ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ ରିଙ୍କି ସେଠଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ପାରିବାରିକ କଳହକୁ ନେଇ ମଦନିଶାରେ ସ୍ବାମୀ ଦିବାକର ସେଠ(୩୫) ସ୍ତ୍ରୀ ରିଙ୍କି(୩୦)ଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗୁରୁତର ରିଙ୍କିଙ୍କୁ ପରିବାର ଲୋକେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରିଙ୍କି ୪ ମାସର ଗର୍ଭବତୀ ଥିବା ତାଙ୍କ ଦିଅର ଅଭିଯୋଗ କରି କହିଛନ୍ତି। ସ୍ତ୍ରୀଙ୍କୁ ମାରି ଘଟଣାସ୍ଥଳରୁ ଅଭିଯୁକ୍ତ ସ୍ବାମୀ ଦେବାକର ଫେରାର ମାରୁଥିବା ବେଳେ ବଲାଙ୍ଗୀର ସଦର ପୋଲିସ ପହଞ୍ଚି ଦେବାକରଙ୍କୁ ଗିରଫ କରିଛି। ଘଟଣାର ଅଧିକ ତଦନ୍ତ ପାଇଁ ଦେବାକରଙ୍କୁ ଥାନାରେ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ବାମୀ ଦେବାକର ହତ୍ୟା କରିଥିବା କହିଛନ୍ତି।