ବାଧାପ୍ରାପ୍ତ ହୋଇପାରେ ଜଳବିଦ୍ୟୁତ୍‌ ଉତ୍ପାଦନ

ଭୁବନେଶ୍ୱର,୨୨।୯(ବ୍ୟୁରୋ): କେବଳ ହୀରାକୁଦ ଜଳଭଣ୍ଡାରକୁ ଛାଡ଼ିଦେଲେ ଅନ୍ୟ ଜଳ ଭଣ୍ଡାରଗୁଡିକରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ପାଣି ନାହିଁ। ହୀରାକୁଦରେ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ସେପ୍ଟେମ୍ବର ୨୧ ସୁଦ୍ଧା ୬୨୯.୨୮ ଫୁଟ ରହିଛି। ରାଜ୍ୟର ବିଦ୍ୟୁତ୍‌ ଉତ୍ପାଦନ ହେଉଥିବା ଅନ୍ୟତମ ଜଳଭଣ୍ଡାର ବାଲିମେଳାର ଜଳଧାରଣ କ୍ଷମତା ୧୫୧୮ ଫୁଟ ଥିବା ବେଳେ ଏବେ ସେଠାରେ ରହିଛି ୧୪୭୬ ଫୁଟ। ସେହିପରି ରେଙ୍ଗାଲି ଜଳଭଣ୍ଡାରରେ ୧୨୪ ମିଟର ଜଳଧାରଣ କ୍ଷମତା ଥିବା ବେଳେ ରହିଛି ୧୨୨ ମିଟର, ଅପରକୋଲାବରେ ୮୫୮ ଜାଗାରେ ୮୫୦ ମିଟର, ଅପର ଇନ୍ଦ୍ରାବତୀରେ ୬୪୩ ବଦଳରେ ୬୩୨ ଏବଂ ମାଛକୁଣ୍ଡରେ ୨,୭୫୦ ଫୁଟ ଜଳ ରହିବା ଜାଗାରେ
ରହିଛି ୨,୭୨୬ ଫୁଟ ପାଣି। ସ୍ବାଭାବିକ ଜଳଧାରଣ କ୍ଷମତାରୁ ଜଳ ଭଣ୍ଡାରଗୁଡ଼ିକରେ ପ୍ରାୟ ୧୦ରୁ ୨୫% ପର୍ଯ୍ୟନ୍ତ ଖାଲି ରହିଛି। ରାଜ୍ୟ ପାଇଁ ୪,୫୦୦ ମେଗାଓ୍ବାଟ ବିଦ୍ୟୁତ ଆବଶ୍ୟକତା ପଡୁଛି। ସେଥିରୁ ପ୍ରାୟ ଅଧା ଅର୍ଥାତ ୨,୦୬୩ ମୋଗାଓ୍ବାଟ୍‌ ବିଦ୍ୟୁତ ଶକ୍ତି ରାଜ୍ୟରେ ଥିବା ଜଳଭଣ୍ଡାରଗୁଡିକରୁ ଉତ୍ପାଦନ କରାଯାଉଛି। ହୀରାକୁଦ ପ୍ରକଳ୍ପରୁ ୨୭୫ ମେଗାଓ୍ବାଟ ବିଦ୍ୟୁତ୍‌ ଉତ୍ପାଦନ କରାଯାଉଛି। ସେହିପରି ଇନ୍ଦ୍ରାବତୀରୁ ୬୦୦ ମେଗାଓ୍ବାଟ, ବାଲିମେଳାରୁ ୫୧୦, ରେଙ୍ଗାଲିରୁ ୩୦୦, ଅପରକୋଲାବରୁ ୩୨୦ ଏବଂ ମାଛକୁଣ୍ଡରୁ ୩୬ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରାଯାଉଛି। ଜଳ ଭଣ୍ଡାରଗୁଡ଼ିକର ସ୍ଥିତିକୁ ଦେଖିଲେ ଆଗାମୀ ଦିନରେ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେବା ନେଇ ଜଳ ଜଳ ଦିଶୁଛି। କାରଣ ବର୍ଷା ଦିନେ ଘନ ଘନ ବିଦ୍ୟୁତ୍‌ କାଟ୍‌ ହେଉଥିବା ବେଳେ ଗ୍ରୀଷ୍ମ ଦିନରେ ବିଦ୍ୟୁତ୍‌ ଚାହିଦା ଆହୁରି ବଢ଼ିବ। ଜଳଭଣ୍ଡାରଗୁଡିକ ଉପରେ ଚାପ ବଢ଼ିଯିବ।
ରାଜ୍ୟରେ ଥିବା ଜଳ ବିଦ୍ୟୁତ୍‌ ପ୍ରକଳ୍ପକୁ ପର୍ଯ୍ୟାପ୍ତ ଜଳ ମିଳୁ ନ ଥିବାରୁ ରାଜ୍ୟ ସରକାର ଆଗାମୀ ଦିନରେ ଆହୁରି ୬ଟି ଜଳ ବିଦ୍ୟୁତ୍‌ ପ୍ରକଳ୍ପ କରି ଉତ୍ପାଦନ ବଢାଇବାକୁ ଯୋଜନା ରଖିଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ୬ଟି ପ୍ରକଳ୍ପରୁ ପ୍ରାୟ ୭୦୦ ମେଗାଓ୍ବାଟ ଜଳ ବିଦ୍ୟୁତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ମିଡିଲ କୋଲାବ ଜଳ ବିଦ୍ୟୁତ୍‌ ପ୍ରକଳ୍ପରୁ ୨୦୦, ତେଲ ଇଣ୍ଟିଗ୍ରେଟେଡ୍‌ ପ୍ରକଳ୍ପରୁ ୫୦, ଲୋୟର ବଂଶଧାରା ପ୍ରକଳ୍ପରୁ ୧୮, ଭୀମକୁଣ୍ଡରୁ ୧୬୦, ସାଲକିରୁ ୧୬୫ ଏବଂ ଖାଡଗୋ ପ୍ରକଳ୍ପରୁ ୧୦୦ ମେଗାଓ୍ବାଟ ବିଦ୍ୟୁତ୍‌ ଉତ୍ପାଦନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।
