Categories: ଖେଳ

ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

ଅହମଦାବାଦ,୧୫।୫: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୋମବାର ଆଇପିଏଲ୍‌ ୬୨ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ(ଏସ୍‌ଆରଏଚ୍‌) ଅଧିନାୟକ ଆଡେନ ମାର୍କ୍ରାମ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ବ୍ୟାଟିଂ କରିବ।

ଗୁଜରାଟ ୧୬ ପଏଣ୍ଟ ପାଇ ଟେବୁଲରେ ପ୍ରଥମ ସ୍ଥାନରେ ଥିବା ବେଳେ ହାଇଦ୍ରାବାଦ ନବମ ସ୍ଥାନରେ ରହିଛି। ଗୁଜରାଟ ୧୨ଟି ମ୍ୟାଚ ଖେଳି ୮ଟି ବିଜୟୀ ହୋଇଥିବା ବେଳେ ୪ଟି ପରାଜିତ ହୋଇଛି। ହାଇଦ୍ରାବାଦ ୧୧ଟି ମ୍ୟାଚ ଖେଳି ୪ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାଜିତ ହୋଇ ୮ ପଏଣ୍ଟ ପାଇଛି। ଫଳରେ ଏହି ମ୍ୟାଚ ଜିତିବାକୁ ହାଇଦ୍ରାବାଦ ଉଦ୍ୟମ କରିବ। ଏହି ଅବସରରେ ଆଡେନ କହିଛନ୍ତି ଆମର ସାମର୍ଥ୍ୟ ସହ ଭଲ କ୍ରିକେଟ ଖେଳିବାକୁ ଚେଷ୍ଟା କରିବୁ। ଏପରିକି ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ମାର୍କୋ ଜନ୍‌ସେନଙ୍କ ସ୍ଥାନରେ ଗ୍ଲେନ ଫିଲିପ୍ସଙ୍କୁ ସାମିଲ କରାଯାଇଛି।

ଗୁଜୁରାଟ ଟାଇଟାନ୍ସ: ଶୁଭମାନ ଗିଲ, ରିଦ୍ଧିମାନ ସାହା(ଉଇକେଟ କିପର), ସାଇ ସୁଦରଶନ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ ମିଲର, ଦସୁନ ଶାନାକା, ରାହୁଲ ତେୱାଟିଆ, ମୋହିତ ଶର୍ମା, ରସିଦ ଖାନ୍‌, ମହମ୍ମଦ ଶାମି, ନୁର ଅହମ୍ମଦ

ସନରାଇଜର୍ସ ହାଇଦ୍ରାବାଦ: ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ଆଡେନ ମାର୍କ୍ରାମ (ଅଧିନାୟକ), ହେନ୍ରିଚ କ୍ଲାସେନ (ଉଇକେଟ କିପର), ଅବଦୁଲ ସମାଦ, ସାନବୀର ସିଂ, ମାୟାନକ ମାର୍କାଣ୍ଡେ, ମାର୍କୋ ଜାନସେନ, ଭୁବନେଶ୍ୱର କୁମାର, ଫଜଲହକ ଫାରୁକି, ଟି ନଟ୍‌ରାଜନ

Share