ଅଧାରେ ରହିଲା ଶୁଟିଂ, ହଟହଟା ହେଲେ ବଲିଉଡ୍‌ ଅଭିନେତ୍ରୀ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଜୟଦେବ ବାଟିକାରେ ମଙ୍ଗଳବାର ଏକ ହିନ୍ଦୀ ଆଲବମ୍‌ ଭିଡିଓ ଶୁଟିଂବେଳେ ହାଇଡ୍ରାମା ଦେଖିବାକୁ ମିଳିଛି। ଅଭିନେତା ଅଭିନେତା ହିତେଶ ଦାସଙ୍କୁ ଆଲ୍‌ବମ୍‌ରେ ହିରୋ ଭୂମିକାରେ ସୁଯୋଗ ଦେବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ତାଙ୍କୁ ମନା କରିଦିଆଯିବାରୁ ଶୁଟିଂ ସେଟ୍‌ରେ ଗଣ୍ଡଗୋଳ ସହ ଯୁକ୍ତିତର୍କ ସୃଷ୍ଟି ହୋଇଥିଲା। ଯେଉଁଥିପାଇଁ ଭିଡିଓ ଶୁଟିଂ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା। ଫଳରେ ଓଡ଼ିଶା ଆସିଥିବା ବଲିଉଡ୍‌ ଅଭିନେତ୍ରୀ ଆକାଂକ୍ଷା ଶର୍ମାଙ୍କୁ ହଟହଟା ହେବାକୁ ପଡ଼ିଛି। ଏଥିସହ ବହୁ କଳାକାର ଓ କ୍ୟାମେରାମ୍ୟାନଙ୍କ ସମେତ ଅନ୍ୟ ଟେକ୍ନିସିଆନମାନେ ମଧ୍ୟ ହଇରାଣ ହୋଇଥିଲେ। ଶେଷରେ ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ହସ୍ତକ୍ଷେପ କରିବା ବିବାଦ ଥମିବା ସହ ଆପୋସ ସମାଧାନ ହୋଇଛି।
ସୂଚନା ଅନୁଯାୟୀ, ଏକ ହିନ୍ଦୀ ପ୍ରଡକ୍ସନ କମ୍ପାନୀର ଆଲବମ୍‌ ଭିଡିଓ ଶୁଟିଂ ପାଇଁ ନିର୍ଦ୍ଦେଶକ କୈଳାସ ରଥି ୧୦ଦିନ ତଳେ ହିତେଶଙ୍କୁ ଯୋଗାଯୋଗ କରିଥିଲେ। ଭିଡିଓରେ ହିତେଶଙ୍କୁ ହିରୋ ଭୂମିକାରେ ଅଭିନୟ ପାଇଁ ସୁଯୋଗ ଦିଆଯିବ ବୋଲି କୁହାଯାଇଥିଲା। ତେବେ ସୋମବାର ହିତେଶ ଅଭିନୟ ପାଇଁ କେତେ ଟଙ୍କା କଥା ପଚାରିବାରୁ ମାଗଣାରେ କାମ କର ବୋଲି ପ୍ରଯୋଜକ ସଂସ୍ଥା ପକ୍ଷରୁ କୁହାଯାଇଥିଲା। ଏନେଇ ହିତେଶ ଅରାଜି ହେବାରୁ ନିର୍ଦ୍ଦେଶକ ତାଙ୍କୁ ମଙ୍ଗଳବାର ସକାଳୁ ଜୟଦେବ ବାଟିକାରେ ଶୁଟିଂ ସେଟ୍‌କୁ ଆସିବାକୁ କହିଥିଲେ। ଶୁଟିଂ ବେଳେ ହିତେଶ ଜଣେ ସହ କଳାକାରଙ୍କ ସହ ସେଠାରେ ପହଞ୍ଚତ୍ଥିଲେ। ତେବେ ଅଭିନୟ ପାଇଁ କୌଣସି ଅନୁବନ୍ଧିତ ହୋଇନାହିଁ କହି ହିତେଶଙ୍କୁ ପ୍ରଯୋଜନା ସଂସ୍ଥା ମନା କରିଦେଇଥିଲେ। ଏପରିକି ମାଗଣା କାମ କରିବାକୁ ହେବ ବୋଲି କହିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ଓ ପାଟିତୁଣ୍ଡ ଚାଲିଥିଲା। ଖବରପାଇ ପୋଲିସ ପହଞ୍ଚତ୍ବା ପରେ ଶୁଟିଂ ଅଧାରେ ବନ୍ଦ ରହିଥିଲା। ନିର୍ଦ୍ଦେଶକ କୈଳାସ ଓ ହିତେଶଙ୍କୁ ପୋଲିସ ଥାନାକୁ ନେଇ ପଚରାଉଚରା କରିବା ସହ ଆପୋସ ସମାଧାନ କରିବାକୁ ପ୍ରୟାସ କରିଥିଲା। ଶେଷରେ ସମାଧାନର ବାଟ ଫିଟିଥିଲା। ଏଥିପାଇଁ ହିତେଶଙ୍କୁ ତାଙ୍କ ପ୍ରାପ୍ୟ ବାବଦରେ ନିର୍ଦ୍ଦେଶକ ଦଶ ହଜାର ଟଙ୍କା ଦେବା ପରେ ଘଟଣା ସମାଧାନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri