Posted inଖେଳ

ତୃତୀୟ ସ୍ଥାନକୁ ଉଠିଲା ହାଇଦ୍ରାବାଦ

ଭାସ୍କୋ, ୧ା୨(ପି.ଟି.)-ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ହାଇଦ୍ରାବାଦ ଏଫ୍‌ସି ୨-୦ ଗୋଲରେ ଚେନ୍ନାଇନ ଏଫ୍‌ସିକୁ ପରାସ୍ତ କରିଛି। ଏହାଦ୍ୱାରା ପ୍ଲେ-ଅଫ୍‌ ଯୋଗ୍ୟତା ପାଇଁ ଦଳ ନିଜ ସ୍ଥିତିକୁ ଅଧିକ ସୁଦୃଢ କରିପାରିଛି। ଫ୍ରାନ୍‌ ସାଣ୍ଡାଜା (୨୮ତମ ମିନିଟ) ଓ ଜୋଏଲ ଚିଆନିଜ୍‌ (୮୨ତମ) ଗୋଲ ସ୍କୋର କରିଥିଲେ। ଏହି ବିଜୟ ଦ୍ୱାରା ହାଇଦ୍ରାବାଦ ପଏଣ୍ଟ ଟେବୁଲ୍‌ର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ପ୍ରଥମ କ୍ୱାର୍ଟର ଖେଳରେ ହାଇଦ୍ରାବାଦ ଆକ୍ରମଣାତ୍ମକ ଖେଳିଥିଲା। ଅଧଘଣ୍ଟା ଖେଳ ପୂର୍ବରୁ ଦଳକୁ ସୁଯୋଗ ମିଳିଥିଲା। ସ୍ପାନିଶ ଖେଳାଳି ଜୋଆଓ ଭିକ୍ଟରଙ୍କଠାରୁ ଥ୍ରୋ-ଇନ୍‌ ବଲ୍‌ ପାଇ ସାଣ୍ଡାଜା ଗୋଲ ପୋଷ୍ଟ ଆଡକୁ ଅଗ୍ରସର ହୋଇଥିଲେ। ବିପକ୍ଷ ଦଳର ଦୀପକ ଟାଙ୍ଗ୍ରୀ ତାଙ୍କୁ ବାଧା ଦେବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ସାଣ୍ଡାଜା କିନ୍ତୁ ତାଙ୍କ ଲକ୍ଷ୍ୟ ହାସଲ କରିଥିଲେ ଏବଂ ହାଇଦ୍ରାବାଦକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଗୋଲ ବରଣ ପରେ ଚେନ୍ନାଇନ ଦଳ କିଛି ସମୟ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲା। ଦୁର୍ବଳ ପାସିଂ ଯୋଗୁ ଗୋଲ ଦେବାରେ ସକ୍ଷମ ହୋଇପାରି ନ ଥିଲା। ପ୍ରଥମାର୍ଦ୍ଧ ଖେଳ ପରେ ଚେନ୍ନାଇନ ଦଳ ୨ଜଣ ଖେଳାଳିଙ୍କୁ ବଦଳ କରିଥିଲା। ଜର୍ମନପ୍ରୀତ ସିଂ ଓ ଥୋଇ ସିଂଙ୍କ ସ୍ଥାନରେ ଫାତ୍‌ଖୁଲୋଭ ଏବଂ ଏଡଓ୍ବିନ ଭାନ୍ସପଲ ପଡ଼ିଆକୁ ଓହ୍ଲାଇଥିଲେ। ଏହା ଦ୍ୱାରା ଖେଳରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା। ଦ୍ୱିତୀୟାର୍ଦ୍ଧରେ ଦଳ ଅଧିକାଂଶ ସମୟ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିପାରିଥିଲା। ହେଲେ କୌଶଳ ଏବଂ ଫିନିଶିଂ ଅଭାବରୁ ଦଳ ଗୋଲ ଦେଇପାରି ନ ଥିଲା। ଅନ୍ୟପକ୍ଷରେ ଖେଳ ଶେଷ ହେବାକୁ ଆଉ ୧୦ ମିନିଟ ବାକି ରହିଥିବାବେଳେ ଚିଆନିଜ ଏକ ଗୋଲ ସ୍କୋର କରି ହାଇଦ୍ରାବାଦକୁ ୨-୦ରେ ବିଜୟୀ କରାଇଥିଲେ। ରବିବାର ଖେଳାଯାଇଥିବା ଲିଗ୍‌ର ଦ୍ୱିତୀୟ ମ୍ୟାଚରେ ଏଟିକେ ମୋହନବାଗାନ ୩-୨ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ରୟ କ୍ରିଷ୍ଣା (୬୫ତମ ଓ ୮୭ତମ ମିନିଟ) ଦୁଇଟି ଏବଂ ମାର୍ସେଲିନୋ ଲିଟ୍‌ ପେରିରା (୫୯ତମ) ଗୋଟିଏ ଗୋଲ ସ୍କୋର କରିଥିଲେ। ବ୍ଳାଷ୍ଟର୍ସ ପକ୍ଷରୁ ଗ୍ୟାରି ହୁପର (୧୪ତମ) ଏବଂ କୋଷ୍ଟା ଏନ୍‌ହାମୋନିସୁ (୫୧ତମ) ଗୋଲ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri