ହାଇପରସୋନିକ୍‌ ମିଶାଇଲ ପ୍ରସ୍ତୁତ

ମସ୍କୋ,୫ା୧: ୟୁକ୍ରେନ୍‌ ଆକ୍ରମଣର ୩୧୫ ଦିନ ପରେ ମଧ୍ୟ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଯୁଦ୍ଧଖୋର ମନୋଭାବ ଯାଇନାହିଁ। ସେ ହାଇପରସୋନିକ୍‌ କ୍ରୁଜ୍‌ ମିଶାଇଲ ବୋଝେଇ ଯୁଦ୍ଧଜାହାଜ ଆଡ୍‌ମିରାଲ ଗୋର୍ଶକୋଭ୍‌କୁ ଆଟ୍‌ଲାଣ୍ଟିକ୍‌ ଏବଂ ଭାରତ ମହାସାଗରରେ ମୁତୟନ କରିଛନ୍ତି। ରୁଷୀୟ ସୈନ୍ୟଙ୍କୁ ୟୁକ୍ରେନୀୟ ସେନା ମୁହଁତୋଡ଼ ଜବାବ ଦେଉଥିବାବେଳେ ପୁଟିନ୍‌ ଏଭଳି ଢଙ୍ଗରେ ନିଜ ସାମରିକ ଶକ୍ତି ପ୍ରଦର୍ଶନ କରିଛନ୍ତି।
ରାଷ୍ଟ୍ରପତି ପୁଟିନ୍‌ ବୁଧବାର ଆଡ୍‌ମିରାଲ ଗୋର୍ଶକୋଭ୍‌ ଯୁଦ୍ଧଜାହାଜର ମୁତୟନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍ସ ଜରିଆରେ ସାମିଲ ହୋଇଛନ୍ତି।

ଏହି ଅବସରରେ ସେ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ଏବଂ ଫ୍ରିଗେଟ୍‌ର କମାଣ୍ଡର ଆଇଗୋର କ୍ରୋଖମାଲଙ୍କ ସହ ଆଲୋଚନା କରିଛନ୍ତି। ପୁଟିନ୍‌ କହିଛନ୍ତି, ଏହି ଯୁଦ୍ଧଜାହାଜରେ ସଦ୍ୟତମ ହାଇପରସୋନିକ୍‌ ମିଶାଇଲ ସିଷ୍ଟମ୍‌ ‘ଜିର୍କୋନ୍‌’ ରହିଛି। ଦେଶମାତୃକାର ସେବା ପାଇଁ କ୍ରିଉଙ୍କୁ ସଫଳତା କାମନା କରୁଛି। ଜଳ ଓ ସ୍ଥଳରେ ଶତ୍ରୁପକ୍ଷଙ୍କୁ ପ୍ରତିହତ କରିବା ଲାଗି ଲକ୍ଷ୍ୟସ୍ଥଳକୁ ଭେଦ କରିବାରେ ଏହା ସକ୍ଷମ। ଏହି ମିଶାଇଲ ସିଷ୍ଟମ୍‌ରେ ୧,୦୦୦ କି.ମି. ଦୂର ପର୍ଯ୍ୟନ୍ତ ଟାର୍ଗେଟ କରାଯାଇପାରିବ। ହାଇପରସୋନିକ୍‌ କ୍ଷେପଣାସ୍ତ୍ରଗୁଡ଼ିକର ବେଗ ଶବ୍ଦର ଗତିଠାରୁ ୫ ଗୁଣା ଅଧିକ। ଆମେରିକା ଓ ଚାଇନା ମଧ୍ୟରେ ହାଇପରସୋନିକ୍‌ କ୍ଷେପଣାସ୍ତ୍ର ବିକଶିତ କରିବା ନେଇ ପ୍ରତିଯୋଗିତା ଚାଲିଥିବାବେଳେ ରୁଷିଆ ଜିର୍କୋନ୍‌କୁ ଗତବର୍ଷ ଯୁଦ୍ଧଜାହାଜ ଓ ବୁଡ଼ାଜାହାଜରୁ ପରୀକ୍ଷଣ କରିଥିଲା। ରୁଷିଆ ପ୍ରତି ବିପଦ ସୃଷ୍ଟି ହେଲେ ଏବଂ କ୍ଷେତ୍ରୀୟ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ଶତ୍ରୁପକ୍ଷର ମୁକାବିଲା ସକାଶେ ଏହାକୁ ବିକଶିତ କରାଯାଇଛି ବୋଲି ଶୋଇଗୁ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ କହିଛନ୍ତି, ଡୋନେସ୍କ ରିଜିୟନ୍‌ର ମସ୍କୋ ନିୟନ୍ତ୍ରଣରେ ଥିବା ମାକିଭ୍‌କା ସହରରେ ୟୁକ୍ରେନ୍‌ ସୈନ୍ୟଙ୍କ ଆକ୍ରମଣରେ ୮୯ ରୁଷୀୟ ସୈନ୍ୟ ନିହତ ହୋଇଛନ୍ତି।
ସୈନ୍ୟମାନେ ବିନା ଅନୁମତିରେ ମୋବାଇଲ ଫୋନ୍‌ ବ୍ୟବହାର କରିଥିବାରୁ ୟୁକ୍ରେନୀୟ ପ୍ରତିପକ୍ଷ ସେମାନଙ୍କୁ ଟାର୍ଗେଟ କରିବାରେ ସକ୍ଷମ ହୋଇଥିଲେ।
ପ୍ରାଣ ହରାଇଥିବା ରୁଷୀୟ ସୈନ୍ୟମାନଙ୍କ ବିଧବାଙ୍କୁ ସମର୍ଥନ କରୁଥିବା ଏକ ଜାତୀୟତାବାଦୀ ଗୋଷ୍ଠୀ ପୁଟିନ୍‌ଙ୍କୁ ୟୁକ୍ରେନ୍‌ ଉପରେ ବିଜୟ ହାସଲ ସୁନିଶ୍ଚିତ କରିବାକୁ କହିଛି। ଏଥିଲାଗି ସୀମାକୁ ଅନେକ ନିୟୁତ ସୈନ୍ୟ ପ୍ରେରଣ ନିର୍ଦ୍ଦେଶ ଦେବାକୁ ପରାମର୍ଶ ଦେଇଛି।
ଯୁଦ୍ଧରେ ଜର୍ମାନୀ ସମର୍ଥନ କରୁଛି। ଏହି ନିଷ୍ପତ୍ତିର ପୁନର୍ବିଚାର ପାଇଁ ବର୍ଲିନ୍‌ରେ ବିକ୍ଷୋଭକାରୀମାନେ ଆହ୍ବାନ ଦେଇଛନ୍ତି। କାରଣ ଗ୍ୟାସ୍‌ ପାଇଁ ଜର୍ମାନୀ ରୁଷିଆ ଉପରେ ନିର୍ଭରଶୀଳ।
ଦୀର୍ଘକାଳୀନ ସାମରିକ ସହଯୋଗ କରିବା ପାଇଁ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ମତ ଦେଇଛନ୍ତି।
ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ଫେବୃୟାରୀ ୩ରେ କିଭ୍‌ରେ ବୈଠକ ହେବ। ଆର୍ଥିକ ଓ ସାମରିକ ସହାୟତା ପ୍ରଦାନ ନେଇ ଉକ୍ତ ବୈଠକରେ ଆଲୋଚନା ହେବ ବୋଲି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଅଫିସ୍‌ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri