Advertisement

ସ୍ତ୍ରୀଙ୍କୁ ଗୁଳି ମାରିଲେ ସ୍ବାମୀ

ଧରାକୋଟ,୧୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅନ୍ତର୍ଗତ ରୁଗୁମୁ ପଞ୍ଚାୟତର ରାଶିବାଡ଼ି ଗ୍ରାମରେ ରହୁଥିବା ସ୍ବାମୀ ମହାଦେବ ପାତ୍ର ଓ ସ୍ତ୍ରୀ ଶୈଳେନ୍ଦ୍ରୀଙ୍କ ମଧ୍ୟରେ ବୁଧବାର କୌଣସି କାରଣରୁ ନେଇ ବଚସା ହୋଇଥିଲା। ଉଭୟ ଜୀବିକା ଅନ୍ବେଷଣରେ ଜଙ୍ଗଲ ଆଡ଼କୁ ଯାଉଥିବା ବେଳେ କଷେଇ ଗାଁ ନିକଟରେ ଥିବା ହରଭଙ୍ଗି କେନାଲ ହିଡ଼ରେ ଉଭୟଙ୍କ ମଧ୍ୟରେ ବଚସା ତୀବ୍ର ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମହାଦେବ ଶୈଳେନ୍ଦ୍ରୀଙ୍କ ଉପରକୁ ଗୁଳି ଚଳାଇଥିଲା। ସୌଭାଗ୍ୟବଶତଃ ବାମହାତର ଉପର ଭାଗରେ ବାଜିଥିଲା। ଶୈଳେନ୍ଦ୍ରୀ ଭୂମିରେ ପଡ଼ିଯିବା ପରେ ମହାଦେବ ଭୟରେ ଜଙ୍ଗଲ ଆଡ଼କୁ ପଳାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଶୈଳେନ୍ଦ୍ରୀଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଘରୋଇ କଳିକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ବେଳେ ତଦନ୍ତ ଜାରି ରହିଥିବା ବଡ଼ଗଡ଼ ଥାନାଧିକାରୀ ସୂରଜ କୁମାର ଝାଙ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାନିଟାଇଜ୍‌ ହେଲା ରାଇକିଆ ସହର

ରାଇକିଆ,୩ା୪(ଡି.ଏନ୍‌.ଏ.)- ରାଇକିଆ ସହରର ବିଭିନ୍ନ ରାସ୍ତାକୁ ଗୁରୁବାର ସନ୍ଧ୍ୟାରେ ବିଶୋଧନ କରାଯାଇଛି। ରାଇକିଆର ରାସ୍ତାଘାଟେରେ ରାସାୟନିକ ମିଶା ପାଣି ସିଞ୍ଚନ କରାଯାଇଥିଲା। ପ୍ରଥମ ପଦକ୍ଷେପ ସ୍ବରୂପ...

ଘର ନାହିଁ, ଖୋଲା ଆକାଶ ତଳେ ବନ୍ୟା ବିପନ୍ନ

ବରୀ,୧୨ା୧୦(ଡି.ଏନ୍‌.ଏ.): ଗତ ଅଗଷ୍ଟରେ ହୋଇଥିବା ବନ୍ୟାକୁ ଇତିମଧ୍ୟରେ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ବି ବରୀ ବ୍ଲକରେ ତ୍ରୁଟିପୂର୍ଣ୍ଣ ତାଲିକା ଯୋଗୁ ବହୁ ବିପନ୍ନ...

ଲୁହାବୋଝେଇ ଟ୍ରକ୍‌ ଧକ୍କାରେ ୨ଭାଇ ମୃତ, କ୍ଷତିପୂରଣ ଦାବିରେ ରାଜ୍ୟ ରାଜପଥ ଅବରୋଧ

ଝାରସୁଗୁଡା ଅଫିସ୍‌/ଲଖନପୁର,୨୫।୧୦(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବଡମାଲ ଥାନା ଅଧୀନ ୧୦ ନଂ. ରାଜ୍ୟ ରାଜପଥ ଏସ୍‌ଏମ୍‌ସି ରାସ୍ତା ନିକଟରେ ଶୁକ୍ରବାର ଏକ ଲୁହାବୋଝେଇ ଟ୍ରକ୍‌ ଧକ୍କାରେ...

ସୌର, ପବନଶକ୍ତିରେ ଚାଲୁଛି ସେଚ ପ୍ରକଳ୍ପ

ନବରଙ୍ଗପୁର,୨୮।୪ (ବି.ପ୍ର.) – ବିଦ୍ୟୁତ୍‌ ନ ଥାଇ ସୌର ଓ ପବନ ଶକ୍ତି ଦ୍ୱାରା ପାଣିମଟର ଚଳାଇ ଜମିକୁ କରାଯାଉଛି ଜଳସେଚନ । ଗୋଟିଏ ପ୍ରକଳ୍ପରୁ...

ଗିନିଜ୍‌ ବୁକ୍‌ ରେକର୍ଡ ପାଇଁ ରଥ ଯାଞ୍ଚ

କେନ୍ଦୁଝର,୩ା୮(ଡି.ଏନ.ଏ.)- କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ନନ୍ଦିଘୋଷ ରଥରର ଉଚ୍ଚତା ୭୨ଫୁଟ ଓ ଗୋଲେଇ ୪୫ଫୁଟ। ଏହାକୁ ବିଶ୍ୱର ସର୍ବୋଚ୍ଚ ରଥ କୁହାଯାଇଥାଏ। ଏହାକୁ...

ଭୋକ ଉପାସରେ ୯ ଦିନ: ଧାରଣା ଦେଲେ ଆଦିବାସୀ ପରିବାର

ଖଇରା, ୧୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଝାଟିଆ ଗ୍ରାମର କେତେକ ଦିନମଜୁରିଆ ଆଦିବାସୀ ପରିବାର ୯ଦିନ ଭୋକ ଉପାସରେ ରହିବା ପରେ...

ଭିତରକନିକାର ୮୭୧ ପର୍ଯ୍ୟଟକ

ରାଜନଗର,୨୮ା୧୧(ଡି.ଏନ.ଏ.): ରବିବାର ଗୋଟିଏ ଦିନରେ ଭିତରକନିକାକୁ ୮୭୧ ପର୍ଯ୍ୟଟକ ପରିଭ୍ରମଣରେ ଆସିଥିଲେ। ୭୯ ବୋଟରେ ପର୍ଯ୍ୟଟକମାନେ ଭିତରକନିକାର ଶୋଭା ଉପଭୋଗ କରୁଛନ୍ତି। ସ୍ଥଳପଥରେ ୩୨୭ ପର୍ଯ୍ୟଟକ...

ହିତାଧିକାରୀଙ୍କ ୨ ମାସର ଗହମ ଗାଏବ

ଚଣ୍ଡିଖୋଲ,୨୪ା୧୦(ଡି.ଏନ.ଏ.):କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ସାଧାରଣ ଗରିବ ଲୋକଙ୍କୁ ୧ ଟଙ୍କାରେ ଚାଉଳ ଓ ଗହମ ଯୋଗାଇ ଦେଉଛନ୍ତି। ତେବେ ଗତ...

Advertisement
Archives

Model This Week