କେନ୍ଦୁଝରରେ ଚାଞ୍ଚଲ୍ୟ, ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

କେନ୍ଦୁଝର,୧୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ଜାମୁଡ଼ିହା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳିଯାଇଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।

ମୃତକଙ୍କ ନାମ ରୁକ୍ମଣୀ ଜୁଆଙ୍ଗ। ପୋଲିସ ଅଭିଯୁକ୍ତ ସ୍ୱାମୀ ବଇଦ ଜୁଆଙ୍ଗଙ୍କୁ ଗିରଫ କରି ତଦନ୍ତ କରୁଛି । ଦୁଇ ଜଣଙ୍କ ମଧ୍ୟରେ ଗତକାଲି ଅପରାହ୍ନରେ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା। ଫଳରେ ଏକ ବାଡ଼ିରେ ସ୍ତ୍ରୀଙ୍କୁ ମାରିବାରୁ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା। ଫଳରେ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ମୃତକଙ୍କ ଭଉଣୀ ପହଞ୍ଚି ମୃତଦେଖି ପୋଲିସକୁ ଜଣାଇଥିଲା। ପୋଲିସ ଅଭିଯୋଗ ପାଇ ଅଭିଯୁକ୍ତକୁ ଗିରଫ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଛି ।

 

Dharitri – Odisha’s No.1 Odia Daily

Share
Tags: murder