ଦ୍ୱିତୀୟ ସ୍ତ୍ରୀଙ୍କ ସହ ମିଶି ପ୍ରଥମ ସ୍ତ୍ରୀଙ୍କୁ ମାରିବାକୁ ଚାହୁଁଥିଲେ ସ୍ବାମୀ: ଜାଣି ପାରି ବାପାଙ୍କୁ ହତ୍ୟା କଲା ପୁଅ

ଆର.ଉଦୟଗିରି,୬।୭(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ପେଜପାଣି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ବଡ଼ ପୁଅ। ମୃତକ ହେଲେ ଗ୍ରାମର ଦୁର୍ମନ ସବର (୫୫)।
ସୂଚନାଯୋଗ୍ୟ, ଦୁର୍ମନ ଦୁଇ ଜଣଙ୍କୁ ବିବାହ କରିଥିବା ବେଳେ ଦ୍ୱିତୀୟ ସ୍ତ୍ରୀ ପୁଷ୍ପାଞ୍ଜଳୀଙ୍କ ପାଖରେ ରହୁଥିଲେ। ତେବେ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଜମିଭାଗକୁ ନେଇ ସବୁବେଳେ ଗଣ୍ଡଗୋଳ ହେଉଥିଲା। ଶୁକ୍ରବାର ଦୁର୍ମନ ଦ୍ୱିତୀୟ ସ୍ତ୍ରୀଙ୍କ ସହ ମିଶି ପ୍ରଥମ ସ୍ତ୍ରୀଙ୍କୁ ମାରିବାକୁ ପ୍ରଥମ ସ୍ତ୍ରୀଙ୍କୁ ମାରିବାକୁ ଉଦ୍ୟମ କରୁଥିଲେ। ଏହା ପ୍ରଥମ ସ୍ତ୍ରୀଙ୍କ ପୁଅ ସେ ଜାଣିପାରି ଥିଲେ। ଏ ନେଇ ରବିବାର ଗାଁର ନିଛାଟିଆ ସ୍ଥାନରେ କେପାସ ଟାଙ୍ଗିଆରେ ହାଣି ବାପା ଦୁର୍ମନଙ୍କୁ ହତ୍ୟା କରିଥିଲେ । ସ୍ତ୍ରୀ ଥାନାରେ ଦୁଇପୁଅଙ୍କ ନାଁରେ ଏତଲା ଦେଇଥିବା ବେଳେ ବଡ ପୁଅ କେପାସ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ବ୍ରହ୍ମପୁର ବଡମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ମୋହନା ଥାନାରେ ନଂ.୧୦୭/୨୦ ରେ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs ZIM: ଭାରତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ, ଅଭିଷେକଙ୍କ ସ୍ଥାନରେ ସାମସନଙ୍କୁ ସୁଯୋଗ …

ନୂଆଦିଲ୍ଲୀ,୨୫।୨: ଜିମ୍ବାୱେ ବିପକ୍ଷ ସୁପର-୮ ମ୍ୟାଚ ପୂର୍ବରୁ ଭାରତୀୟ ଦଳର ରଣନୀତିକୁ ନେଇ ବଡ଼ ସଙ୍କେତ ଦେଇଛନ୍ତି ବ୍ୟାଟିଂ କୋଚସିତାଂଶୁ କୋଟକ। ଖରାପ ଫର୍ମ ଦେଇ ଗତି…

IND VS ZIM: ଭାରତ ଅବସ୍ଥା ଆମ ସହ ସମାନ, ମ୍ୟାଚ୍‌ ପୂର୍ବରୁ ଏଭଳି କହି ଚେତାବନୀ ଦେଲେ…

ନୂଆଦିଲ୍ଲୀ,୨୫।୨: ଟି-୨୦ ବିଶ୍ୱକପ୍ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଜିମ୍ବାୱେ ଅଲରାଉଣ୍ଡର ରୟାନ ବର୍ଲ ଏକ ବଡ଼ ବୟାନ ଦେଇଛନ୍ତି। ଭାରତୀୟ ମାଟିରେ ଭାରତ ବିରୋଧରେ ଖେଳିବା…

୯ କୋଟି କୃଷକଙ୍କୁ ମାର୍ଚ୍ଚରେ ମିଳିବ ୨୨ତମ କିସ୍ତି! ହେଲେ ଅଟକି ଯାଇପାରେ ଆପଣଙ୍କ ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ହିତାଧିକାରୀମାନେ ଗତ ତିନି ମାସ ହେବ ୨୨ତମ କିସ୍ତିକୁ ଅପେକ୍ଷା କରିଛନ୍ତି। ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି…

ମଧୁପ୍ରିୟା ପଣ୍ଡା ଉତ୍କେଲା ପଞ୍ଚାୟତର ନୂତନ ସରପଞ୍ଚ, ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ…

ଭବାନୀପାଟଣା,୨୫।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ପଞ୍ଚାୟତର ନୂତନ ଭାରପ୍ରାପ୍ତ ସରପଞ୍ଚ ଭାବେ ମଧୁପ୍ରିୟା ପଣ୍ଡା ନିଯୁକ୍ତ ହୋଇଛନ୍ତି। ଭବାନୀପାଟଣା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ…

ଓଭରଟେକ କରୁଥିବା ବେଳେ ପରସ୍ପର ମଧ୍ୟରେ ପିଟି ହେଲେ ଦୁଇ ବାଇକ୍, ତାପରେ….

ବଲାଙ୍ଗୀର,୨୫।୨(ସୁନିଲ କୁମାର ମହାନ୍ତି): ବିଳମ୍ବିତ ସନ୍ଧ୍ୟାରେ ବଲାଙ୍ଗୀରରେ ସଡ଼କ ଦୁର୍ଘଟଣା । ବୁଧବାର ସନ୍ଧ୍ୟାରେ ବଲାଙ୍ଗୀର ଭିଆଇପି ରାସ୍ତା ଭାବେ ପରିଚିତ ଭାଗିରଥି ଛକ- ସର୍କିଟ ହାଉସ…

ଇଟା ଫ୍ୟାକ୍ଟ୍ରିକୁ ବେଆଇନ ଭାବେ ହେଉଥିଲା ବାଲି ଚାଲାଣ: ହାଇଓ୍ବାକୁ ଜବତ କଲା ରିଷିଡ଼ା…

ରିଷିଡା ,୨୫।୨(ସୁଶାନ୍ତ ମଲ୍ଲିକ):  ବେଆଇନ ଭାବେ କର୍ଲାମୁଣ୍ଡା ବ୍ଲକ ତେରେସିଂହା ତେଲନଦୀରୁ କଅଁସିଲଛକ ସ୍ଥିତ ଇଟା ଫ୍ୟାକ୍ଟ୍ରିକୁ ହାଇଓ୍ବାରେ ବାଲି ଯାଉଥିବା ବେଳେ ରିଷିଡା କଲେଜ ଛକ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ମିନି ଷ୍ଟାଡିୟମରେ ଜଳିଲା ଷ୍ଟ୍ରିଟ୍‌ ଲାଇଟ୍‌

ଗଞ୍ଜାମ,୨୫।୨(ବିଦ୍ୟାଧର ସାହୁ): ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଲାଇଟ ନ ଜଳିବା ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନ ଓ ବିଦ୍ୟୁତ ବିଭାଗର ତତ୍ପରତା…

ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ, ବେଡ୍‌ରୁ ହୋଇଯାଇଥିଲେ ନିଖୋଜ, ରାସ୍ତାରୁ ମିଳିଲା ମୃତଦେହ, ଦିଗପହଣ୍ଡିରେ ଶୋକ

ଦିଗପହଣ୍ଡି,୨୫।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଚିକିଟିଆ ସାହିରେ ରହୁଥିବା ଏସ୍‌.ସତ୍ୟନାରାୟଣ ଦୋରା(୪୩)ଙ୍କ ମୃତଦେହକୁ ବ୍ରହ୍ମପୁର ଶ୍ରୀରାମ ନଗର ନିକଟ ମୁଖ୍ୟରାସ୍ତାରୁ ବୁଧବାର ସକାଳେ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri