ସାଧାରଣ ବଜେଟ-୨୦୨୧: ନଜରରେ ୫ ପ୍ରମୁଖ କ୍ଷେତ୍ର

ନୂଆଦିଲ୍ଲୀ,୧ା୨: ବଜେଟ ୨୦୨୧ ଅର୍ଥ ବ୍ୟବସ୍ଥା ଲାଗି ଅନେକ ଗୁରୁତ୍ୱ ବହନ କରେ। ପୂର୍ବର ବଜେଟଗୁଡ଼ିକ ତୁଳନାରେ ୨୦୨୧-୨୨ ଆର୍ଥତ୍କ ବର୍ଷର ବଜେଟ ଭିନ୍ନ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପୂର୍ବରୁ କହିସାରିଛନ୍ତି। ଭାରତକୁ ଏକ ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ଭାବେ ଗଢ଼ି ତୋଳିବା ଲାଗି ସରକାର ଉଦ୍ୟମ ଜାରି ରଖିଛନ୍ତି। ବଜେଟରେ ସ୍ବାସ୍ଥ୍ୟ ଏବଂ ସ୍ବାସ୍ଥ୍ୟ କ୍ଷେତ୍ର ନିବେଶ ଦିଗରେ ଘୋଷଣା ହୋଇପାରେ। ବିଶେଷକରି ୫ ପ୍ରମୁଖ କ୍ଷେତ୍ରକୁ ସରକାର ତାଙ୍କ ପ୍ରାଥମିକତା ମଧ୍ୟରେ ରଖିପାରନ୍ତି ବୋଲି କୁହାଯାଉଛି।

ସ୍ବାସ୍ଥ୍ୟ କ୍ଷେତ୍ର


ସାଧାରଣ ବଜେଟରେ ସରକାର ସ୍ବାସ୍ଥ୍ୟ କ୍ଷେତ୍ରକୁ ଉତ୍ସାହିତ କରିପାରନ୍ତି। ବଡ଼ ପ୍ରୋତ୍ସାହନ ଘୋଷଣା, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିବେଶ, ଟେକ୍ନୋଲୋଜି ବ୍ୟବହାର, ଗବେଷଣା ଏବଂ ଉନ୍ନତୀକରଣ ଏବଂ ଡିଜିଟାଲ ହେଲ୍‌ଥ ଉପରେ ସରକାର ଗୁରୁତ୍ୱ ଦେଇପାରନ୍ତି ବୋଲି ଶିଳ୍ପ କ୍ଷେତ୍ର ବେଶ୍‌ ଆଶାବାଦୀ ରହିଛି। ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଏବେ ଅନେକ ସମସ୍ୟା ଲାଗି ରହିଛି। ଦେଶରେ ଜଣେ ଡାକ୍ତର ପିଛା ରୋଗୀ ଅନୁପାତ ୧୪୫୬ ରହିଥିବା ବେଳେ ରୋଗୀ ଏବଂ ହସ୍ପିଟାଲର ବେଡ୍‌ ଅନୁପାତ ୧ ଲକ୍ଷରେ ୧୩୧ ରହିଛି। ଏଣୁ ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ବ୍ୟୟ ବରାଦ ଜିଡିପିର ୨ରୁ ୨.୫% ଯାଏ ଆଶା କରାଯାଉଛି। ସେହିଭଳି ଫାର୍ମା କ୍ଷେତ୍ର ଟିକସ ହ୍ରାସ ଏବଂ ମେଡିଶିନ ମୂଲ୍ୟ ହ୍ରାସ ହେବା ନେଇ ଆଶା ରଖିଛି।

