ସ୍ତ୍ରୀଙ୍କୁ ହତ୍ୟାକଲେ ସ୍ବାମୀ, ଥାନାରେ ଅଟକ

ଟିକିରି,୧୭ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ଡି କରଳ ଆଦିବାସୀ ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଦିବାସୀ ସାହିର ଏକ ଘରୁ ଜଣେ ମହିଳାଙ୍କ ଏକ ମୃତଦେହ ଜବତ କରିଛି ଦୋରାଗୁଡ଼ା ପୋଲିସ।
ହତ୍ୟା ସନ୍ଦେହରେ ପୋଲିସ ୨ଜଣଙ୍କୁ ଅଟକ ରଖିଛି। ମୃତକ ଜଣକ ହେଉଛନ୍ତି ଶାପାଇ ମାଝି। ହତ୍ୟା ସନ୍ଦେହରେ ସ୍ବାମୀ ମାଲିକି ମାଝି ଅଟକ ଥିବା ବେଳେ ତଦନ୍ତରେ ବାଧା ଉପୁଜିବ ବୋଲି ଅନ୍ୟ ଜଣଙ୍କର ନାମ ଗୋପନ ରଖାଯାଇଛି। ତଦନ୍ତ ଚାଲୁଛି ଓ କିଛି ସମୟ ପରେ ଡଗ୍‌ସ୍କ୍ବାଡ ସହିତ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିବ ବୋଲି ଥାନାଧିକାରୀ କହିଛନ୍ତି।