ବାଧାପ୍ରାପ୍ତ ହୋଇପାରେ ଜଳବିଦ୍ୟୁତ୍‌ ଉତ୍ପାଦନ

ଭୁବନେଶ୍ୱର,୨୨।୯(ବ୍ୟୁରୋ): କେବଳ ହୀରାକୁଦ ଜଳଭଣ୍ଡାରକୁ ଛାଡ଼ିଦେଲେ ଅନ୍ୟ ଜଳ ଭଣ୍ଡାରଗୁଡିକରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ପାଣି ନାହିଁ। ହୀରାକୁଦରେ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ସେପ୍ଟେମ୍ବର ୨୧ ସୁଦ୍ଧା ୬୨୯.୨୮ ଫୁଟ ରହିଛି। ରାଜ୍ୟର ବିଦ୍ୟୁତ୍‌ ଉତ୍ପାଦନ ହେଉଥିବା ଅନ୍ୟତମ ଜଳଭଣ୍ଡାର ବାଲିମେଳାର ଜଳଧାରଣ କ୍ଷମତା ୧୫୧୮ ଫୁଟ ଥିବା ବେଳେ ଏବେ ସେଠାରେ ରହିଛି ୧୪୭୬ ଫୁଟ। ସେହିପରି ରେଙ୍ଗାଲି ଜଳଭଣ୍ଡାରରେ ୧୨୪ ମିଟର ଜଳଧାରଣ କ୍ଷମତା ଥିବା ବେଳେ ରହିଛି ୧୨୨ ମିଟର, ଅପରକୋଲାବରେ ୮୫୮ ଜାଗାରେ ୮୫୦ ମିଟର, ଅପର ଇନ୍ଦ୍ରାବତୀରେ ୬୪୩ ବଦଳରେ ୬୩୨ ଏବଂ ମାଛକୁଣ୍ଡରେ ୨,୭୫୦ ଫୁଟ ଜଳ ରହିବା ଜାଗାରେ
ରହିଛି ୨,୭୨୬ ଫୁଟ ପାଣି। ସ୍ବାଭାବିକ ଜଳଧାରଣ କ୍ଷମତାରୁ ଜଳ ଭଣ୍ଡାରଗୁଡ଼ିକରେ ପ୍ରାୟ ୧୦ରୁ ୨୫% ପର୍ଯ୍ୟନ୍ତ ଖାଲି ରହିଛି। ରାଜ୍ୟ ପାଇଁ ୪,୫୦୦ ମେଗାଓ୍ବାଟ ବିଦ୍ୟୁତ ଆବଶ୍ୟକତା ପଡୁଛି। ସେଥିରୁ ପ୍ରାୟ ଅଧା ଅର୍ଥାତ ୨,୦୬୩ ମୋଗାଓ୍ବାଟ୍‌ ବିଦ୍ୟୁତ ଶକ୍ତି ରାଜ୍ୟରେ ଥିବା ଜଳଭଣ୍ଡାରଗୁଡିକରୁ ଉତ୍ପାଦନ କରାଯାଉଛି। ହୀରାକୁଦ ପ୍ରକଳ୍ପରୁ ୨୭୫ ମେଗାଓ୍ବାଟ ବିଦ୍ୟୁତ୍‌ ଉତ୍ପାଦନ କରାଯାଉଛି। ସେହିପରି ଇନ୍ଦ୍ରାବତୀରୁ ୬୦୦ ମେଗାଓ୍ବାଟ, ବାଲିମେଳାରୁ ୫୧୦, ରେଙ୍ଗାଲିରୁ ୩୦୦, ଅପରକୋଲାବରୁ ୩୨୦ ଏବଂ ମାଛକୁଣ୍ଡରୁ ୩୬ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରାଯାଉଛି। ଜଳ ଭଣ୍ଡାରଗୁଡ଼ିକର ସ୍ଥିତିକୁ ଦେଖିଲେ ଆଗାମୀ ଦିନରେ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେବା ନେଇ ଜଳ ଜଳ ଦିଶୁଛି। କାରଣ ବର୍ଷା ଦିନେ ଘନ ଘନ ବିଦ୍ୟୁତ୍‌ କାଟ୍‌ ହେଉଥିବା ବେଳେ ଗ୍ରୀଷ୍ମ ଦିନରେ ବିଦ୍ୟୁତ୍‌ ଚାହିଦା ଆହୁରି ବଢ଼ିବ। ଜଳଭଣ୍ଡାରଗୁଡିକ ଉପରେ ଚାପ ବଢ଼ିଯିବ।
