ଉଚ୍ଚ ରକ୍ତଚାପ ରୋଗୀ କଦାପି ଖାଆନ୍ତୁ ନାହିଁ ଏହି ୬ ଖାଦ୍ୟ

ଉଚ୍ଚ ରକ୍ତଚାପର ସ୍ଥାୟୀ ଉପଚାର କିଛି ନାହିଁ। ହେଲେ ଔଷଧ ଏବଂ ଖାଦ୍ୟପେୟରେ ସାବଧାନତା ଅବଲମ୍ବନ କଲେ ଏହାକୁ ନିୟନ୍ତ୍ରଣକୁ ଅଣାଯାଇପାରେ। ରକ୍ତଚାପ ୧୨୦/୮୦ ଥିଲେ ଏହାକୁ ସାଧାରଣ କୁହାଯାଏ । ମାତ୍ର ଏହା ବଢ଼ିଯାଇ ୧୩୦/୯୦ ହେଲେ ଏହା ଚିନ୍ତାଜନକ ହୋଇଥାଏ। ଏହାକୁ ଉଚ୍ଚ ରକ୍ତଚାପ କୁହାଯାଏ। ଥରେ ଏହି ରୋଗରେ ପୀଡ଼ିତ ହେଲେ ଅନେକ ଜିନିଷ ଠାରୁ ଦୂରରେ ରହିବା ଉଚିତ। ଆସନ୍ତୁ ଜାଣିବା:

-କୈଫିନ: ସ୍ବାସ୍ଥ୍ୟ ପାଇଁ କୈଫିନ ଭଲ ନୁହେଁ। ଏଥିଲାଗି କଫି ଏବଂ ସୋଡା ଭଳି ପାନୀୟଠାରୁ ଦୂରେଇ ରୁହନ୍ତୁ। ଚା’ ମଧ୍ୟ ନ ପିଇବା ଭଲ।

-ମସଲା: ଅଧିକ ରାଗଯୁକ୍ତ ଖାଦ୍ୟ ଉଚ୍ଚ ରକ୍ତଚାପ ପାଇଁ ହାନିକାରକ। ଖାଦ୍ୟରେ ବ୍ୟବହାର ହେଉଥିବା ମସଲା ରକ୍ତଚାପ ସମସ୍ୟାକୁ ଅଧିକ କରିଥାଏ। ଏଣୁ କମ୍‌ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ।

-ଶର୍କରା: ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଶର୍କରା(ଚିନି) ନଚେତ ମିଠା ଜାତୀୟ ଜିନିଷରୁ ଦୂରରେ ରହିବା ଭଲ। ଅଧିକ ଶର୍କରା ଖାଇଲେ ମୋଟାପଣ ବଢ଼େ।

-ଲୁଣ: ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଲୁଣ ଜହର ଭଳି। ଏହାକୁ ଅଧିକ ଖାଇଲେ ହୃଦୟ ଜନିତ ସମସ୍ୟା ବୃଦ୍ଧି ପାଇପାରେ।

-ଆଚାର: ଏହାକୁ ବେଶି ଦିନ ସଂରକ୍ଷଣ କରି ରଖିବା ଲାଗି ଲୁଣର ଆବଶ୍ୟକତା ରହିଛି। ଏଣୁ ଏହାକୁ ସେବନ କରିବା ଅସୁବିଧାରେ ପକାଇପାରେ।
-ପ୍ୟାକେଟ ଯୁକ୍ତ ଖାଦ୍ୟ: ଏଥିରେ ସୋଡିୟମ ମାତ୍ରା ଅଧିକ ଥାଏ। ଏହା ଉଚ୍ଚ ରକ୍ତଚାପର ବଡ଼ କାରଣ।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ପାଇଁ ଡାଏରୀ

ନୀରୋଗ ହେବା ଲାଗି ଓଜନକୁ ନିୟନ୍ତ୍ରଣରେ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ।  ତେଣୁ କେଉଁ ସମୟରେ କ’ଣ କ’ଣ ଖାଇଲେ ଏବଂ ସେଥିରୁ ଶରୀରକୁ କେତେ କ୍ୟାଲୋରି...

କିପରି ପାଳିବେ ସୁରକ୍ଷିତ ଦୀପାବଳି

ଦୀପାବଳିକୁ ଧୁମ୍‌ଧାମ୍‌ରେ ପାଳିବାକୁ ସମସ୍ତଙ୍କର  ଇଚ୍ଛା । ହେଲେ ବାଣ ଫୁଟାଇବାବେଳେ ସାମାନ୍ୟ ସତର୍କତାର ଅବହେଳା ବିପଦକୁ ଡାକିଆଣେ। ତେବେ ଜାଣନ୍ତୁ ସେ ନେଇ କିଛି...

ଖାଲି ପେଟରେ କରନ୍ତୁ ନାହିଁ ବ୍ୟାୟାମ, ଜାଣି ରଖନ୍ତୁ କ’ଣ ଖାଇବେ..

ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ଯୋଗୁ ନିଜ ପାଇଁ ସମୟ ବାହାର କରିବା କଷ୍ଟକର। ଦୈନନ୍ଦିନ ଜୀବନଚର୍ଯ୍ୟା ଆରମ୍ଭ କରିବା ପୂର୍ବରୁ କିଛି ସମୟ ବ୍ୟାୟାମ କରିବା...

ଧୂମପାନ ଓ ନାରୀ

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ଏହି ପରିପ୍ରେକ୍ଷୀରେ ଏହା ନାରୀମାନଙ୍କ ପାଇଁ ମଧ୍ୟ ଗୁରୁତ୍ୱ ବହନ କରେ। କାରଣ କେବଳ ଯିଏ ଧୂମପାନ କରିଥାଏ...

ବେସନ ଫେସ୍‌ ପ୍ୟାକ୍‌

ବର୍ତ୍ତମାନ ତ୍ୱଚାର ଯତ୍ନ ପାଇଁ ଅନେକେ ବ୍ୟୁଟି ପାର୍ଲର ଯିବାଠାରୁ ଆରମ୍ଭ କରି ମାର୍କେଟ୍‌ରେ ମିଳୁଥିବା ବିଭିନ୍ନ ପ୍ରକାରର ଫେସ୍‌ପ୍ୟାକ୍‌ ମଧ୍ୟ ବ୍ୟବହାର କରୁଛନ୍ତି। ହେଲେ...

ସୁଖ, ସମୃଦ୍ଧି ପାଇଁ ଘରେ ରଖନ୍ତୁ ଏହି ମାଛ

ଘରେ ସୁଖ-ସମୃଦ୍ଧି ଓ ଶାନ୍ତି ଆଣିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ଗୋଲ୍ଡ ଫିସ୍‌ ସହ ଏରୋଓ୍ବାନା ମାଛକୁ ବାସ୍ତୁଶାସ୍ତ୍ରରେ ଶୁଭ ବୋଲି...

ଘାତକ ଆମୋନିୟମ ନାଇଟ୍ରେଟ୍‌

”ଆମୋନିୟମ ନାଇଟ୍ରେଟ୍‌ ହେଉଛି ଧଳା ରଙ୍ଗର ସ୍ଫୁଟିନାକାର ଗୋଟିଏ କଠିନ ରାସାୟନିକ ପଦାର୍ଥ । ଏହା ଆମୋନିୟମ ଓ ନାଇଟ୍ରେଟ୍‌ ଆୟନରୁ ଗଠିତ। ଆମୋନିଆ ସହ...

ଜଳାତଙ୍କର ଆତଙ୍କ

ଜଳାତଙ୍କ ରୋଗ ଓ ତା’ର ପ୍ରତିକାର ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୮ ତାରିଖରେ ପାନଳ କରାଯାଇଥାଏ ‘ବିଶ୍ୱ ଜଳାତଙ୍କ ଦିବସ...

Advertisement
Archives

Model This Week