରୁହନ୍ତୁ। ଚା’ ମଧ୍ୟ ନ ପିଇବା ଭଲ।

-ମସଲା: ଅଧିକ ରାଗଯୁକ୍ତ ଖାଦ୍ୟ ଉଚ୍ଚ ରକ୍ତଚାପ ପାଇଁ ହାନିକାରକ। ଖାଦ୍ୟରେ ବ୍ୟବହାର ହେଉଥିବା ମସଲା ରକ୍ତଚାପ ସମସ୍ୟାକୁ ଅଧିକ କରିଥାଏ। ଏଣୁ କମ୍‌ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ।

-ଶର୍କରା: ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଶର୍କରା(ଚିନି) ନଚେତ ମିଠା ଜାତୀୟ ଜିନିଷରୁ ଦୂରରେ ରହିବା ଭଲ। ଅଧିକ ଶର୍କରା ଖାଇଲେ ମୋଟାପଣ ବଢ଼େ।

-ଲୁଣ: ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଲୁଣ ଜହର ଭଳି। ଏହାକୁ ଅଧିକ ଖାଇଲେ ହୃଦୟ ଜନିତ ସମସ୍ୟା ବୃଦ୍ଧି ପାଇପାରେ।

-ଆଚାର: ଏହାକୁ ବେଶି ଦିନ ସଂରକ୍ଷଣ କରି ରଖିବା ଲାଗି ଲୁଣର ଆବଶ୍ୟକତା ରହିଛି। ଏଣୁ ଏହାକୁ ସେବନ କରିବା ଅସୁବିଧାରେ ପକାଇପାରେ।
-ପ୍ୟାକେଟ ଯୁକ୍ତ ଖାଦ୍ୟ: ଏଥିରେ ସୋଡିୟମ ମାତ୍ରା ଅଧିକ ଥାଏ। ଏହା ଉଚ୍ଚ ରକ୍ତଚାପର ବଡ଼ କାରଣ।


Enter your email to get our daily news in your inbox.

All Right Reserved By Dharitri.Com

ସାତ୍ତ୍ୱିକ-ଚିରାଗ ଫାଇନାଲରେ

ବ୍ୟାଙ୍କକ୍‌,୧୬ା୫: ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୯ ଓ ୨୦୨୪ରେ…

କ୍ରିକେଟ ଖେଳୁଥିବା ବେଳେ ଯୁବକଙ୍କ ଉପରେ ହେଲା ବଜ୍ରପାତ: ଟଳିପଡ଼ିଲେ…

ମୋହନା,୧୬।୫(ମନ୍ମଥ ମିଶ୍ର ):  ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଶୁଲୁବା ଗାଁ ରେ ଅଘଟଣ ଘଟିଛି।  ଗାଁ ନିକଟସ୍ଥ ଏକ ପଡିଆରେ ବୟନ୍ତ…

ସନ୍ତରଣରେ ପ୍ରତିଭା ଦେଖାଇଲେ ଛାତ୍ରୀଛାତ୍ର

ରାଉରକେଲା,୧୫।୫(ବିପ୍ଳବ ରଞ୍ଜନ ଦାଶ): ନବଗଠିତ ଜିଲା ସୁଇମିଂ ଆସୋସିଏଶନ ପକ୍ଷରୁ ବିର୍ସାମୁଣ୍ଡା ଆଥଲେଟିକ ସୁଇମିଂ ପୁଲ୍‌ରେ ଜିଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଯାଇଛି। ବିଭିନ୍ନ…

୩୩ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦିବ୍ୟାଙ୍ଗ ମହିଳା ଗୁରୁତର

ନନ୍ଦପୁର,୧୬ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମର ଚାଷଜମି ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍‌ ଲାଇନର ଖୁଣ୍ଟ ଓ ତାର…

ଧରମ ଝିଅକୁ ୫ମାସର ଗର୍ଭବତୀ କରି ୨୦ବର୍ଷ ଜେଲ ଗଲେ ଦିବ୍ୟାଙ୍ଗ ବାପା।

କଳିଙ୍ଗନଗର, ୧୬।୫ (ଶୁଭାଶିଷ ରାଉତ): ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ ହୋଇଛି।…

ଗୃହ ବିଭାଗ ନିଜ ପାଖରେ ରଖିଲେ ବିଜୟ

ଚେନ୍ନାଇ,୧୬।୫: ତାମିଲନାଡୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ସୁପାରିଶ ଉପରେ କାର୍ଯ୍ୟ କରି ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ରାଜ୍ୟର ନୂତନ କ୍ୟାବିନେଟକୁ ବିଭାଗ ଆବଣ୍ଟନ କରିଛନ୍ତି।…

ଶକ୍ତି ସଙ୍କଟକୁ ନେଇ ବଡ଼ ଚେତାବନୀ ଦେଲେ ମୋଦି

ଆମଷ୍ଟରଡମ,୧୬।୫: ନେଦରଲ୍ୟାଣ୍ଡସର ହେଗରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକୁ ଶକ୍ତି ସଙ୍କଟ ବିଷୟରେ ସତର୍କ କରାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ…

Video: ପଡ଼ିଆରେ ଏହି କ୍ରିକେଟରଙ୍କ ମୁଣ୍ଡରେ ଲାଗିଲା ଶକ୍ତ ଆଘାତ

ଇସଲାମାବାଦ,୧୫।୬: ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶନିବାର (୧୬ ମଇ) ଠାରୁ ଆରମ୍ଭ ହୋଇଛି। ସିଲହଟରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିନରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri