Posted inଖେଳ

ତୃତୀୟ ସ୍ଥାନକୁ ଉଠିଲା ହାଇଦ୍ରାବାଦ

ଭାସ୍କୋ, ୧ା୨(ପି.ଟି.)-ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ହାଇଦ୍ରାବାଦ ଏଫ୍‌ସି ୨-୦ ଗୋଲରେ ଚେନ୍ନାଇନ ଏଫ୍‌ସିକୁ ପରାସ୍ତ କରିଛି। ଏହାଦ୍ୱାରା ପ୍ଲେ-ଅଫ୍‌ ଯୋଗ୍ୟତା ପାଇଁ ଦଳ ନିଜ ସ୍ଥିତିକୁ ଅଧିକ ସୁଦୃଢ କରିପାରିଛି। ଫ୍ରାନ୍‌ ସାଣ୍ଡାଜା (୨୮ତମ ମିନିଟ) ଓ ଜୋଏଲ ଚିଆନିଜ୍‌ (୮୨ତମ) ଗୋଲ ସ୍କୋର କରିଥିଲେ। ଏହି ବିଜୟ ଦ୍ୱାରା ହାଇଦ୍ରାବାଦ ପଏଣ୍ଟ ଟେବୁଲ୍‌ର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ପ୍ରଥମ କ୍ୱାର୍ଟର ଖେଳରେ ହାଇଦ୍ରାବାଦ ଆକ୍ରମଣାତ୍ମକ ଖେଳିଥିଲା। ଅଧଘଣ୍ଟା ଖେଳ ପୂର୍ବରୁ ଦଳକୁ ସୁଯୋଗ ମିଳିଥିଲା। ସ୍ପାନିଶ ଖେଳାଳି ଜୋଆଓ ଭିକ୍ଟରଙ୍କଠାରୁ ଥ୍ରୋ-ଇନ୍‌ ବଲ୍‌ ପାଇ ସାଣ୍ଡାଜା ଗୋଲ ପୋଷ୍ଟ ଆଡକୁ ଅଗ୍ରସର ହୋଇଥିଲେ। ବିପକ୍ଷ ଦଳର ଦୀପକ ଟାଙ୍ଗ୍ରୀ ତାଙ୍କୁ ବାଧା ଦେବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ସାଣ୍ଡାଜା କିନ୍ତୁ ତାଙ୍କ ଲକ୍ଷ୍ୟ ହାସଲ କରିଥିଲେ ଏବଂ ହାଇଦ୍ରାବାଦକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଗୋଲ ବରଣ ପରେ ଚେନ୍ନାଇନ ଦଳ କିଛି ସମୟ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲା। ଦୁର୍ବଳ ପାସିଂ ଯୋଗୁ ଗୋଲ ଦେବାରେ ସକ୍ଷମ ହୋଇପାରି ନ ଥିଲା। ପ୍ରଥମାର୍ଦ୍ଧ ଖେଳ ପରେ ଚେନ୍ନାଇନ ଦଳ ୨ଜଣ ଖେଳାଳିଙ୍କୁ ବଦଳ କରିଥିଲା। ଜର୍ମନପ୍ରୀତ ସିଂ ଓ ଥୋଇ ସିଂଙ୍କ ସ୍ଥାନରେ ଫାତ୍‌ଖୁଲୋଭ ଏବଂ ଏଡଓ୍ବିନ ଭାନ୍ସପଲ ପଡ଼ିଆକୁ ଓହ୍ଲାଇଥିଲେ। ଏହା ଦ୍ୱାରା ଖେଳରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା। ଦ୍ୱିତୀୟାର୍ଦ୍ଧରେ ଦଳ ଅଧିକାଂଶ ସମୟ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିପାରିଥିଲା। ହେଲେ କୌଶଳ ଏବଂ ଫିନିଶିଂ ଅଭାବରୁ ଦଳ ଗୋଲ ଦେଇପାରି ନ ଥିଲା। ଅନ୍ୟପକ୍ଷରେ ଖେଳ ଶେଷ ହେବାକୁ ଆଉ ୧୦ ମିନିଟ ବାକି ରହିଥିବାବେଳେ ଚିଆନିଜ ଏକ ଗୋଲ ସ୍କୋର କରି ହାଇଦ୍ରାବାଦକୁ ୨-୦ରେ ବିଜୟୀ କରାଇଥିଲେ। ରବିବାର ଖେଳାଯାଇଥିବା ଲିଗ୍‌ର ଦ୍ୱିତୀୟ ମ୍ୟାଚରେ ଏଟିକେ ମୋହନବାଗାନ ୩-୨ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ରୟ କ୍ରିଷ୍ଣା (୬୫ତମ ଓ ୮୭ତମ ମିନିଟ) ଦୁଇଟି ଏବଂ ମାର୍ସେଲିନୋ ଲିଟ୍‌ ପେରିରା (୫୯ତମ) ଗୋଟିଏ ଗୋଲ ସ୍କୋର କରିଥିଲେ। ବ୍ଳାଷ୍ଟର୍ସ ପକ୍ଷରୁ ଗ୍ୟାରି ହୁପର (୧୪ତମ) ଏବଂ କୋଷ୍ଟା ଏନ୍‌ହାମୋନିସୁ (୫୧ତମ) ଗୋଲ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri