Categories: ଖେଳ

ହାଇଦ୍ରାବାଦ ଆଗରେ ୨୦୮ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୫।୫: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୫୦ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ ଓ୍ବିଲିୟମନ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୨୦୭ ରନ୍‌ କରିଛି। ଫଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଆଗରେ ୨୦୮ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଦିଲ୍ଲୀ।

ଦିଲ୍ଲୀ କ୍ୟାପିଟାଲ୍ସ ଦୁଇ ଓପନର ମନଦୀପ ସିଂହ ଏବଂ ଡେଭିଡ ଓ୍ବାର୍ନର ଭଲ ଷ୍ଟାଟ ଦେବେ ବୋଲି ଦଳ ଆଶା କରିଥିଲା। ହେଲେ ମନଦୀପ ଖାତା ନ ଖୋଲି ଆଉଟ୍‌ ହୋଇଯାଇଥିଲେ। ସେହିପରି ମିଶେଲ ମାର୍ଶ ମଧ୍ୟ ୧୦ ରନ୍‌ କରି ବ୍ୟାଟିଂ ବିଫଳ ହୋଇଥିଲେ। ଏଭଳିସ୍ଥିତିରେ ଡେଭିଡ୍‌ ଓ୍ବାର୍ନର ୫୮ବଲ୍‌ରେ ୯୨ ରନ୍‌(୧୨ ଚଉକା ଏବଂ ୩ ଛକା)ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ମଜଭୂତ ସ୍ଥିତିରେ ପହଞ୍ଚାଇ ଥିଲେ। ସେହିପରି ଅଧିନାୟକ ରିଷଭ ପନ୍ତ ୨୬ ରନ୍‌ କରିଥିବା ବେଳେ ରୋଭମାନ ପାଓ୍ବେଲଙ୍କ ଅର୍ଦ୍ଧଶତକ ୩୫ବଳରେ ୬୭ ରନ୍‌ (୩ ଚଉକା ଏବଂ ୬ ଛକା ) କରିଥିଲେ। ଫଳରେ ଦିଲ୍ଲୀ ୨୦୭ ରନ୍‌ କରିବାରେ ସକ୍ଷମ ହୋଇଥିଲା।

 

 

Share