ଜଳବାୟୁ ପରିବର୍ତ୍ତନ ଯୋଗୁ ରାଜ୍ୟରେ ବର୍ଷା ପରିମାଣ କମି କମି ଯାଉଛି। ଚଳିତ ଜୁନ ପହିଲାରୁ ଅଗଷ୍ଟ ସୁଦ୍ଧା ରାଜ୍ୟରେ ସ୍ବାଭାବିକଠାରୁ ୩୦ ପ୍ରତିଶତରୁ କମ୍‌ ବର୍ଷା ହୋଇଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଶୁଷ୍କ ପରିବେଶ ସୃଷ୍ଟି ହୋଇ ଜଳ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ବାଧକ ସାଜିଛି। ଏ ସବୁକୁ ଦେଖିଲେ ରାଜ୍ୟ ସରକାର ଯେଉଁ ଜଳ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ କରିବା ଲାଗି ଯୋଜନା କରିଛନ୍ତି ସେଗୁଡ଼ିକର ଭବିଷ୍ୟତ ମଧ୍ୟ ଆଶଙ୍କା ଭିତରକୁ ଠେଲି ହୋଇଯାଉଛି ବୋଲି ନିଖିଳ ଓଡ଼ିଶା ବିଦ୍ୟୁତ୍‌ ଶ୍ରମିକ ମହାସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ କହିଛନ୍ତି। ଏବେଠୁ ଜରୁରୀକାଳୀନ ଭିତ୍ତିରେ ଭଳଭଣ୍ଡାରଗୁଡ଼ିକର ପୁନରୁଦ୍ଧାର ନ ହେଲେ ଆଗାମୀ ଦିନରେ ଭୟଙ୍କର ବିଦ୍ୟୁତ୍‌ ସଙ୍କଟ ଦେଖାଦେବ ବୋଲି ତ୍ରିପାଠୀ କହିଛନ୍ତି।
ନିଜ ନାମ ଗୋପନ ରଖିବା ସର୍ତ୍ତରେ ବିଦ୍ୟୁତ୍‌ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଗତ ୧୦ ବର୍ଷକୁ ଦେଖିଲେ ରାଜ୍ୟରେ ବର୍ଷା ପରିମାଣ କମିଛି। ଜଳଭଣ୍ଡାରଗୁଡ଼ିକ ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରୁଥିବାରୁ ଆଗାମୀ ଦିନ ପାଇଁ ସମସ୍ୟା ସୃଷ୍ଟି କରିପାରେ। ସେଥିପାଇଁ ରାଜ୍ୟ ସରକାର ଜଳଭଣ୍ଡାରଗୁଡ଼ିକୁ ଜୀବନ୍ତ ରଖିବା ସକାଶେ କେତେକ ଦୀର୍ଘମିଆଦି ଯୋଜନା ହାତକୁ ନେଇଛନ୍ତି। ଯେପରି କି, ବ୍ୟବହୃତ ଜଳକୁ ପୁନଃ ଜଳଭଣ୍ଡାରରେ ଭରିବା କାର୍ଯ୍ୟ ସରକାର ଖୁବ୍‌ଶୀଘ୍ର କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ା ଜିଲାରେ ଛତିଶଗଡ଼ ମନ୍ତ୍ରୀଙ୍କ ମାରାଥନ ପ୍ରଚାର

ବିଷମକଟକ/ମୁନିଗୁଡ଼ା/କୋଲନରା,୧୨ା୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ୩ ଦିନ ରହିଲା। ରାଜ୍ୟ ସରକାର ପ୍ରଚାର କଟକଣା କୋହଳ କରିବା ପରେ ଏବେ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର...