ଭିତ୍ତିଭୂମି


ଭିତ୍ତିଭୂମି ନିବେଶ ଉପରେ ସରକାର ଗୁରୁତ୍ୱ ଦେଇ ଆସିଛନ୍ତି। ସାଧାରଣ ବଜେଟରେ ଭିତ୍ତିଭୂମି କ୍ଷେତ୍ର ଲାଗି କିଛି ବଡ଼ ଘୋଷଣା ଆସିପାରେ। ବଜେଟରେ ସରକାରୀ ଭିତ୍ତିଭୂମି କ୍ଷେତ୍ରରେ ଘରୋଇ ସହଭାଗିତାକୁ ଉତ୍ସାହିତ କରିବା ସହ ପ୍ରୋତ୍ସାହନ ମଧ୍ୟ ଦେଇପାରନ୍ତି। ଭିତ୍ତିଭୂମି ନିବେଶକୁ ବଢ଼ାଇବା ଲାଗି ସରକାର ପୁଞ୍ଜି ଖର୍ଚ୍ଚ ଉପରେ ଫୋକସ କରିପାରନ୍ତି। ଆଗାମୀ ୫ ବର୍ଷରେ ଭିତ୍ତିଭୂମିରେ ୧ ଲକ୍ଷ କୋଟି ଟଙ୍କା ନିବେଶ ନେଇ ସରକାର ଯୋଜନା ରଖିଛନ୍ତି। ଭିତ୍ତିଭୂମି ଭିଜନ ୨୦୨୫ର ଅଗ୍ରଗତି ନେଇ ଅର୍ଥମନ୍ତ୍ରୀ ଘୋଷଣା ମଧ୍ୟ କରିପାରନ୍ତି। ଏହା ମଧ୍ୟରେ ୨୪ ଘଣ୍ଟିଆ ଶକ୍ତି ଯୋଗାଣ, ଡିଜିଟାଲ ସେବା, ଗୁଣାତ୍ମକ ଶିକ୍ଷା, ଦକ୍ଷ ପରିବହନ ବ୍ୟବସ୍ଥା ଏବଂ ସମସ୍ତଙ୍କ ଲାଗି ବାସଗୃହ ସାମିଲ ରହିଛି। ଭିତ୍ତିଭୂମି ନିବେଶ ନ ବଢ଼ିଲେ ଜିଡିପି ଆଗାମୀ ଦିନରେ ମଧ୍ୟ ପ୍ରଭାବିତ ହୋଇ ରହିବ ବୋଲି ସିଆଇଆଇ ପକ୍ଷରୁ ବଜେଟ ପ୍ରସ୍ତାବରେ କୁହାଯାଇଥିଲା।

ବ୍ୟକ୍ତିଗତ ଟିକସ


ବର୍ଷ ୨୦୨୦ରେ ଆୟକର କ୍ଷେତ୍ରରେ ଅନେକ ସଂସ୍କାର ଆସିଛି। ସାଧାରଣ ବଜେଟରେ ସରକାର ଉଚ୍ଚ ଆୟକାରୀ ବର୍ଗଙ୍କ ଉପରେ କୋଭିଡ୍‌-୧୯ ସେସ୍‌ ଲାଗୁ କରିପାରନ୍ତି। ଆୟକର ଆଇନ ଧାରା ୯୦ ଡିରେ ମେଡିକାଲ ବୀମା ପ୍ରିମିୟମ କ୍ଷେତ୍ରରେ ଛାଡ଼ ସୀମା ବଢ଼ାଇବା ଲାଗି ଦାବି ହୋଇଛି। ସେହିଭଳି ଆୟକର ସ୍ଲାବ୍‌ ହାର ୨.୫ ଲକ୍ଷରୁ ୪ ଲକ୍ଷକୁ ବଢ଼ାଇବା ଦିଗରେ ସରକାର ପଦକ୍ଷେପ ନେଇପାରନ୍ତି। ୮୦ସିରେ ପିଏଫ୍‌ ଏବଂ ଅନ୍ୟ କ୍ଷେତ୍ର ଲାଗି କିଛି ଘୋଷଣା ଆସିପାରେ। ସେହିଭଳି ଶିଶୁଙ୍କ ଲାଗି ଏକଜେମସନ ୧୫ ଶହକୁ ୧୦ ହଜାରକୁ ବଢ଼ିପାରେ। ଏହାବାଦ ବରିଷ୍ଟ ନାଗରିକ ସଞ୍ଚୟ ଯୋଜନା କ୍ଷେତ୍ରରେ ଟିକସ ଛାଡ଼ ସୁବିଧା ମିଳିପାରେ।

ନିଯୁକ୍ତି
କରୋନା ଯୋଗୁ ଅନେକଙ୍କ ଚାକିରି ଚାଲିଯାଇଛି। ନିଯୁକ୍ତି ଦିଗରେ ସରକାର କିଭଳି ବ୍ୟବସ୍ଥା ଘୋଷଣା କରିବେ ସେ ନେଇ ବଜେଟ ଉପରେ ଅନେକଙ୍କ ନଜର ରହିଛି। ସିଏମ୍‌ଆଇଇ ଡାଟା ମୁତାବକ କରୋନାଜନିତ ଲକ୍‌ଡାଉନ ପାଇଁ ପ୍ରାୟ ୧୧ କୋଟି ଲୋକ ନିଯୁକ୍ତି ହରାଇଛନ୍ତି। ବଜାର ଉପରୁ କରୋନା ଚାପ କମାଇବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରିଥିଲେ। ନଭେମ୍ବରରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଆରମ୍ଭ ହୋଇଥିଲା। ଯେଉଁ କମ୍ପାନୀ ନୂଆ ନିଯୁକ୍ତି ଦେଉଛନ୍ତି ସେମାନଙ୍କ ଲାଗି ସବ୍‌ସିଡି ମଧ୍ୟ ଘୋଷଣା କରାଯାଇଥିଲା। ବଜାରର ସ୍ଥିତି ଏବେ ଯାଏ ମଧ୍ୟ ସୁଧୁରୁ ନ ଥିବାରୁ ନିଯୁକ୍ତି ଲାଗି ଅନେକ କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ନିଯୁକ୍ତି ବୃଦ୍ଧି ଲାଗି ଭିତ୍ତିଭୂମି ନିବେଶ ବଢ଼ାଇବାର ଆବଶ୍ୟକତା ରହିଥିବା ବିଶେଷଜ୍ଞ ମତ ରଖିଛନ୍ତି।

ଏମ୍‌ଏସ୍‌ଏମ୍‌ଇ


କୋଭିଡ୍‌-୧୯ ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥା ସଙ୍କଟରେ ରହିଛି। ଫଳରେ ଭାରତ ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଛି। ଲକ୍‌ଡାଉନ ଯୋଗୁ ଏମ୍‌ଏସ୍‌ଏମ୍‌ଇ ସ୍ଥିତି ବେହାଲ ହୋଇଯାଇଛି। ସ୍ଥିତି ଏବେ ସୁଦ୍ଧା ସମ୍ପୂର୍ଣ୍ଣ ଠିକ୍‌ ହୋଇନାହିଁ। ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଲାଗି ବନ୍ଧକମୁକ୍ତ ଋଣ ଅବଧି ବୃଦ୍ଧି, ଜିଏସ୍‌ଟି ରିହାତି, ନିୟମ କୋହଳ ବ୍ୟବସ୍ଥା, ରପ୍ତାନି ପ୍ରୋତ୍ସାହନ ସମେତ ଅନ୍ୟ ବ୍ୟବସ୍ଥା ଆସୁ ବୋଲି କ୍ଷୁଦ୍ରଶିଳ୍ପ କ୍ଷେତ୍ର ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

୯.୬% ଖସିବ ଜିଡିପି

ନୂଆଦିଲ୍ଲୀ: ୨୦୨୦-୨୧ରେ ଭାରତର ଜିଡିପି ୯.୬% ଖସିବା ନେଇ ବିଶ୍ୱବ୍ୟାଙ୍କ ପରିବର୍ତ୍ତିତ ଆକଳନରେ କହିଛି। ଜିଡିପି ୩.୨% ଖସିବ ବୋଲି ଏହା ପୂର୍ବରୁ ଆକଳନ କରିଥିଲା।...

ସୁନା ଦର ୫୬ ହଜାର ଟଙ୍କା ଟପିଲା

ନୂଆଦିଲ୍ଲୀ,୬।୮: ଦେଶ ମଧ୍ୟରେ ସୁନା ଦର ବର୍ତ୍ତମାନ ଲଗାତର ବୃଦ୍ଧି ପାଇଁ ଚାଲିଛି। ବୁଧବାର ୧୦ ଗ୍ରାମ ପିଛା ସୁନା ଦର ୧୩୬୫ ଟଙ୍କା ବଢ଼ିବା...

ଶିଳ୍ପ ଉତ୍ପାଦନ ୮ ମାସର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ: ଦେଶର ଶିଳ୍ପ କ୍ଷେତ୍ର ଉତ୍ପାଦନ ଅକ୍ଟୋବର ମାସରେ ୮ ମାସର ସର୍ବୋଚ୍ଚ ସ୍ତର ୩.୬% ରହିଛି। ଲଗାତର ଦ୍ୱିତୀୟ ମାସ ଲାଗି ଏଭଳି ଅଭିବୃଦ୍ଧି...

ଦ୍ୱିତୀୟ ମାସ ଲାଗି ବଢ଼ିଲା ଏଫ୍‌ପିଆଇ ନିବେଶ

ନୂଆଦିଲ୍ଲୀ,୧।୩: ଭାରତୀୟ ପୁଞ୍ଜି ବଜାରରେ ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ନିବେଶ ଲଗାତର ଦ୍ୱିତୀୟ ମାସ ଲାଗି ବୃଦ୍ଧି ଘଟିଛି। ଫେବୃୟାରୀରେ ଏହି ନିବେଶକମାନେ ୨୩,୬୬୩ କୋଟି...

ଫ୍ୟୁଚର ଗ୍ରୁପ୍‌ ବିରୋଧରେ ସେବି ଦ୍ୱାରସ୍ଥ ହେଲା ଆମାଜନ

ମୁମ୍ବାଇ : ଫ୍ୟୁଚର ଗ୍ରୁପ୍‌ ଏବଂ ରିଲାଏନ୍ସ ଡିଲ୍‌କୁ ନେଇ ଆମାଜନ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି)ର ଦ୍ୱାରସ୍ଥ ହୋଇଛି। ଫ୍ୟୁଚର ଗ୍ରୁପ୍‌ ମିଛ...

‘ଡିଜିଟାଲ ସାକ୍ଷରତା ମହିଳା ସଶକ୍ତୀକରଣର ମୂଳମନ୍ତ୍ର’

ଭୁବନେଶ୍ୱର,୧୬।୨: ଓଡ଼ିଶା ରାଜ୍ୟ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅନୁଷ୍ଠାନ (ଓସାଫି) ପକ୍ଷରୁ ବୁଧବାର ସ୍ଥାନୀୟ ଜୟଦେବ ବିହାର ନିକଟସ୍ଥ ଏକ ହୋଟେଲ ପରିସରରେ ୪ର୍ଥ ରାଜ୍ୟସ୍ତରୀୟ ଓଡ଼ିଶା...

ଏଫ୍‌ପିଆଇଙ୍କ ଉପରେ ଟିକସର ସ୍ପଷ୍ଟୀକରଣ ଅନାବଶ୍ୟକ: ସୀତାରାମନ୍‌

ନୂଆଦିଲ୍ଲୀ,୯-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର କହିଛନ୍ତି ଯେ, ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟର(ଏଫ୍‌ପିଆଇ)ଙ୍କ ଉପରେ ଲାଗୁ ହୋଇଥିବା ଅତିରିକ୍ତ ଟିକସ ବୋଝ ସଂକ୍ରାନ୍ତରେ ଆଉ...

ବିଳାଶପୂର୍ଣ୍ଣ ହୋଟେଲ କିଣିଲେ ମୁକେଶ ଅମ୍ବାନୀ, ଦିନକର ଭଡା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଆମେରିକାର ନ୍ୟୁୟର୍କ ସହରରେ ଥିବା ମାଣ୍ଡାରିନ ଓରିଏଣ୍ଟାଲ ହୋଟେଲ କିଣିଛନ୍ତି। ଏହି ହୋଟେଲକୁ ସେ ୭୨୮...

Advertisement
Archives

Model This Week