ଘର ସଫା କରି ସ୍ତ୍ରୀଙ୍କୁ ସ୍ବାମୀ ମାଗିଲେ ୭୪ହଜାର ଟଙ୍କାର ପାରିଶ୍ରମିକ, ଏହାପରେ…

ଇଂଲଣ୍ଡ,୩୦।୧: ‘ଘର ସବୁ ସଫାସଫି କାମ ସରିଛି। ଘରେ ଥିବା ବଡ ସୋଫ ସହ ଛୋଟ ଛୋଟ ସୋଫା, ଚେୟାର ଟେବୁଲ ସହ ୩ଟି ବେଡରୁମର କାର୍ପେଟ ଓ ଚଟାଣକୁ ମଧ୍ୟ ସଫା କରିଛି। ଏଥର ମୋତେ ଅନଲାଇନ ପେମେଣ୍ଟ କରନ୍ତୁ’। କୌଣସି ଚାକରଙ୍କୁ ନୁହେଁ ଖୋଦ୍‌ ସ୍ବାମୀ ନିଜ ସ୍ତ୍ରୀଙ୍କୁ ଏପରି ମେସେଜ କରୁଛନ୍ତି। ଯାହାର ସ୍କ୍ରିନଶଟ୍‌ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବ୍ୟକ୍ତିଜଣକ ନିଜ ଘରକୁ ଲଗାତାର ୬ଘଣ୍ଟା ଧରି ସଫା କରିଥିଲେ। ଯାହାପରେ ସେ ହ୍ବାଟସଆପ୍‌ରେ ଗୋଟିଏ ଲିଷ୍ଟ କରି ସ୍ତ୍ରୀଙ୍କୁ ଏକ ବିଲ୍‌ ପଠେଇଥିଲେ। ଏହାପରେ ସେ ଅନଲାଇନରେ ପଠାଇଥିବା ଲିଙ୍କ୍‌ରେ ପେମେଣ୍ଟ କରିବାକୁ କହିଥିଲେ। ଯାହାକୁ ଦେଖି ସ୍ତ୍ରୀ ସାଙ୍ଗେ ସାଙ୍ଗେ ରାଗି ଯାଇଥିଲେ। ତେବେ ସ୍ବାମୀ-ସ୍ତ୍ରୀଙ୍କ କଥୋପକଥନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏଥିରେ ଖୁବ୍‌ କମେଣ୍ଟ ମଧ୍ୟ ଦେଉଛନ୍ତି।

ବ୍ରିଟେନରେ ରହୁଥିବା ଏହି ବ୍ୟକ୍ତିଜଣକ ହେଉଛନ୍ତି ମାର୍କ। ମାର୍କ ନିଜ ସ୍ତ୍ରୀ ଜସ୍ମିନଙ୍କୁ ଘରକାମର ଲିଷ୍ଟ ପଠାଇ ତାଙ୍କୁ ୭୪ହଜାର ଟଙ୍କାର ପାରଶ୍ରମିକ ଦେବାକୁ କହିଥିଲେ। ଯାହାପରେ ସ୍ତ୍ରୀଙ୍କ ରାଗ ପଞ୍ଚମରେ। ଜସ୍ମିନ ରାଗିଯାଇ କହିଥିଲେ, ଆମେ ବିବାହିତ ଆଉ ଆମର ୩ଟି ସନ୍ତାନ ଅଛନ୍ତି। ଏହି କଥାବାର୍ତ୍ତାର ସ୍କ୍ରିନଶଟ୍‌ ମାର୍କ ଫେସବୁକ୍‌ରେ ଶେୟାର କରିଛନ୍ତି।

मार्क को पत्नी ने दिया जवाब (तस्वीर- फेसबुक)

ସବୁଠୁ ମଜାଦାର କଥା ହେଉଛି, ମାର୍କ ଫେସବୁକ୍‌ରେ ସ୍କ୍ରିନଶଟ୍‌ ଶେୟାର କରି ମଜାଳିଆ ଢଙ୍ଗରେ ଲେଖିଛନ୍ତି,ଗତ ସପ୍ତାହରେ ଆମ ସହ ଏକ ର୍ଦୁଭାଗ୍ୟପୂର୍ଣ୍ଣ ଘଟଣା ଘଟିଥିଲା। ଜଣେ ଗ୍ରାହକ ଆମକୁ ପାରଶ୍ରମିକ ଦେବାକୁ ମନା କରିଦେଇଛନ୍ତି! ଏକ ବଡ ସୋଫା, ୩ଟି ବେଡରୁମ୍‌ କାର୍ପେଟ ଓ ଏକ ପଥର ଚଟ୍ଟାଣକୁ ସଫା କରିବା ପରେ ମଧ୍ୟ ଗ୍ରାହକ ଜଣକ ଏଥିରେ ଖୁସି ନ ଥିବା କହିଛନ୍ତି। ପରେ ଚାଟ୍‌ ଦେଖି ୟୁଜର୍ସ ଜାଣିପାରିଥିଲେ କି, ଗ୍ରାହକ ଜଣକ ମାର୍କଙ୍କ ସ୍ତ୍ରୀ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri