ବଲାଙ୍ଗୀରରେ ଚାଞ୍ଚଲ୍ୟ! ନିଜ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣିଲେ ସ୍ବାମୀ, ଏହି କାରଣକୁ ନେଇ….

ବଲାଙ୍ଗୀର,୨୪।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନକା ମାଝିପଡାରେ ଗୁରୁବାର ଏକ ହୃଦୟବିଦାରକ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଛନ୍ତି । ଏହି ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ସୂଚନା ଅନୁସାରେ, ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ଦେବଚନ୍ଦ୍ର ମାଝି ଓ ସ୍ତ୍ରୀ କିଆଫୁଲ ମାଝିଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଧାରୁଆ ଏକ ଟାଙ୍ଗିଆରେ ନିଜ ସ୍ତ୍ରୀକୁ ଆକ୍ରମଣ କରିଥିଲେ । ଏଥିରେ କିଆଫୁଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଘଟଣାର ଖବର ପାଇ କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସ୍ୱାମୀକୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘରେ ପଡିଥିବା ଧାରୁଆ ଅସ୍ତ୍ରକୁ ଜବତ କରିଛି । ଶୁକ୍ରବାର ସ୍ବାମୀ ଦେବେଚନ୍ଦ୍ରକୁ ପୋଲିସ ଗିରଫ କରିବା ପରେ ମାଝିପଡା ଘରକୁ ଅଭିଯୁକ୍ତକୁ ଆଣି କ୍ରାଇମ ସିନ୍ ରିକ୍ରିଏସନ କରିଛି ।

 

Dharitri – Odisha’s No.1 Odia Daily