ରାଜ୍ୟରେ ଥିବା ଜଳ ବିଦ୍ୟୁତ୍‌ ପ୍ରକଳ୍ପକୁ ପର୍ଯ୍ୟାପ୍ତ ଜଳ ମିଳୁ ନ ଥିବାରୁ ରାଜ୍ୟ ସରକାର ଆଗାମୀ ଦିନରେ ଆହୁରି ୬ଟି ଜଳ ବିଦ୍ୟୁତ୍‌ ପ୍ରକଳ୍ପ କରି ଉତ୍ପାଦନ ବଢାଇବାକୁ ଯୋଜନା ରଖିଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ୬ଟି ପ୍ରକଳ୍ପରୁ ପ୍ରାୟ ୭୦୦ ମେଗାଓ୍ବାଟ ଜଳ ବିଦ୍ୟୁତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ମିଡିଲ କୋଲାବ ଜଳ ବିଦ୍ୟୁତ୍‌ ପ୍ରକଳ୍ପରୁ ୨୦୦, ତେଲ ଇଣ୍ଟିଗ୍ରେଟେଡ୍‌ ପ୍ରକଳ୍ପରୁ ୫୦, ଲୋୟର ବଂଶଧାରା ପ୍ରକଳ୍ପରୁ ୧୮, ଭୀମକୁଣ୍ଡରୁ ୧୬୦, ସାଲକିରୁ ୧୬୫ ଏବଂ ଖାଡଗୋ ପ୍ରକଳ୍ପରୁ ୧୦୦ ମେଗାଓ୍ବାଟ ବିଦ୍ୟୁତ୍‌ ଉତ୍ପାଦନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।
ଜଳବାୟୁ ପରିବର୍ତ୍ତନ ଯୋଗୁ ରାଜ୍ୟରେ ବର୍ଷା ପରିମାଣ କମି କମି ଯାଉଛି। ଚଳିତ ଜୁନ ପହିଲାରୁ ଅଗଷ୍ଟ ସୁଦ୍ଧା ରାଜ୍ୟରେ ସ୍ବାଭାବିକଠାରୁ ୩୦ ପ୍ରତିଶତରୁ କମ୍‌ ବର୍ଷା ହୋଇଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଶୁଷ୍କ ପରିବେଶ ସୃଷ୍ଟି ହୋଇ ଜଳ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ବାଧକ ସାଜିଛି। ଏ ସବୁକୁ ଦେଖିଲେ ରାଜ୍ୟ ସରକାର ଯେଉଁ ଜଳ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ କରିବା ଲାଗି ଯୋଜନା କରିଛନ୍ତି ସେଗୁଡ଼ିକର ଭବିଷ୍ୟତ ମଧ୍ୟ ଆଶଙ୍କା ଭିତରକୁ ଠେଲି ହୋଇଯାଉଛି ବୋଲି ନିଖିଳ ଓଡ଼ିଶା ବିଦ୍ୟୁତ୍‌ ଶ୍ରମିକ ମହାସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ କହିଛନ୍ତି। ଏବେଠୁ ଜରୁରୀକାଳୀନ ଭିତ୍ତିରେ ଭଳଭଣ୍ଡାରଗୁଡ଼ିକର ପୁନରୁଦ୍ଧାର ନ ହେଲେ ଆଗାମୀ ଦିନରେ ଭୟଙ୍କର ବିଦ୍ୟୁତ୍‌ ସଙ୍କଟ ଦେଖାଦେବ ବୋଲି ତ୍ରିପାଠୀ କହିଛନ୍ତି।
ନିଜ ନାମ ଗୋପନ ରଖିବା ସର୍ତ୍ତରେ ବିଦ୍ୟୁତ୍‌ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଗତ ୧୦ ବର୍ଷକୁ ଦେଖିଲେ ରାଜ୍ୟରେ ବର୍ଷା ପରିମାଣ କମିଛି। ଜଳଭଣ୍ଡାରଗୁଡ଼ିକ ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରୁଥିବାରୁ ଆଗାମୀ ଦିନ ପାଇଁ ସମସ୍ୟା ସୃଷ୍ଟି କରିପାରେ। ସେଥିପାଇଁ ରାଜ୍ୟ ସରକାର ଜଳଭଣ୍ଡାରଗୁଡ଼ିକୁ ଜୀବନ୍ତ ରଖିବା ସକାଶେ କେତେକ ଦୀର୍ଘମିଆଦି ଯୋଜନା ହାତକୁ ନେଇଛନ୍ତି। ଯେପରି କି, ବ୍ୟବହୃତ ଜଳକୁ ପୁନଃ ଜଳଭଣ୍ଡାରରେ ଭରିବା କାର୍ଯ୍ୟ ସରକାର ଖୁବ୍‌ଶୀଘ୍ର କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?