ଦା’ରେ କାଟିଦେଲେ ସ୍ତ୍ରୀଙ୍କ ଗଳା

ସମ୍ବଲପୁର,୨୬ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା ବତେମୁରା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ଲକ୍ଷ୍ମୀ ରାକସ (୩୨)ଙ୍କ ଗଳା କାଟି ସ୍ବାମୀ ଆନନ୍ଦ ହତ୍ୟା କରିଛନ୍ତି। ପୋଲିସ ଅଭିଯୁକ୍ତ ସ୍ବାମୀ ଆନନ୍ଦଙ୍କୁ ଗିରଫ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ବୁର୍ଲା ଭିମ୍‌ସାରକୁ ପଠାଯାଇଛି। ଏ ନେଇ ମୃତା ଲକ୍ଷ୍ମୀଙ୍କ ଭାଇ ସିନ୍ଦୂରପଙ୍କ ନିବାସୀ ସଞ୍ଜିତ କୁମ୍ଭାରଙ୍କ ଅଭିଯୋଗ କ୍ରମେ ଧମା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ପୋଲିସ ସୂଚନା ଅନୁସାରେ, ଲକ୍ଷ୍ମୀ ପ୍ରତିଦିନ ଭଳି ଗ୍ରାମ ନିକଟ ବିରି ପଡିଆକୁ ଛେଳି ଚରାଇବାକୁ ଯାଇଥିଲେ। ପୂର୍ବାହ୍ନରେ ଆନନ୍ଦ ସେଠାରେ ପହଞ୍ଚତ୍ଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଆନନ୍ଦ ପାଖରେ ରଖିଥିବା ଏକ ଦା’ରେ ଲକ୍ଷ୍ମୀଙ୍କ ଗଳା କାଟିଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାର ପ୍ରକୃତ କାରଣ ଜଣାପଡି ନ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।