ବିଜେଡି-ଭାଜପା କାଉନସିଲର ଧସ୍ତାଧସ୍ତି

ଢେଙ୍କାନାଳ ଅଫିସ,୩୦ା୭: ଢେଙ୍କାନାଳ ପୌରସଂସ୍ଥା କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠରେ ଶନିବାର ମଧ୍ୟାହ୍ନରେ ବିଜେଡି ଓ ଭାଜପା କାଉନସିଲର ଧସ୍ତାଧସ୍ତି ହୋଇଛନ୍ତି। ଫଳରେ ପୌରସଂସ୍ଥା କାର୍ଯ୍ୟାଳୟରେ...

୩ ଅଧିକାରୀଙ୍କ ନାମରେ ମାମଲା

କେନ୍ଦୁଝର, ୨୧ା୩(ସ୍ବ.ପ୍ର.):କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ ବାମେବାରି ସେକ୍ସନ ନୟାଗଡ଼ ବିଟ୍‌ ଜଡ଼ିପଦା ସାହିରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦନ୍ତାହାତୀ ମୃତ୍ୟୁ ଘଟଣାରେ ସୋମବାର...

ନିଶାସକ୍ତ ଅବସ୍ଥାରେ ଡାକ୍ତରଙ୍କୁ ମାଡ଼ ମାରିବା ପ୍ରତିବାଦ: ଧାରଣାରେ ବସିଲେ ଉଦଳା ଡାକ୍ତରଖାନା ଡାକ୍ତର, ରୋଗୀ ସେବା ବାଧାପ୍ରାପ୍ତ

ଉଦଳା,୨୧।୭(ଡି.ଏନ୍‌.ଏ.):ମୟୂରଭଞ୍ଜ ଜିଲା ଉଦଳା ଡାକ୍ତରଖାନାରେ ରବିବାର ଡାକ୍ତରମାନେ ଆଉଟ୍‌ ଡୋର ସେବା ବନ୍ଦ କରିବା ସହ ଧାରଣାରେ ବସିଛିନ୍ତି। ଫଳରେ ଡାକ୍ତରଖାନାରେ ରୋଗୀ ସେବା ଠପ୍‌...

ପରୀକ୍ଷା ପୂର୍ବରୁ ୟୁଟ୍ୟୁବ୍‌ରେ ପ୍ରଶ୍ନୋତ୍ତର

ବରଗଡ଼ ଅଫିସ୍‌,୨୨ା୩: ରାଜ୍ୟରେ ଗତ ୨୧ ତାରିଖରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବାର୍ଷିକ ପରୀକ୍ଷା ଚାଲିଛି। ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ଏହି...

କେବଳ ପୂଜାପର୍ବ ପାଇଁ ଘୂରୁଛି କୁମ୍ଭାର ଚକ

ଆରଡ଼ି,୨୬।୬(ଡି.ଏନ.ଏ.): ଦିନ ଥିଲା ହାଣ୍ଡି ମାଠିଆ ଗଢ଼ି ଚଳୁଥିଲା ପରିବାର। ଗଁାରେ ରହିଥିଲା ଏହାର ଚାହିଦା। ମାଟିରେ ତିଆରି ହାଣ୍ଡି, ମାଠିଆ, ସୁରେଇ, ପଲମ, ମାଢିଆ,...

ଚଣ୍ଡିଆ ପାହାଡ଼ରେ ବେଆଇନ ଖନନ

ଚଣ୍ଡିଖୋଲ,୧୮ା୧୦(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରି, ଲଳିତଗିରି ଓ ରନତ୍ଗିରି ହୀରକ ତ୍ରିଭୂଜ ରୁପେ ପରିଚିତ। ବିଶ୍ୱ ମାନଚିତ୍ରରେ ହୀରକ ତ୍ରିଭୂଜ ସ୍ଥାନ ପାଇବା...

ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ ଜେନାଙ୍କ  ବଢ଼ିଲା ଅଡ଼ୁଆ

କଟକ,୨୫।୯:  ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ଅଡ଼ୁଆ  ବଢ଼ଛି। ପ୍ରତାପଙ୍କ ନାମରେ ମାମଲା ଚାଲୁ ରଖିବାକୁ  କୋର୍ଟ ନିର୍ଦ୍ଦେଶ  ଦେଇଛନ୍ତି। ତେବେ...

Advertisement
Archives

Model This Week